୫ ମାସ ହେବ ଜାଲ ବିଛାଇଥିଲା ଏସ୍‌ଟିଏଫ୍‌: ୨ ବାଘ ଛାଲ ଜବତ, ସମିତିସଭ୍ୟ ଗିରଫ

ଭୁବନେଶ୍ୱର, ୧୪। ୬(ବ୍ୟୁରୋ)/ ନୟାଗଡ଼ ଅଫିସ/ ରଣପୁର(ସ୍ବ.ପ୍ର.): ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ନୟାଗଡ଼ ଜିଲାର ରଣପୁର ରେଞ୍ଜ ଅଜାମୁଗଣ୍ଡ ଗାଁରୁ ଶୁକ୍ରବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ୨ଟି ବାଘଛାଲ ଜବତ କରିଛି। ଏଥିସହ ବାଘର ହାଡ଼ ମଧ୍ୟ ମିଳିଛି। ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବନ୍ଧମୁଣ୍ଡା ପଞ୍ଚାୟତର ସମିତି ସଭ୍ୟ ତଥା ଚାନ୍ଦପୁର ଥାନା ଜାମୁଗଣ୍ଡ ଗାଁର ଲକ୍ଷ୍ମୀଧର ନାୟକଙ୍କୁ ଗିରଫ କରାଯାଇଛି। ଏ ନେଇ ଏସ୍‌ଟିଏଫ୍‌ ପକ୍ଷରୁ ୧୯/୨୦ରେ ମାମଲା ରୁଜୁ କରାଯାଇ ଲକ୍ଷ୍ମୀଧରଙ୍କୁ ନୟାଗଡ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ରଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନାନୁସାରେ, ଏହି ର଼୍ୟାକେଟର ପର୍ଦ୍ଦାଫାଶ ପାଇଁ ଏସ୍‌ଟିଏଫ୍‌ ୫ ମାସ ତଳୁ ଜାଲ ବିଛାଇଥିଲା। ଡିଆଇଜି ଜୟନାରାୟଣ ପଙ୍କଜଙ୍କ ତତ୍ତ୍ୱାବଧାନରେ ଡିଏସ୍‌ପି ବିଳାସିନୀ ନାୟକ ଏହି ର଼୍ୟାକେଟ ପଛରେ ଲାଗିପଡ଼ିଥିଲେ। ଏସ୍‌ଟିଏଫ୍‌କୁ ମିଳିଥିବା ଏକ ଫଟୋ ବାଘ ଶିକାରର ଦୃଢ଼ ପ୍ରମାଣ ଦେଇଥିଲା। ଉକ୍ତ ଫଟୋରେ ହତ୍ୟା କରାଯାଇଥିବା ଏକ କଲରାପତରିଆ ବାଘ ଦେହରୁ ମୁଖ୍ୟ ଅଭିଯୁକ୍ତ ତଥା ସଭିତିସଭ୍ୟ ଲକ୍ଷ୍ମୀଧର ଏକ ଛୁରିରେ ଛାଲ କାଢ଼ୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଜଣେ ସହଯୋଗ କରୁଥିବାବେଳେ ସେଠାରେ ଠିଆ ହୋଇଥିବା ଅନ୍ୟଜଣେ ବ୍ୟକ୍ତିଙ୍କ ଗୋଡ଼ ମଧ୍ୟ ଦିଶୁଥିଲା। ତେଣୁ ଏହି ଫଟୋ ଏସ୍‌ଟିଏଫ୍‌ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ଗିରଫ ପାଇଁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଅପରେଶନ। ସବୁକିଛି ତଥ୍ୟ ଏକାଠି କରିବା ପରେ ଶେଷରେ ମାଷ୍ଟରମାଇଣ୍ଡ୍‌ ତଥା ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧରଙ୍କୁ ଏସ୍‌ଟିଏଫ୍‌ ଟିମ୍‌ ଧରିବାରେ ସକ୍ଷମ ହୋଇଥିଲା। ଏଥିପାଇଁ ଏସ୍‌ଟିଏଫ୍‌ର ଅଧିକାରୀମାନେ ନିଜେ ଗ୍ରାହକ ସାଜି ତାଙ୍କ ସହ ଯୋଗାଯୋଗ କରିଥିଲେ। ଶେଷରେ ୨ଟି ବାଘ ଛାଲକୁ ୩ଲକ୍ଷ ଟଙ୍କାରେ ଡିଲ୍‌ ହୋଇଥିଲା। ଏହାପରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିଥିଲା। ସବୁଠୁ ବଡ଼ କଥା ହେଲା ଉକ୍ତ ଫଟୋରେ ଲକ୍ଷ୍ମୀଧର ଯେଉଁ ବାଘ ଛାଲକୁ କାଢ଼ୁଥିଲେ ତାହାକୁ ମଧ୍ୟ ଜବତ କରାଯାଇଛି। ଫଟୋରେ ଥିବା ଅନ୍ୟ ଅଭିଯୁକ୍ତମାନେ ଗିରଫ ହେବେ। ସେହିଭଳି ଘଟଣାରେ ଅନ୍ତର୍ଜାତୀୟ ର଼୍ୟାକେଟର ସମ୍ପୃକ୍ତି ରହିଛି କି ନାହିଁ ଓ ଲକ୍ଷ୍ମୀଧର ପୂର୍ବରୁ ବାଘ ଶିକାର କରି ଛାଲ ଓ ଅନ୍ୟ ଦେହାଂଶକୁ ବିକ୍ରି କିମ୍ବା ଚାଲାଣ କରିଥିବା ନେଇ ତଦନ୍ତ ଚାଲିଛି। ଆଗକୁ ସବୁକିଛି ପର୍ଦ୍ଦାଫାଶ ହେବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି ପି.କେ. ଭୋଇ କହିଛନ୍ତି। ଏନେଇ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ଯଦି ବନ କର୍ମଚାରୀମାନେ ଠିକ ଭାବେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଦିଗରେ କାମ କରିଥାନ୍ତେ ତେବେ ଶିକାରୀ ବା ବେପାରୀଙ୍କୁ ଧରିବା ପର୍ଯ୍ୟନ୍ତ କଥା ଯାଆନ୍ତା ନାହିଁ।

ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଓ ଚାଲାଣରେ ଏକାଧିକ ସ୍ଥାନୀୟ ଓ ଅନ୍ତର୍ଜାତୀୟ ର଼୍ୟାକେଟ ସକ୍ରିୟ ରହିଛି। ଏହାକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ସ୍ବତନ୍ତ୍ର ଅଭିଯାନ ଜାରି ରଖିଥିବାବେଳେ ଇତିମଧ୍ୟରେ ଅନେକ ସ୍ଥାନରେ ଚଢ଼ାଉ କରି ବାଘ ଛାଲ, ହାତୀ ଦାନ୍ତ, ଜୀବନ୍ତ ବଜ୍ରକାପ୍ତା ଓ କାତି ଜବତ କରିବା ସହ ସମ୍ପୃକ୍ତ ବେପାରୀ, ମଧ୍ୟସ୍ଥିଙ୍କୁ ଗିରଫ କରିଛି। ହେଲେ ଶୁକ୍ରବାର ଜବତ ହୋଇଥିବା ୨ ବାଘଛାଲ ଓ ହାଡ଼ ଜବତ ଘଟଣାରେ ପ୍ରଥମଥର ପାଇଁ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ଙ୍କୁ ଧରିବାରେ ସଫଳ ହୋଇଛି ଏସ୍‌ଟିଏଫ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri