ଲୋକ ସଭା ସଦସ୍ୟଙ୍କ ବୁଦ୍ଧିଜୀବୀ ସମ୍ମିଳନୀ
କୋମନା,୨୯।୮(ଡି.ଏନ.ଏ.) ନୂଆପଡା ଜିଲା କୋମନାସ୍ଥିତ କଲ୍ୟାଣ ମଣ୍ଡପରେ ବୁଧବାର କବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଲୋକ ସଭା ସଦସ୍ୟ ବସନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଅଞ୍ଚଳର ବିକାଶ ପାଇଁ ପ୍ରତେକ ବୁଦ୍ଧିଜୀବୀଙ୍କ ମତାମତକୁ ଗୁରତ୍ୱାରୋପ କରିଥିଲେ। ଏହି…
ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ: ଖୁବଶୀଘ୍ର ଚାଇଲ୍ଡ ଲାଇନ ୧୦୯୮ ଆରମ୍ଭ ହେବ
ନୂଆପଡା ଅଫିସ,୨୯ା୮: ଶିଶୁଙ୍କ ସେବା, ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଖୁବଶୀଘ୍ର ଚାଇଲ୍ଡ ଲାଇନ ୧୦୯୮ ସେବା ଆରମ୍ଭ ହେବ ବୋଲି ଜିଲାପାଳ ମଧୁସ୍ମିତା ସାହୁ କହିଛନ୍ତି । ବୁଧବାର ସ୍ଥାନୀୟ ଜିଲାପାଳଙ୍କ ସଭାଗୃହରେ ଆୟୋଜିତ ଏକ ଜିଲାସ୍ତରୀୟ…
ଜାତୀୟ ରାଜପଥ ସମତୁଲ କଲା ଯୁବକ ସଂଘ
ନୂଆପଡା ଅଫିସ/ତରବୋଡ,୨୯।୮(ଡି.ଏନ.ଏ.) ଦୀର୍ଘ ୫ ବର୍ଷ ଧରି ନିର୍ମାଣ କାମ ଚାଲିଥିବା ଜାତୀୟ ରାଜପଥ ୩୫୩ କାମ ଆଜି ଯାଏଁ ଶେଷ ହେଉନି। ଠିକାଦାରଙ୍କ ଉଦାସୀନତା ଏବଂ ପ୍ରଶାସନିକ ଅବହେଳା ଯୋଗୁ ଏହା ମରଣଯନ୍ତା ପାଲଟିଛି। ଏଭଳିସ୍ଥିତିରେ ସ୍ଥାନୀୟ ମାନିଗୁଡା ଗାଁର…
କୌଶଳ ଶିକ୍ଷା ନାଁରେ ଶୋଷଣ ଅଭିଯୋଗ: ଯୁବତୀଯୁବକ କଲେକ୍ଟୋରେଟରେ ହାଜର; ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି
ନୂଆପଡା ଅଫିସ,୨୮ା୮: ଦିନକୁ ଦିନ ଜିଲାରେ ବେରୋଜଗାର ଯୁବତୀଯୁବକଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଏହାର ସୁଯୋଗ ନେଇ ବାହାରୁ ବିଭିନ୍ନ ନାଁରେ ସଂସ୍ଥାଗୁଡିକ ଡେରା ପକାଇ କୌଶଳ ଶିକ୍ଷା ଦେବା ନାଁରେ ବିଭିନ୍ନ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ…
ଶୃଙ୍ଖଳିତ ଜିଲା ଭାବରେ ଗଢି ତୋଳିବା ଆଭିମୁଖ୍ୟ ପ୍ରକାଶ କଲେ ଏସ୍ପି
ନୂଆପଡା ଅଫିସ,୨୮ା୮-ନୂଆପଡା ଏକ ଉପାନ୍ତ ତଥା ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲା । ଏଠାରେ ମାଓବାଦୀ, ଦାଦନ ଭଳି ସମସ୍ୟା ରହିଥିବାବେଳେ ଲୋକଙ୍କ ସାଧାରଣ ଜୀବନ ଶୈଳି ନିଆରା। ଏହାକୁ ଏକ ଶୃଙ୍ଖଳିତ ଜିଲା ଭାବେ ଗଠନ କରାଯିବ। ଏଥିପାଇଁ ପୋଲିସ ଲୋକଙ୍କ…
୧୨୦ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ
କୋମନା,୨୮।୮(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ବିଭିନ୍ନ ପଞ୍ଚାୟତରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଝଗ୍ରାହୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କୋମନା ବିଡିଓ ଶ୍ୟାମଳ ରୟ ଅଧ୍ୟକ୍ଷତା କରିଥିଲେ। ଏଥିରେ କଳାହାଣ୍ଡି ଏମ୍ପି ବସନ୍ତ ପଣ୍ଡା ମୁଖ୍ୟଅତିଥି…
ସମୀକ୍ଷା କଲେ ଶକ୍ତି ମନ୍ତ୍ରୀ: କାହାରିକୁ ବିଜୁଳିରୁ ବାଦ ଦିଆଯିବନାହିଁ
ନୂଆପଡା ଅଫିସ,୨୮ା୮-ନୂଆପଡା ଭଳି ଜିଲାରେ ଅର୍ଦ୍ଧାଧିକ ଅଞ୍ଚଳ ବଣପାହାଡ ଘେରା ହୋଇ ରହିଛି । ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ବିଜୁଳି ଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବ । କାହାରିକୁ ବିଜୁଳୀ ଆଳୁଅରୁ ବଞ୍ଚତ୍ତ ରହିବାକୁ ଦିଆଯିବନାହିଁ। ସବୁଗାଁ ଗଳିକନ୍ଦିକୁ ବିଜୁଳି…
ଆର୍ଥତ୍କ ଜନଗଣନା ନେଇ ଦିନିକିଆ କର୍ମଶାଳା
ନୂଆପଡା ଅଫିସ,୨୭ା୮ ସ୍ଥାନୀୟ ଜିଲାପାଳଙ୍କ ସଭାଗୃହରେ ୭ମ ଆର୍ଥତ୍କ ଜନଗଣନା ସମ୍ପର୍କୀତ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲାପାଳ ସୀତାରାମ ପଟେଲ ସଭାପତିତ୍ୱ କରିଥିବାବେଳେ ଜିଲା ଯୋଜନା ଅଧିକାରୀ ସୋମନାଥ କାଣ୍ଡେମ, ଗୋବିନ୍ଦ ଚନ୍ଦ୍ର ରଥ,…
ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଉତ୍ସବ: ଶାନ୍ତି, ମୈତ୍ରୀ ଏକତାର ସୂତ୍ରରେ ବାନ୍ଧିହେବା
ନୂଆପଡା ଅଫିସ,୨୭ା୮ ଆମ ଦେଶ ଏକଦା ରାମ ରାଜ୍ୟ ଭାବେ ଅଭିହିତ ହୋଇ ରହିଥିଲା । ପରବର୍ତ୍ତି ସମୟରେ ବୈଦେଶିକ ଶତ୍ରୁ ଆକ୍ରମଣର ଶିକାର ହୋଇ ଏହା ଖଣ୍ଡ ବିଖଣ୍ଡିତ ହୋଇଗଲା । ଫଳରେ ଏଠାରେ ଶାନ୍ତି ଏକତା ବ୍ୟାହତ ହୋଇଥିଲା…
ଇଣ୍ଡିପେଣ୍ଡେଣ୍ଟ କପ୍ ଫୁଟବଲ ଟୁର୍ନାମେଣ୍ଟ: ନୂଆପଡାକୁ ହରାଇ କୋମନା ଚାମ୍ପିୟନ
କୋମନା,୨୬।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ତରବୋଡସ୍ଥିତ ରାଜିବ ଗାନ୍ଧୀ ମିନି ଷ୍ଟାଡିୟମରେ ଚାଲିଥିବା ଦ୍ୱାଦଶ ଇଣ୍ଡିପେଣ୍ଡେଣ୍ଟ କପ୍ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ରେ କୋମନା ଦଳ ନୂଆପଡାକୁ ହରାଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ପୂର୍ବାହ୍ନରେ…
ପୋଲିସ ଧୀରେ ଧୀରେ ଲୋକଙ୍କ ନିକଟତର ହେଉଛି; ଜିଲା ପାଇଁ ମନଲଗାଇ କାମ କରିବେ: ଏସ୍ପି ଅଗ୍ରୱାଲ
ନୂଆପଡା ଅଫିସ,୨୬ା୮ : ଦିନେ ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଏକ ବ୍ୟବଧାନ ରହିଥିଲା । ଲୋକେ ଏକ ଅନ୍ୟ ଦୃଷ୍ଟିରେ ଦେଖୁଥିଲେ। ବତ୍ତମାନ ପୋଲିସ ଲୋକଙ୍କ ନିକଟତର ହୋଇ ସୁଖଦୁଃଖରେ ସାମିଲ ରହି ଆସ୍ଥା ଭାଜନ ହୋଇ ପାରିଛି…
ଇଣ୍ଡିପେଣ୍ଡେଣ୍ଟ କପ୍ ଫୁଟବଲ ଟୁର୍ନାମେଣ୍ଟ : କୋମନା, ନୂଆପଡା ମଧ୍ୟରେ ଫାଇନାଲ ମ୍ୟାଚ୍
କୋମନା,୨୫।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ତରବୋଡସ୍ଥିତ ରାଜିବ ଗାନ୍ଧୀ ମିନି ଷ୍ଟାଡିୟମରେ ଚାଲିଥିବା ଦ୍ୱାଦଶ ଇଣ୍ଡିପେଣ୍ଡେଣ୍ଟ କପ ଫୁଟବଲ ଟୁର୍ନାମେଣ୍ଟର ଦୁଇଟି ସେମି ଫାଇନାଲ ମ୍ୟାଚ୍ ଶେଷ ହୋଇଛି। ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ କୋମନା ବିଜୟୀ ହୋଇ ଫାଇନାଲରେ ପ୍ରବେଶ…

