କଣ୍ଟିଲୋବାସୀଙ୍କ ପାନୀୟ ଜଳ ମହାନଦୀର ଗୋଳିଆ ପାଣି

ଖଣ୍ଡପଡା,୮ା୮(ସ୍ବ.ପ୍ର.): ନୟାଗଡ଼ ଜିଲା ଅନ୍ତର୍ଗତ କଣ୍ଟିଲୋ ନୀଳମାଧବଜୀଉ ପଯର୍‌ୟଟନ କ୍ଷେତ୍ର ଓ କଂସା ପିତ୍ତଳ ବାସନ ଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଛି । ୧୫ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ରାଜସ୍ବ ଗ୍ରାମର ୨୫ଟି ୱାର୍ଡକୁ ନେଇ କଣ୍ଟିଲୋ ଗ୍ରାମପଞ୍ଚାୟତ ଗଠିତ । ଉକ୍ତ ପଞ୍ଚାୟତର ମୁଖ୍ୟ ସମସ୍ୟା ହେଉଛି ଶିକ୍ଷା, ପରିମଳ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ବର୍ତ୍ତମାନ ବର୍ଷାଦିନେ ମହାନଦୀର ଗୋଳିଆ ପାଣିକୁ ବିଶୋଧନ କରା ନ ଯାଇ ଅଞ୍ଚଳବାସୀଙ୍କୁ ଯୋଗାଇ ଦିଆଯାଉଛି । ବିଶେଷ କରି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳ ପାଇଁ ଯୋଗାଇ ଦିଆ ଯାଉଥିବା ପାଇପ ଜଳ ଆଦୌ ବ୍ୟବହାର ଉପଯୋଗୀ ନୁହେଁ ବୋଲି ଅଭିଯୋଗ ହେଉଛି। ମହାନଦୀରୁ ପମ୍ପ ସାହାଯ୍ୟରେ ସିଧାସଳଖ ଗୋଳିଆ ପାଣି ଉଠାଯାଇ ପାଇପ ଯୋଗେ ଯୋଗାଣ ହେଉଛି। ସେହିପରି ଓଭରହେଡ ଟାଙ୍କି ନ ଥିବାରୁ ବିଦ୍ୟୁତ ଯୋଗାଣ ବ୍ୟାହତ ହେଲେ ପାନୀୟ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେବା ଏକ ନିତିଦିନିଆ ଘଟଣା ହେଉଛି। ଜନସାଧାରଣଙ୍କୁ ନିୟମିତ ବିଶୁଦ୍ଧ ପାଣି ଯୋଗାଇବା ଲକ୍ଷ୍ୟରେ ଗତ ବର୍ଷ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଓ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଅଭୟ କୁମାର ବିଶ୍ୱାଳଙ୍କ ଉଦ୍ୟମ କ୍ରମେ ପ୍ରାୟ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଫିଲଟର ଯନ୍ତ୍ର ଓଡିଶାରେ ପ୍ରଥମ କରି କଣ୍ଟିଲୋରେ ପ୍ରତିଷ୍ଠା କରାଯାଇଛି । ଘଣ୍ଟାକୁ ୫୦ ହଜାର ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗଇବାର କ୍ଷମତା ଥିବା ଏହି ପ୍ରକଳ୍ପଟି ଗତ ଜାନୁୟାରୀ ମାସଠାରୁ ସୂଚାରୁ ରୂପେ ଗ୍ରାମବାସୀଙ୍କୁ ପାଣି ଯୋଗାଇ ଆସୁଥିଲା । ମାତ୍ର ଗତ କିଛିଦିନ ହେବ ଉକ୍ତ ପ୍ରକଳ୍ପର କୌଣସି ଏକ ଯନ୍ତ୍ରାଂଶ ନଷ୍ଟ ହୋଇଯାଇ ଥିବାରୁ ପ୍ରକଳ୍ପଟି ଅଚଳ ହୋଇପଡିଛି । ଏ ସମ୍ପର୍କରେ ନୟାଗଡ ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ରାଜୀବ କୁମାର ପାଣିଗ୍ରାହୀଙ୍କୁ ପଚାରିବାରେ ସେ କହିଥିଲେ ଉକ୍ତ ପ୍ରକଳ୍ପର ବିଭିନ୍ନ ଯନ୍ତ୍ରାଂଶ ଯୋଗାଇଥିବା କମ୍ପାନୀ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉକ୍ତ କମ୍ପାନୀର କର୍ମଚାରୀ ଆସି ଏହାକୁ ସଜାଡିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ତେବେ ଖୁବ ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ଏହି ପଯର୍‌ୟଟନସ୍ଥଳୀରେ ଯାତ୍ରୀମାନଙ୍କ ରହଣି ପାଇଁ କୌଣସି ବିଶ୍ରାମାଗାର, ଶୌଚାଳୟ କିମ୍ବା ପରିସ୍ରାଗାରଟିଏ ନ ଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିମଳ ଅବସ୍ଥା ଶୋଚନୀୟ । ଏହାଛଡା ମନ୍ଦିର ଯିବା ରାସ୍ତା ଓ ମୁଖ୍ୟରାସ୍ତା କଡରେ କୁଢ କୁଢ ଅଳିଆ ଆବର୍ଜନା ଗଦା ହୋଇଥିବାରୁ ଯାତାୟାତରେ ଘୋର ସମସ୍ୟା ଉପୁଜୁଛି । ଶିକ୍ଷାର ବିକାଶ ପାଇଁ ଏଠାରେ ନୀଳମାଧବ ମହାବିଦ୍ୟାଳୟ, ନୀଳମାଧବ ବିଦ୍ୟାପୀଠ, କୁଞ୍ଜବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୩ଟି ମଧ୍ୟ ଇଂରାଜୀ ଏବଂ ୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ଏଗୁଡିକରେ ଶିକ୍ଷକ ଅଭାବ ଯୋଗୁ ଶିକ୍ଷାଦାନ କ୍ଷେତ୍ରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରାମର ଅଧିକାଂଶ ଗୃହରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କରାଯାଇଥିଲେ ମଧ୍ୟ ଅନେକ ମୁକ୍ତ ଆକାଶ ତଳେ ବିଶେଷ କରି ନୀଳମାଧବ ଜୀଉ ମନ୍ଦିର ଯିବା ରାସ୍ତା ମହାନଦୀ କୂଳରେ, ମୁଖ୍ୟ ରାସ୍ତା କଡରେ ଶୌଚ ହେଉଥିବାରୁ ଦୂଷିତ ପରିବେଶ ସୃଷ୍ଟି ହେଉଛି। ଜନଗହଳି ପୂର୍ଣ୍ଣ ବଜାର ଓ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରତ୍ୟହ ବସୁଥିବା ମାଛ, ମାଂସ ଓ ପରିବା ହାଟ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ସେହିପରି ପଞ୍ଚାୟତର ପୁରାତନ ପୁଷ୍କରିଣୀ ଉପରେ ଯାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ସ୍ନାନ, ଶୌଚାଦି ପାଇଁ ନିର୍ଭର କରୁଥିଲେ ମଧ୍ୟ ସେଗୁଡିକର ଉନ୍ନତୀକରଣ କରାଯାଉନାହିଁ । ସେହିପରି ନୟାଗଡ ଜିଲାର ଜନବହୁଳ ପଞ୍ଚାୟତ ଭାବେ କଣ୍ଟିଲୋର ଗୁରୁତ୍ୱ ରହିଥିବା ବେଳେ ଉକ୍ତ ପଞ୍ଚାୟତକୁ ଏନଏସିର ମାନ୍ୟତା ମିଳିଲେ କଣ୍ଟିଲୋର ବିକାଶ ତଥା ଉନ୍ନତି ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ତେଣୁ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ସାଧାରଣରେ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri