ନୟାଗଡ଼ରୁ ୭ କରୋନା ପଜିଟିଭ ଚିହ୍ନଟ: ଗୋଷ୍ଠୀ ସଂକ୍ରମଣ ଭୟରେ ୪ ଗାଁ, ଗୋଟିଏ ବଜାରକୁ ଶଟ୍ଡାଉନ୍ ଘୋଷଣା କଲେ ସରପଞ୍ଚ
ନୟାଗଡ଼ ଅଫିସ/ ରଣପୁର, ୧୩।୬(ସ୍ବ.ପ୍ର.): ନୟାଗଡ଼ ଜିଲାରୁ ଶନିବାର ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତରେ ଶୁକ୍ରବାର ରାତିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣର ଭୟ ସୃଷ୍ଟି ହୋଇଥିଲା।…
ପାଇଖାନାରେ ବିତୁଛି ଜୀବନ
ନୟାଗଡ଼ ଅଫିସ,୧୩ା୬: ଘର ନ ଥିବାରୁ ପାଇଖାନାରେ ବିତୁଛି ଜୀବନ। ଦିନେ କି ମାସେ ନୁହେଁ, ଅଢ଼େଇ ବର୍ଷ ଧରି ଜଣେ ମହିଳା ୱାର୍ଡମେମ୍ବରଙ୍କ ପରିବାର ଏଠାରେ ରହିଆସୁଛନ୍ତି। ନୟାଗଡ଼ ଜିଲା ରଣପୁର ବ୍ଲକ ସୁର୍କାବାଡି ପଞ୍ଚାୟତର ଠଣାପଲ୍ଲୀ ପାଟଣାରେ ଦେଖିବାକୁ…
ସବୁଠୁ ଉଚ୍ଚା ଥିଲା ଗୋପୀନାଥ ମନ୍ଦିର
ନୟାଗଡ଼ ଅଫିସ,୧୩ା୬: ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ନୟାଗଡ଼ ଜିଲା ଭାପୁର ବ୍ଲକ ପଦ୍ମାବତୀ ଗାଁକୁ ନେଇଏବେ ସବୁଠି ଚର୍ଚ୍ଚା। ଗାଁର ବିଶାଳ ଗୋପୀନାଥ ମନ୍ଦିରର ଦଧିନଉତି ଦୃଶ୍ୟମାନ ହେବା ପରେ ଅନେକ କଥା ଆଲୋଚନା ପରିସରକୁ ଆସିଛି। ବିଶେଷକରି ଗାଁଟି…
ନୟାଗଡ଼ ଜିଲାରେ ୪ ନୂଆ ଆକ୍ରାନ୍ତ: ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ କୋମଣ୍ଡ ପଞ୍ଚାୟତ ଶଟ୍ଡାଉନ୍
ନୟାଗଡ଼ ଅଫିସ,୧୨।୬: ନୟାଗଡ଼ ଜିଲାରେ ଶୁକ୍ରବାର ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪କୁ ବୃଦ୍ଧି ଘଟିଛି। ତେବେ୪ ଆକ୍ରାନ୍ତଙ୍କ ମଧ୍ୟରୁ ଓଡ଼ଗାଁ ବ୍ଲକରୁ ୨ ଓ ରଣପୁର ବ୍ଲକରୁ ୨ ଜଣ ଅଛନ୍ତି।…
ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ କୋମଣ୍ଡ ପଞ୍ଚାୟତକୁ ୭୨ ଘଣ୍ଟିଆ ଶଟ୍ଡାଉନ୍ ଘୋଷଣା କଲେ ସରପଞ୍ଚ
ଓଡ଼ଗାଁ,୧୨ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଓ ତହସିଲ କୋମଣ୍ଡ ପଞ୍ଚାୟତରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ସରପଞ୍ଚ ସୁଶାନ୍ତ କୁମାର ଦଳେଇ ଜିଲାପାଳ କ୍ଷମତା ପ୍ରୟୋଗ କରି ୭୨ ଘଣ୍ଟିଆ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଏହି ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ…
ମହାନଦୀ ଗର୍ଭରେ ମନ୍ଦିର ଦଧିନଉତି
ନୟାଗଡ଼ ଅଫିସ,୧୧ା୬: ନୟାଗଡ଼ ଜିଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ଗୋପୀନାଥ ମନ୍ଦିର ଦଧିନଉତି ମହାନଦୀ ଗର୍ଭରେ ଠାବ ହୋଇଛି। ଭାରତୀୟ କଳା ଓ ସାଂସ୍କୃତିକ ଐତିହ୍ୟ ନ୍ୟାସ (ଇନ୍ଟାକ୍) ପକ୍ଷରୁ ମହାନଦୀ ଅବବାହିକା ଐତିହ୍ୟ ସ୍ଥଳ ପ୍ରଲେଖନ କାର୍ଯ୍ୟ ବେଳେ…
ନୟାଗଡ଼ରେ କରୋନା ଆକ୍ରାନ୍ତ ୧୦୦ ଛୁଇଁଲା
ନୟାଗଡ଼ ଅଫିସ/ଦଶପଲ୍ଲା,୧୦ା୬(ଡି.ଏନ.ଏ.): ବୁଧବାର ୪ ଆକ୍ରାନ୍ତ ଚିହ୍ନଟ ପରେ ନୟାଗଡ଼ ଜିଲାରେ କରୋନା ପଜିଟିଭ୍ ସଂଖ୍ୟା ୧୦୦ରେ ପହଞ୍ଚତ୍ଛି। ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ କ୍ୱାରାଣ୍ଟାଇନ୍ କେନ୍ଦ୍ରରୁ ଜଣେ ଓ ଆଉ ଜଣେ ଯୁବତୀ ବାହାର ଅଞ୍ଚଳ ମହାନ୍ତିସାହିରୁ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ…
ନୟାଗଡ଼ ଜିଲାରେ ୪ କରୋନା ପଜିଟିଭ୍: ୩ ସାହି କଣ୍ଟେନମେଣ୍ଟ, ୩ ସାହି ବଫର ଜୋନ୍ ଘୋଷଣା
ନୟାଗଡ଼ ଅଫିସ,୧୦।୬: ନୟାଗଡ଼ ଜିଲାରେ ବୁଧବାର ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମଧ୍ୟଖଣ୍ଡ କ୍ବାରାଣ୍ଟାଇନ ସେଣ୍ଟରରୁ ୨, ଦଶପଲ୍ଲା କ୍ବାରାଣ୍ଟାଇନ ସେଣ୍ଟରରୁ ୧ ଓ ନୟାଗଡ଼ ବ୍ଲକ ଲେଙ୍କୁଡ଼ିପଡ଼ା କ୍ବାରାଣ୍ଟାଇନ ସେଣ୍ଟରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।…
ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ନର୍ସ କରୋନା ପଜିଟିଭ୍
ନୟାଗଡ଼ ଅଫିସ,୯।୬: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଡାକ୍ତର ଓ ନର୍ସଙ୍କୁ ଚିକିତ୍ସା ପାଇଁ ସୋମବାର ସାରୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସିଡିଏମ୍ଓ ସୁଧାଂଶୁ…
କଲରାପତରିଆ ବାଘ, ଚିତା ହରିଣ ଛାଲ ଜବତ ଘଟଣା: ଅଭିଯୁକ୍ତ ଗଲେ ଜେଲ୍
ଭୁବନେଶ୍ୱର/ନୟାଗଡ଼ ଅଫିସ,୮।୬(ବ୍ୟୁରୋ): ବାଘ ଓ ହରିଣ ଛାଲ ର଼୍ୟାକେଟର ଦୁଇ ବ୍ୟବସାୟୀଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ନୟାଗଡ଼ ଜିଲା ଦଶପଲ୍ଲା ଥାନା ସାକେଣିର ପ୍ରତାପ ନାୟକ ଓ ଦେଡ଼ସର ଗାଁର ଈଶ୍ୱର ଚନ୍ଦ୍ର ଦେଉରୀ। କ୍ରାଇମବ୍ରାଞ୍ଚ ଏସ୍ଟିଏଫ…
କଇଁଫୁଲିଆ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ
ନୟାଗଡ଼ ଅଫିସ,୮ା୬: ନୟାଗଡ଼ ଜିଲା ଭାପୁର ବ୍ଲକ କଇଁଫୁଲିଆ କ୍ବାରାଣ୍ଟାଇନ୍ ସେଣ୍ଟରରୁ ସୋମବାର ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବାଇଗୁଣିଆ ଅଞ୍ଚଳର ଏକ ଦମ୍ପତି ଏବଂ ଲକ୍ଷ୍ମୀପ୍ରସାଦ ଅଞ୍ଚଳର ଜଣେ ଯୁବକ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ଜୀବନ ବଞ୍ଚାଇବାକୁ ଗଁା ଛାଡ଼ିଲେ
ବଢ଼ି ଚାଲିଲା ମୃତ୍ୟୁର ଭୟ। କାରଣ ଜାଣିବା ପୂର୍ବରୁ ଗଡ଼ି ଚାଲିଲା ମୁଣ୍ଡ। ୬ ବର୍ଷରେ ଚାଲିଗଲା ୫ ଜୀବନ। ଧୀରେ ଧୀରେ ପୁରୁଷ ଶୂନ୍ୟ ହୋଇପଡ଼ିଲା ଗୁଣ୍ଡୁରାବାରି ଗଁାର ଦଳିତସାହି। ଶେଷରେ ଘରଦ୍ୱାର ଛାଡ଼ି ଜୀବନ ବଞ୍ଚାଇବା ପାଇଁ ଗଁା…

