ନୂଅଁ।ଖାଇ, ସହର ବଜାର ଚଳଚଞ୍ଚଳ ସବୁସ୍ତରରେ ପ୍ରସ୍ତୁତି ଶେଷ

ନୂଆପଡା ଅଫିସ,୨ା୯
ପୂର୍ବବର୍ଷ ଭଳି ଭାଦ୍ରବ ମାସ ପଞ୍ଚମୀ ତିଥିରେ ସମଗ୍ର ପଶ୍ଚିମ ଓଡିଶାରେ ନୂଆଖାଇ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏଥିପାଇଁ ସବୁଠି ଏକ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି । ସହର ବଜାର ଚଳଚଞ୍ଚଳ ହୋଇପଡିଥିବାବେଳେ ଦୂରଦୂରାନ୍ତରୁ ପୁଅଝିଅ ଘରକୁ ଲେଉଟିବା ଆରମ୍ଭ କରି ଦେଇଛନ୍ତି । ହେଲେ ସରକାରୀସ୍ତରରେ ଯେତିକି ଗୁରୁତ୍ୱ ଦିଆଯିବା କଥା ସେତି କି ଦିଆଯାଇ ନ ଥିବା ଲୋକେ ଅଭିଯୋଗ କରୁଛନ୍ତି । ପଶ୍ଚିମ ଓଡିଶାର ଲୋକ ସଂସ୍କୃତି ପ୍ରତି ଉପେକ୍ଷା କରାଯାଉଥିବା ନେଇ ଭିନ୍ନ ମତ ପ୍ରକାଶ ପାଉଛି ।
ଗଣପର୍ବ ନୂଆଁଖାଇ କୃଷି ପର୍ବ ବୋଲି କୁହାଯାଉଥିବା ପର୍ବରେ ଲୋକଙ୍କୁ ନୂଆଁ ଅନ୍ନ ମିଳିବ। ଇଷ୍ଟଦେବୀ ସମଲେଇଙ୍କୁ ଅନ୍ନ ଦେଇ ସମସ୍ତେ ଅନ୍ନ ଛୁଇଁବେ। ସେଥିପାଇଁ ପ୍ରତି ପରିବାରରେ ପ୍ରସ୍ତୁତି କରାଯାଇଛି। ସମସ୍ତଙ୍କ ଘରେ ଲିପାପୋଛା କାମ ସରିଯାଇଛି । ଗାଁରେ ମା’ମାନେ ଘର ଅଗଣାକୁ ନୂତନ ଭାବେ ସଜ୍ଜିତ କରିଛନ୍ତି । ଏମିତିକି ଜିଲାର ଉପାନ୍ତ ସୁନାବେଡା ଅଭୟାରଣ୍ୟ ଭିତରେ ମଧ୍ୟ ଆଦିବାସୀମାନେ ନୂଆଁଖାଇ ପାଇଁ ସ୍ବତନ୍ତ୍ର ଭାବେ ସଜ୍ଜାଇଥିବା ଦେଖାଯାଇଛି । ପିଲାଠୁ ବୁଢା ଏହି ଦିନ ନୂଆଁ ବସ୍ତ୍ର ପରିଧାନ ପରମ୍ପରା ରହିଥିବାରୁ ଦୋକାନ ବଜାରରେ ଭିଡ ଦେଖିବାକୁ ମିଳିଛି । ନୂଆଁଖାଇ ପାଇଁ ବ୍ୟବହୃତ ମାଟି ପାତ୍ର, ଚାଙ୍ଗିଡି, ଝାଡୁ ଆଦି ମା’ମାନେ ବଜାରରୁ ସଂଗ୍ରହ କରୁଛନ୍ତି । ଘରର ଝିଅ ପୁଅ ଯେତିକି ଦୂରେ ଥାଆନ୍ତୁ ନା କାହିଁିକି ଘରକୁ ଲେଉଟି ଆସିଛନ୍ତି । ପଡୋଶୀ ଛତିଶଗଡ, ଝାଡଖଣ୍ଡ ଅଞ୍ଚଳରେ ବାସ କରୁଥିବା ଲୋକେ ଗାଡି ଭଡା କରି ନିଜ ଗାଁକୁ ଫେରୁଥିବା ଦେଖାଯାଉଛି । ଏକାଠି ବସି ସମସ୍ତେ ନୂଆଁଖାଇବେ । ଏହା ପଶ୍ଚିମ ଓଡିଶାର ଗଣପର୍ବ । ଏହାକୁ ସମସ୍ତ ପର୍ବ ମଧ୍ୟରେ ରାଜା ପର୍ବ ବୋଲି କେହି କେହି ଆଖ୍ୟା ଦିଅନ୍ତି । ହେଲେ ସରକାରୀସ୍ତରରେ ଯେତିକି ଗୁରୁତ୍ୱ ଦିଆଯିବା କଥା ତାହା ଦିଆଯାଉ ନ ଥିବା ଲୋକେ ଅଭିଯୋଗ କରନ୍ତି। ଏହି ପ୍ରସଙ୍ଗରେ ଜିଲା ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ ସଭାପତି ଭାନୁ ଦଣ୍ଡସେନାଙ୍କ କହିବାନୁଯାୟୀ ରାଜ୍ୟ ସରକାର ନୂଆଁଖାଇ ସମେତ ୫ ଦିନ ଧରି କୌଣସି ଅଧିକାରୀ ନିଜ କାର୍ଯ୍ୟସ୍ଥଳ ନ ଛାଡିବାକୁ ଚିଠି କରିଛନ୍ତି । ଏହାକୁ ନେଇ ସବୁସ୍ତରରେ ଅସନ୍ତୋଷ ପ୍ରକାଶ ପାଇଛି ବୋଲି କହିଛନ୍ତି । ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ପର୍ବରେ ଜିଲାର ନୂଆପଡା ଭଳି ଜିଲା ସଦର ମହକୁମାର ସମସ୍ତ ଏଟିଏମ ଆଜକୁ ୨ ଦିନ ହେବ ବନ୍ଦ ହୋଇପଡିଛି । ପେଟ୍ରୋଲ ପମ୍ପଗୁଡିକ ଅଚଳ ହୋଇପଡିଛି । ଲୋକେ ସାଧାରଣ ସେବା ପାଇଁ ହଇରାଣ ହେଉଥିବାରୁ ଜନ ଅସନ୍ତୋଷ ବୃଦ୍ଧିପାଉଛି । ଏହା ଉପରେ ରାଜ୍ୟ ସରକାର ହସ୍ତକ୍ଷେପ କରି ଲୋକ ସଂସ୍କୃତି ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri