କଳାହାଣ୍ଡି ଘରୋଇ ବସ୍‌ ମାଲିକ ସଂଘ ନିର୍ବାଚନ: ପ୍ରବୋଧ ରଥ ପୁଣି ସଭାପତି

ଭବାନୀପାଟଣା,୧୭।୯(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ କାର୍ଯ୍ୟାଳୟରେ ଗୁରୁବାର ଜିଲା ଘରୋଇ ବସ ମାଲିକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚତୁର୍ଥ ଥର ପାଇଁ କଳାହାଣ୍ଡି ଘରୋଇ ବସ ମାଲିକ ସଂଘର ସଭାପତି ଭାବେ ପ୍ରବୋଧ ରଥ ନିର୍ବାଚିତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ପ୍ରମୋଦ ଖମାରୀ,ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ପଣ୍ଡା,କୋଷାଧ୍ୟକ୍ଷ ମାନସ ରଞ୍ଜନ ଦାଶ,ଉପ ସଭାପତି ସନ୍ଦୀପ ଦାସ, ଧବଳେଶ୍ବର ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ମୋହିତ ଦାସ,ବୀର କିଶୋର ପ୍ରହରାଜ ର୍ନିବାଚିତ ହୋଇଛନ୍ତି। ଷ୍ଟାଣ୍ଡ ସମ୍ପାଦକ ଭାବେ ନରେଶ ପଟ୍ଟନାୟକ, ଅରୁଣ ରଥ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ କାଶୀନାଥ ହୋତା, ପ୍ରଦୀପ କୁମାର ଦାସ,ସତ୍ୟ ରଥ,ଜ୍ୟୋତି ପ୍ରକାଶ ରଥ, ଜାମିନୀ ମାଝୀ, ସନ୍ତୋଷ ମହାପାତ୍ର, ପ୍ରତୀକ ମହାପାତ୍ର ପ୍ରମୁଖ ର୍ନିବାଚିତ ହୋଇଥିଲେ। ଆଗାମୀ ୩ ବର୍ଷ ପାଇଁ ଏହି ସଂଘ କାର୍ଯ୍ୟକାରୀ ହେବ। କଳାହାଣ୍ଡି ଜିଲାର ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳର ଯାତ୍ରୀଙ୍କୁ ବସ ସେବା ଯୋଗାଇବା ସହ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ସେବା ଯୋଗାଇ ଦିଆଯିବ ବୋଲି କଳାହାଣ୍ଡି ଘରୋଇ ବସ ମାଲିକ ସଂଘର ସଭାପତି ପ୍ରବୋଧ ରଥ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ଭୋଜି ଖାଇ ବର୍ତ୍ତିଆ ଗାଁରେ ଝାଡାବାନ୍ତି; ୮୦ରୁ ଅଧିକ ଆକ୍ରାନ୍ତ, ଗାଁରେ ଡାକ୍ତରୀ ଦଳ

ଖପ୍ରାଖୋଲ, ୯।୫(ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ବର୍ତ୍ତିଆ ଗାଁରେ ବାହା ଭୋଜି ଖାଇ ୮୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

ଭାଜପା ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହେଲେ ସୌଦାମିନୀ ଦେହୁରୀ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦେବଗଡ,୯।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଭାଜପାର ଜିଲା ମହିଳା ମୋର୍ଚ୍ଚା ସଭା ନେତ୍ରୀ ସୌଦାମିନୀ ଦେହୁରୀଙ୍କୁ ଦେବଗଡ଼ ଜିଲା ପାଇଁ ଦାୟିତ୍ୱ ମିଳିଛି। ଦାୟିତ୍ୱ ଦେଇ ଥିବାରୁ…

ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାଁ ଘୋଷଣା କଲା ଭାଜପା: ଭୋଳି ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭଞ୍ଜନଗର,୯।୫(ବାବୁଲା ପ୍ରଧାନ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାମ ଶୁକ୍ରବାର ଘୋଷଣା…

ଅବିନାଶ ନନ୍ଦଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ଯୁବ ମୋର୍ଚ୍ଚା ଜିଲା ସଭାପତିଙ୍କ ନାମ…

ହାତୀଙ୍କୁ ଠେଙ୍ଗାରେ ପିଟିବା ସହ ହାତୀପଲଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଛାଡିବା ପଡିଲା ମହଙ୍ଗା: ବିଳମ୍ବିତ ରାତିରେ ୨ ନାବାଳକ ଗିରଫ

ପାଟଣା, ୯।୫(ବୀର କିଶୋର ଦାଶ): ଗତ ୪/୫ଦିନ ତଳେ ୪ଟି ଦନ୍ତା ହାତୀପାଟଣା ରେଞ୍ଜ ମଲ୍ଲିପଶି ବିଟରେ ଡେରା ପକାଇ ଥିବାବେଳେ ହାତୀଙ୍କୁ ଠେଙ୍ଗାରେ ପିଟିବା, ଲାଞ୍ଜ…

ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାଁ ଘୋଷଣା: କାଞ୍ଚନ ବାଗଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ବର୍ଯ୍ୟା ବିଶାଳ ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାମ…

ଗଞ୍ଜାମ ପୋଲିସ ପକ୍ଷରୁ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ: ଯୋଗ ଦେଲେ ବହୁ ସଂଖ୍ୟକ ଛାତ୍ରୀ

ଗଞ୍ଜାମ,୯।୫(ଅନାଥ ତରାଇ): ଗଞ୍ଜାମ ଥାନା ପକ୍ଷରୁ ପୋଲିସ ଓ ଜନସାଧାରଣ ବିଶେଷକରି କିଶୋର କିଶୋରୀଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଲକ୍ଷ୍ୟରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ସଫଳତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri