ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟାକାରୀଙ୍କୁ ଗିରଫ ଦାବିରେ ୩ ଘଣ୍ଟା ରାସ୍ତାରୋକୋ

ନୂଆପଡା ଅଫିସ/ତରବୋଡ/କୋମନା,୬।୯(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ତରବୋଡ ଫାଣ୍ଡି ସଦର ଗାଁ ବଜାର ମଧ୍ୟରେ ଏକ କୁଡିଆ ଘରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଜନ୍ମେଜୟ ମାଝି (୨୨)। ଯୋଜନାବଦ୍ଧ ଭାବେ ଜନ୍ମେଜୟଙ୍କୁ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହତ୍ୟା ଅଭିଯୋଗରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ପରିବାର ସହ ଗ୍ରାମବାସୀ ଗୁରୁବାର ୩ ଘଣ୍ଟା ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପ୍ରଶାସନର ନିର୍ଭର ପ୍ରତିଶ୍ରୁତି ପରେ ରାସ୍ତାରୋକୋ ହଟିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୫/୧୯) ରୁଜୁ ହୋଇଛି। ପୋଲିସ ଡଗସ୍କ୍ବାର୍ଡ ଲଗାଇ ତଦନ୍ତ ଚଳାଇଥିବା ବେଳେ ୨ ଜଣଙ୍କୁ ଥାନାରେ ଅଟକ ରଖିଛି ।
ସୂଚନାଯୋଗ୍ୟ ଯେ, ମା’ବାପାଙ୍କ ମୃତ୍ୟୁ ପରେ ଜନ୍ମେଜୟ ଆଜକୁ ୪/୫ବର୍ଷ ହେବ ନିଜ ବଡବାପା କୁଶ ମାଝିଙ୍କ ଘରେ ରହୁଥିଲେ। ତାଙ୍କ ସହ ନିଜର ଦୁଇ ନାବାଳକ ଭାଇ ମଧ୍ୟ ରହୁଥିଲେ । ଗ୍ରାମବାସୀଙ୍କ କହିବାନୁଯାୟୀ ନୂଆଁଖାଇବାସି ଦିନ ଅର୍ଥାତ ବୁଧବାର ରାତିରେ ପରିବାର ମଧ୍ୟରେ ବହୁ ବାକବିତଣ୍ଡା ହୋଇଥିବା ପଡୋଶୀମାନେ ଶୁଣିଛନ୍ତି । ଇତିମଧ୍ୟରେ ଜନ୍ମେଜୟ ଘରୁ ଚାଲିଯାଇଥିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଗୁରୁବାର ସକାଳେ ଦେଖିବାବେଳକୁ ବଜାର ମଧ୍ୟରେ ଏକ କୁଡିଆ ଘରେ ମୃତଦେହ ଝୁଲୁଛି । ବେକରେ ରସି ଲାଗିଥିବାବେଳେ ମୃତଦେହ ଗୋଡ ତଳକୁ ଛୁଇଁଛି । ନିକଟରେ କିଛି ମଦ ବୋତଲ ମଧ୍ୟ ପଡିଥିବା ଲୋକେ କହୁଛନ୍ତି । ପୋଲିସ ଖବର ପାଇ ପୂର୍ବାହ୍ନ ୯ଟାରେ ପହଞ୍ଚତ୍ ମୃତଦେହକୁ ଉଦ୍ଧାର କରିଥିଲା । ଗ୍ରାମବାସୀ ଏହି ମୃତ୍ୟୁକୁ ନେଇ ନାନାଦି ସନ୍ଦେହ କରିଥିଲେ। ଏହାର ଠୋସ ତଦନ୍ତ କରା ନ ଯିବା ଯାଏଁ ଏହାକୁ ଛାଡିବେ ନାହିଁ ବୋଲି ଅଡିବସିଥିଲେ। ଡଗସ୍କ୍ବାର୍ଡ ଦ୍ୱାରା ତଦନ୍ତ କରିବାକୁ ଦାବି କରାଯାଇଥିଲା। ପୋଲିସ ତରଫରୁ ଡଗସ୍କ୍ବାର୍ଡ ପୂର୍ବାହ୍ନ ସାଢେ ୧୧ଟାବେଳେ ଆସି ତଦନ୍ତ ଆରମ୍ଭ କରିଥିଲା। କୁକୁର ସିଧା ଜନ୍ମେଜୟ ରହୁଥିବା ଘର ପର୍ଯ୍ୟନ୍ତ ଯାଇ ଫେରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ଦୃଢୀଭୂତ ହୋଇଥିଲା । ଅସନ୍ତୋଷ ଲୋକେ ୩୫୩ ନଂ. ଜାତୀୟ ରାଜପଥକୁ ଚାଲିଆସି ଅବରୋଧ କରିଥିଲେ । ଏହାକୁ ନେଇ ଜନ୍ମେଜୟଙ୍କ ପିଉସି ଜଣେ ନିର୍ଦ୍ଦିଷ୍ଟବ୍ୟକ୍ତିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିବାବେଳେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଯିବା ଯାଏଁ ଉଠିବେନାହିଁ ବୋଲି ଅଡିବସିଥିଲେ । ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ହୋଇଥିଲା । ଘଟଣାସ୍ଥଳକୁ ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ ଆସି ବୁଝାଶୁଝା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଥାନାକୁ ନେଇ ଅଟକ ରଖି ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ଲଚ୍ଛିନ୍ଦ୍ର ଚଲାନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri