ରାଜନୈତିକ ଚାପରେ ଡ୍ରେନ ନିର୍ମାଣ: ଘଣ୍ଟାଏ ବର୍ଷାରେ ଘରେ ପଶିଲା ପାଣି

ଓଡ଼ଗାଁ,୮ା୮(ସ୍ବ.ପ୍ର.): ଓଡଗାଁ ଏନ୍‌ଏସି ମାନ୍ୟତା ପାଇବା ପରେ ବିଭିନ୍ନ ଓ୍ବାର୍ଡର ରାସ୍ତା ଓ ଡ୍ରେନ ନିର୍ମାଣ କରାଯାଇଥିଲା। ହେଲେ ଜରୁରୀ ଆବଶ୍ୟକତା ଥିବା ସ୍ଥାନକୁ ବାଦ୍‌ଦେଇ ରାଜନୈତିକ ଚାପରେ ଅନ୍ୟତ୍ର ଡ୍ରେନ ନିର୍ମାଣ ହୋଇଥିବାରୁ ବର୍ଷାପାଣି ବିଭିନ୍ନ ସାହିର ଲୋକଙ୍କ ଘରେ ପଶିଥିବା ଦେଖାଯାଇଛି। ଏହାକୁ ନେଇ ବିଭାଗୀୟ ଯନ୍ତ୍ରୀ ଓ ଠିକାସଂସ୍ଥାଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୧୯ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଓଡଗାଁ ଏନ୍‌ଏସିର ବିଭିନ୍ନ ୱାର୍ଡରେ ଥିବା ନୂଆ ପୁରୁଣା ରାସ୍ତାକୁ ନବୀକରଣ କରାଯାଇ କଂକ୍ରିଟ ରାସ୍ତାରେ ପରିଣତ କରାଗଲା । ଏପରି କି ଏଥିମଧ୍ୟରୁ ୮ କି.ମି. ରାସ୍ତାର ଉଭୟ ପାର୍ଶ୍ୱରେ ଏବଂ ଆବଶ୍ୟକ ସ୍ଥଳେ ଏକ ପାଖରେ ଡ୍ରେନ ନିର୍ମାଣ କରାଯାଇଥିଲା। ହେଲେ ଏହି ନିର୍ମାଣ କାର୍ଯ୍ୟ ସମ୍ପୃକ୍ତ ଠିକା ସଂସ୍ଥା ବଦଳରେ ସ୍ଥାନୀୟ ଅନଭିଜ୍ଞ ଠିକାଦାରଙ୍କ ଦ୍ୱାରା କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ତା’ସତ୍ତ୍ୱେ ବିଭାଗୀୟ ଯନ୍ତ୍ରୀ ଏଥିପ୍ରତି କର୍ଣ୍ଣପାତ ନ କରି ଏକରକମ ରାଜନୈତିକ ଚାପରେ ରହି ନିର୍ବାଚନ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିଥିଲେ। ଏପରିସ୍ଥଳେ ସ୍ଥାନୀୟ ବିଜୟମଣ୍ଡପ ସାହିର ପୂର୍ବ ଭାଗରେ ରହିଥିବା ଭାଲୁମୁଣ୍ଡିଆ ଓ ଖେଳ ପଡିଆର ବନ୍ୟା ଜଳ ନିଷ୍କାସନକୁ ନେଇ ବିବାଦ ଦେଖାଦେଇଥିଲା। ଏହି ସାହିର ଉପରମୁଣ୍ଡରେ ଥିବା ମୁଣ୍ଡିଆ ପାଣି ସାହିର ପୂର୍ବ ପାର୍ଶ୍ୱରେ ନିର୍ଗତ ହେଉଥିବାରୁ ସେହି ପାର୍ଶ୍ୱରେ ଡ୍ରେନ ନିର୍ମାଣ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ହେଲେ କେତେକ ଲୋକଙ୍କ ରାଜନୈତିକ ଚାପରେ ପଡି ସେମାନେ ବିପରୀତ ଦିଗରେ ଅର୍ଥାତ୍‌ ସାହିର ପଶ୍ଚିମ ପାର୍ଶ୍ୱରେ ଡ୍ରେନ ନିର୍ମାଣ କରିଥିଲେ। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଓ ସମ୍ପୃକ୍ତ ଠିକାଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଷଲ ମଧ୍ୟ ସେମାନେ ଏଥିପ୍ରତି ଧ୍ୟାନ ଦେବା ବଦଳରେ ଉପରସ୍ତରର ଚାପରେ ରହି ଏହିଭଳି କରିବାକୁ ବାଧ୍ୟ ବୋଲି ପ୍ରକାଶ କରିଥିଲେ । ବୁଧବାର ମଧ୍ୟାହ୍ନରେ ହୋଇଥିବା ମାତ୍ର ଏକ ଘଣ୍ଟାର ବର୍ଷାରେ ସାହିର ଉପରମୁଣ୍ଡରୁ ଆସୁଥିବା ବର୍ଷାପାଣି ବିଜୟ ମଣ୍ଡପ ସାହିରେ ନିର୍ମାଣ କରାଯାଇଥିବା ଡ୍ରେନ ବଦଳରେ ରାସ୍ତା ଉପରେ ପ୍ରବାହିତ ହୋଇଥିଲା। ଅନ୍ୟପକ୍ଷେ ସାହି ମୁଣ୍ଡରେ ଏହି ଡ୍ରେନ ପାଣି ନିଷ୍କାସନ ନିମନ୍ତେ ପର୍ଯ୍ୟାପ୍ତ ସୁବିଧା କରାଯାଇଥିବା ଏବଂ ଅତ୍ୟନ୍ତ ସଙ୍କୁଚିତ ସ୍ଥିତିରେ ବର୍ଷା ପାଣି ପ୍ରବାହିତ ହୋଇ ନ ପାରି ବ୍ଲକ ପଛ ପାଖ ସାହିର ଘରେ ଘରେ ପଶିଥିଲା ା ଏହା ସହିତ ମୁଖ୍ୟରାସ୍ତାରେ ପ୍ରବାହିତ ପାଣି ବଜାରରେ ଥିବା ଏକମାତ୍ର ହୋଟେଲରେ ପଶିଥିବା ବେଳେ ଖୋଦ୍‌ ପୂର୍ତ୍ତ ବିଭାଗ ଅଫିସ ସାମନାରେ ଥିବା ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ମଧ୍ୟ ପ୍ରବେଶ କରିଥିଲା ା ବର୍ଷାଜଳ ନିଷ୍କାସନ ନିମନ୍ତେ କୌଣସି ଯୋଜନା ପ୍ରସ୍ତୁତ ନ କରି ତରବରିଆ ଭାବେ ରାସ୍ତା ଓ ଡ୍ରେନ କାମ କରାଯାଉଥିବାରୁ ଏହାର ଫଳ ଲୋକମାନଙ୍କୁ ଭୋଗିବାକୁ ପଡୁଛି। ବୁଧବାର ବର୍ଷା ଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବା ବେଳେ ସ୍ଥାନୀୟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସହକାରୀ ଯନ୍ତ୍ରୀ ବସନ୍ତ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନରେ ଆସି ସାହିର ପୂର୍ବ ପାର୍ଶ୍ୱରେ ଅନ୍ୟ ଏକ ଡ୍ରେନ ନିମନ୍ତେ ନୂତନ ପ୍ଲାନ ଏଣ୍ଡ ଏଷ୍ଟିମେଟ ପ୍ରସ୍ତୁତ କରିବେ ବୋଲି କହିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ମଧ୍ୟ ଅନୁରୂପ ଢଙ୍ଗରେ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri