ସବୁଠୁ ଉଚ୍ଚା ଥିଲା ଗୋପୀନାଥ ମନ୍ଦିର

ନୟାଗଡ଼ ଅଫିସ,୧୩ା୬: ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ନୟାଗଡ଼ ଜିଲା ଭାପୁର ବ୍ଲକ ପଦ୍ମାବତୀ ଗାଁକୁ ନେଇଏବେ ସବୁଠି ଚର୍ଚ୍ଚା। ଗାଁର ବିଶାଳ ଗୋପୀନାଥ ମନ୍ଦିରର ଦଧିନଉତି ଦୃଶ୍ୟମାନ ହେବା ପରେ ଅନେକ କଥା ଆଲୋଚନା ପରିସରକୁ ଆସିଛି। ବିଶେଷକରି ଗାଁଟି ଐତିହ୍ୟ ସମ୍ପନ୍ନ ଥିବାବେଳେ ଏହାର ଭିନ୍ନ ନାଁ ଥିବା କୁହାଯାଇଛି। କେହି ଏହାକୁ ହାଟୁଆରୀ ବୋଲି କହୁଥିବାବେଳେ କେହି ଏହାକୁ ବରୋହି ଗାଁ ବୋଲି କହୁଛନ୍ତି। ଅନ୍ୟପକ୍ଷରେ ଗୋପୀନାଥ ମନ୍ଦିରରେ ଠାକୁର ଗୋପୀନାଥଙ୍କ ସମେତ ଦଧିବାମନ, କାମନାଦେବୀ, ନୃସିଂହ, ରାହସବିହାରୀ ପୂଜା ପାଉଥିଲେ। ବନ୍ୟା ପୂର୍ବରୁ ଗ୍ରାମବାସୀ ସେଠାରୁ ଠାକୁରଙ୍କୁ ଧରି ପଳାଇ ଆସିଥିଲେ। କିନ୍ତୁ ଏହି ମନ୍ଦିର ସେଠାରେ ଥିବା ସମସ୍ତ ମନ୍ଦିରଠାରୁ ଅଧିକ ଉଚ୍ଚା ଥିଲା। ତେଣୁ ଏବେ ତାହା ଦେଖାଯାଉଛି ବୋଲି କୁହାଯାଉଛି। ପୂର୍ବରୁ ୧୧ ବର୍ଷ ତଳେ ମହାନଦୀର ଜଳସ୍ତର କମିବା ପରେ ମନ୍ଦିର ନଜରକୁ ଆସିଥିଲା। କିନ୍ତୁ ସେ ସମୟରେ ମନ୍ଦିର ସମ୍ପର୍କରେ ଖୋଳତାଡ ହୋଇ ନ ଥିଲା। ଏବେ ପ୍ରାୟ ସପ୍ତାହେ ହେଲା ପୁଣି ମନ୍ଦିରର ଚୂଡ଼ା ଦେଖିବାକୁ ମିଳିଛି। ମନ୍ଦିର ଭିତରେ ସେ ସମୟର ଐତିହ୍ୟ ଲୁଚି ରହିଛି, ତେଣୁ ଏହା ପୁନରୁଦ୍ଧାର ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଲାଣି।
ପିଲାଦିନର ସ୍ମୃତିକୁ ମନେ ପକାଇ ପଦ୍ମାବତୀ ଗ୍ରାମର ୯୫ ବର୍ଷର ବୃଦ୍ଧ ଦେବରାଜ ସାହୁଙ୍କ କହିବାନୁଯାୟୀ, ଗୋପୀନାଥ ମନ୍ଦିର ସବୁଠାରୁ ଉଚ୍ଚା ଥିଲା। ମନ୍ଦିର ବେଢ଼ାକୁ ସେ ବାପାଙ୍କ ସହ ଅନେକ ଥର ଯାଇଥିଲେ। ଠାକୁରଙ୍କ ନିକଟରେ ହେଉଥିବା ଭଜନ, ମେଳା ଓ କୀର୍ତ୍ତନରେ ଉପସ୍ଥିତ ରହି ମଜା ନେଇଥିଲେ। ମନ୍ଦିରର କାରୁକାର୍ଯ୍ୟ ଅତୀବ ମନୋରମ ଥିଲା ବୋଲି ସେ କହିଛନ୍ତି।
ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ କହିବାନୁଯାୟୀ, ଖଣ୍ଡପଡା ରାଜା ନଟବର ସିଂଙ୍କ ମନ୍ତ୍ରୀ ଥିଲେ ଗୁଣ୍ଠୁଣୀ ଗଁାର କୃପାସିନ୍ଧୁ ଛୋଟରାୟ, ଯେ କି ତାଙ୍କ ବଂଶଜ। କୃପାସିନ୍ଧୁଙ୍କ ବାପା କେଶବ ବୈବର୍ତ୍ତାଙ୍କର ପୁଅ ଝିଅ ହେଉ ନ ଥିଲେ। ପୁଅଟିଏ ହେଲେ ଗୋପୀନାଥ ମନ୍ଦିର ନିର୍ମାଣ କରିବେ ବୋଲି କେଶବ ମନାସି ଥିଲେ। କେଶବଙ୍କ ପୁଅ କୃପାସିନ୍ଧୁ ମନ୍ତ୍ରୀ ହେବା ପରେ ମନ୍ଦିର ଗଢ଼ିବାର ସ୍ବପ୍ନ ସଫଳ ହୋଇଥିଲା, ଯାହାକି ୧୮୫୦ ମସିହାର ଘଟଣା ବୋଲି ତାଙ୍କ ବଂଶଜ କହୁଥିଲେ। ତେବେ ସେତେବେଳର ରାଜସ୍ବ ଗାଁ ହାଟୁଆରୀ ବର୍ତ୍ତମାନର ପଦ୍ମାବତୀ ବୋଲି କୁହାଯାଉଛି। ମହାନଦୀ ଗତିପଥ ପରିବର୍ତ୍ତନ କରିବାରୁ ହାଟୁଆରୀ ବୁଡିଗଲା। ପ୍ରାୟ ୧ କିଲୋମିଟର ଦୂରରେ ଗଢ଼ି ଉଠିଲା ହାଟୁଆରୀ ଗାଁ ଲୋକେଙ୍କ ନୂଆ ବସତି, ଯାହାର ନାଁ ରହିଲା ପଦ୍ମାବତୀ। ଗୋପୀନାଥ ମନ୍ଦିରର ଠାକୁର ଓ ଉପର ଚକ୍ର ପଦ୍ମାବତୀର ନୂଆ ଗୋପୀନାଥ ମନ୍ଦିରରେ ରହିଛି। ୨୦୧୮ରେ ନୂଆ ଗୋପୀନାଥ ମନ୍ଦିର ପୂର୍ଣ୍ଣାଙ୍ଗ ହୋଇଛି। ନଦୀ ଗର୍ଭର ମନ୍ଦିରରେ ଠାକୁର ନାହାନ୍ତି। କାରଣ ବନ୍ୟାରେ ମନ୍ଦିର ବୁଡିବା ପୂର୍ବରୁ ଠାକୁରଙ୍କୁ ସ୍ଥାନାନ୍ତର କରାଯାଇଥିଲା। କୃପାସିନ୍ଧୁ ଛୋଟରାୟ ବଞ୍ଚିବା ସମୟରେ ପୁଣି ନୂଆ ମନ୍ଦିର ନିର୍ମାଣ ହୋଇଥିଲା। ପରେ ତାଙ୍କ ପୁଅ ଦାଶରଥି ଛୋଟରାୟ ମନ୍ଦିର ଗଢ଼ିବାରେ ସହଯୋଗ କରିଥିଲେ। ହେଲେ ମନ୍ଦିର ଅପୂର୍ଣ୍ଣାଙ୍ଗ ରହିଯାଇଥିଲା ବୋଲି ଅନୁଭବ କହିଛନ୍ତି।
ସରପଞ୍ଚ ଶ୍ରୀକାନ୍ତ ସାହୁ କୁହନ୍ତି, ତାଙ୍କର ବାପା ଜେଜେ ବାପା କହିବାନୁଯାୟୀ ୧୯୩୩ ମସିହା ବନ୍ୟା ଗୋପୀନାଥ ମନ୍ଦିର ପରି ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ମନ୍ଦିରକୁ ବୁଡାଇଦେଲା। ବନ୍ୟା ଯୋଗୁ ଗାଁ ଛାଡ଼ି ଲୋକେ ଅନ୍ୟତ୍ର ଚାଲିଗଲେ। ସେତେବେଳେ ପୁରୁଣା ପଦ୍ମାବତୀ ତଥା ବରୋହି ଗାଁରେ ୭ହଜାରରୁ ଊର୍ଦ୍ଧ୍ୱ ଲୋକ ଥିଲେ। ଏବେ ଗାଁର ଲୋକସଂଖ୍ୟା କମିଯାଇଛି। ତେବେ ମନ୍ଦିର ପୁନରୁଦ୍ଧାର ଦରକାର। ମନ୍ଦିର ଭିତରେ ଠାକୁର ଅଛନ୍ତି ନାଁ ନୂଆ ମନ୍ଦିରକୁ ଆସିଛନ୍ତି ତାହା ଜାଣିବା ନିହାତି ଆବଶ୍ୟକ ବୋଲି ସାହୁ କହିଛନ୍ତି।
ଐତିହ୍ୟ ବିଶାରଦ ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ପାଣି ଭିତରେ ବୁଡି ରହିଥିବା ମନ୍ଦିରର ଉପରି ଭାଗ ଦେଖା ଯାଉଥିବାରୁ ମୂଳଦୁଆ ଠିକ୍‌ ରହିଥିବା ଜଣାପଡୁଛି। ନଦୀର ତଟ ପରିବର୍ତ୍ତନ ଯୋଗୁ ଗୋପୀନାଥ ମନ୍ଦିର ପରି କିଛି ମନ୍ଦିର ପାଣିରେ ବୁଡି ଯାଇଥିବା ଜଣାପଡିଛି। ତେବେ ଉକ୍ତ ମନ୍ଦିର ସୂର୍ଯ୍ୟ ବଂଶର ଶାସକ ପୁରୁଷୋତ୍ତମ ଦେବଙ୍କ ସମୟରେ ନିର୍ମାଣ ହୋଇଥିବା ଅନୁମାନ କରାଯାଉଛି। କାଞ୍ଚି ଅଭିଯାନ ସମୟରେ ନୟାଗଡ, ଖଣ୍ଡପଡ଼ା, ରଣପୁର ଓ ଦଶପଲ୍ଲା ରାଜା ପୁରୁଷୋତ୍ତମ ଦେବଙ୍କୁ ସହଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ସୂର୍ଯ୍ୟବଂଶର ପୃଷ୍ଠପୋଷକତାରେ ବିଭିନ୍ନ ମନ୍ଦିର ଗଢ଼ିଉଠିଛି। ୧୬ ଶାସନ ଓ ୩୨ କରମାଡ଼ରେ ଦେବୀ ମନ୍ଦିର, ଶିବ ମନ୍ଦିର ଓ ଗୋପୀନାଥ ମନ୍ଦିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri