ଦାରିଙ୍ଗବାଡ଼ିରେ ନିଆରା ବିଶ୍ୱକର୍ମା ପୂଜା: ଉପଭୋକ୍ତାଙ୍କୁ ସଚେତନ କଲେ ବିଦ୍ୟୁତ କର୍ମଚାରୀ, ୩୬ ବର୍ଷ ଧରି…

ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବିଦ୍ୟୁତ କାର୍ଯ୍ୟାଳୟ ପରିସର ମଧ୍ୟରେ ମଧ୍ୟ ଏହି ପୂଜା ବଡ଼ ଧୂମଧାମରେ ପାଳିତ ହୋଇଯାଇଛି।ତେବେ ଏହି ପୂଜାକାର୍ଯ୍ୟ ସହ ବିଭାଗ ଏକ ସଚେତନତା କାର୍ଯ୍ୟକ୍ରମକୁ ଅଧିକା ଗୁରୁତ୍ୱ ଦେଇଥିବା ଦେଖିବାକୁ ମିଳିଛି। ପୂଜା ମଣ୍ଡପର ମୁଖାଶାଳାରେ ଲୋକଙ୍କୁ ବିଦ୍ୟୁତ ଦୁର୍ଘଟଣାରୁ ସୁରକ୍ଷା ଦେବାପାଇଁ ଏକ ସ୍ବତନ୍ତ୍ର ସଚେତନ ମଣ୍ଡପ ନିର୍ମାଣ କରାଯାଇଛି, ସେଠାରେ ଅସୁରକ୍ଷିତ ଘର, ଟ୍ରାନ୍ସଫର୍ମର ନିକଟରେ କିଭଳି ସୁରକ୍ଷିତ ରହିବେ, ବିଦ୍ୟୁତ କର୍ମଚାରୀଙ୍କ ସୁରକ୍ଷା, ବିଦ୍ୟୁତ ଖୁଣ୍ଟଠାରୁ ଘରର ଦୂରତା କେତେ ରହିବା ଆବଶ୍ୟକ ଓ ସୁରକ୍ଷା ଘର ଆଦି ସମ୍ପର୍କରେ ସଚେତନ କରାଯାଇଛି। ସେହିଭଳି ବନ୍ୟପ୍ରାଣୀ ବିଦ୍ୟୁତ ଦୁର୍ଘଟଣାରୁ କିଭଳି ସୁରକ୍ଷିତ ରହିବେ ଓ ଏଥିପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ସଚେତନ ମଣ୍ଡପରେ ପ୍ରସ୍ତୁତ ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ୨୭ ବର୍ଷ ଧରି ବିଦ୍ୟୁତ କାର୍ଯ୍ୟାଳୟରେ ପ୍ରତିବର୍ଷ ଏହି ପୂଜା କରାଯାଉଥିବା ବେଳେ ଗ୍ରାମବାସୀ, ବିଦ୍ୟୁତ ଉପଭୋକ୍ତାମାନେ ଏହି ପୂଜାରେ ସାମିଲ ହେଉଛନ୍ତି। ତେଣୁ ଚଳିତ ବର୍ଷ ବିଭାଗର ଦାରିଙ୍ଗବାଡି କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଏଭଳି କାର୍ଯ୍ୟକ୍ରମ ଜରିଆରେ ସଚେତନତା ବାର୍ତ୍ତା ଦେଇଥିବା ସେ କହିଛନ୍ତି।
ବିଶ୍ୱକର୍ମାଙ୍କୁ ଦର୍ଶନ କରିବାକୁ ଆସି ଗ୍ରାମବାସୀ, ଉପଭୋକ୍ତାମାନେ ଏହି ସଚେତନ ମଣ୍ଡପକୁ ବୁଲି ଦେଖୁଛନ୍ତି। ସେମାନଙ୍କୁ ବିଦ୍ୟୁତ କର୍ମଚାରୀମାନେ ଉକ୍ତ ମଣ୍ଡପରେ କରାଯାଇଥିବା ଅସୁରକ୍ଷିତ ଘର, ସୁରକ୍ଷିତ ଘର, ପକ୍ଷୀ କୁ ସୁରକ୍ଷା ପାଇଁ କରାଯାଇଥିବା ବାର୍ଡ଼ ଗାର୍ଡ, ସୋଲାର ଆଲୁଅ, କର୍ମଚାରୀଙ୍କ ବ୍ୟବହାର କରାଯାଉଥିବା ସାମଗ୍ରୀ ସମ୍ପର୍କରେ ସଚେତନ କରୁଥିବା ଦେଖିବାକୁ ମିଳିଛ। ଏହି ପୂଜା ଉତ୍ସବରେ ପୂଜକ ବୁଲୁ ତ୍ରିପାଠୀ ପୂଜାର୍ଚ୍ଚନା କରିଥିବା ବେଳେ ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକ କର୍ତ୍ତା ଭାବେ ସମ୍ପାଦନା କରିଥିବା ବେଳେ ବିଦ୍ୟୁତ ବିଭାଗର ଜିଲା ମୁଖ୍ୟ ତଥା ନିର୍ବାହୀ ଯନ୍ତ୍ରୀ ଇଂ ମାନସ ରଞ୍ଜନ ମହାରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ଦାରିଙ୍ଗବାଡି କର୍ମଚାରୀଙ୍କ ଏଭଳି ନିଆରା ସଚେତନ କାର୍ଯ୍ୟକ୍ରମକୁ ସାରା ଜିଲାରେ ଅନ୍ୟ ବ୍ଲକ ଗୁଡିକରେ କରିିବାକୁ ସେ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି। କାର୍ଯ୍ୟକ୍ରମକୁ  ବିଦ୍ୟୁତ କର୍ମଚାରୀ  ନିରଞ୍ଜନ ମହାରଣା, ଡି.ସନ୍ତୋଷ  ଦୋରା, ଗଣପତି ଗୌଡ଼, କ୍ରିଷ୍ଣା ଚନ୍ଦ୍ର ମତି,ଅଜିତ କୁମାର ସାହୁ,ରାକେଶ କୁମାର ପରିଡା,ହେମନ୍ତ କୁମାର ନାୟକ, ସତ୍ୟ ଶିବ ଚୌଧୁରୀ, ଜିତୁନା ସାହୁ, କମଳ କାନ୍ତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?