ବୈଠକରେ ସୀମିତ ସଡ଼କ ସୁରକ୍ଷା: ରାଜପଥ କଡ଼ ପାଲଟିଛି ପାର୍କିଂସ୍ଥଳୀ
ନୟାଗଡ଼ ଅଫିସ,୧୨।୯: ନୟାଗଡ଼ ସହରରେ ସଡ଼କ ସୁରକ୍ଷା ଯୋଜନା ପ୍ରହସନ ପାଲଟିଛି। ସହର ମଧ୍ୟ ଦେଇ ଜାତୀୟ ରାଜପଥ-୫୭ ଓ ରାଜ୍ୟ ରାଜପଥ-୨୧ ଯାଇଥିବା ବେଳେ ଏହି ରାସ୍ତାକଡ଼ ବର୍ତ୍ତମାନ ଅଘୋଷିତ ପାର୍କିଂ ସ୍ଥଳୀ ପାଲଟିଛି। ସେହିପରି ଉଠା ଦୋକାନୀଙ୍କ କବ୍ଜାରେ…
ଗଛରେ ପିଟିହେଲା ଯାତ୍ରୀବାହୀ ବସ୍, ୧୦ ଗୁରୁତର
ଗଣିଆ,୧୨ା୯(ଡି.ଏନ.ଏ.): ନୟାଗଡ଼ରୁ କୁମ୍ଭାରପଡା ଯାଉଥିବା ଏକ ଯାତ୍ରୀବାହୀ ବସ୍ ବୁଧବାର କିଶୋରପ୍ରସାଦ ପଞ୍ଚାୟତ ଗୋପାଳପ୍ରସାଦ ନିକଟରେ ଏକ ଆମ୍ବଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗାଡିରେ ଥିବା ୧୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗଣିଆ ପୋଲିସ ଓ ଅଗ୍ନିଶମ ବିଭାଗ…
ଖଙ୍ଗୁରୀ ସେବାଶ୍ରମ ବନ୍ଦ ହେବା ଆଶଙ୍କା: ୫ ଶ୍ରେଣୀରେ ପଢୁଛନ୍ତି ୧୧ ଛାତ୍ରୀଛାତ୍ର
ନୂଆଗାଁ,୧୨ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତରେ ଥିବା ଖଙ୍ଗୁରୀ ସେବାଶ୍ରମ ବନ୍ଦ ହେବା ଆଶଙ୍କା ଉପୁଜିଛି। ୫ ଶ୍ରେଣୀରେ ବର୍ତ୍ତମାନ ଏଠାରେ ପଢୁଛନ୍ତି ମାତ୍ର ୧୧ ଛାତ୍ରୀଛାତ୍ର। ହଷ୍ଟେଲ ସୁବିଧା ନ ଥିବାରୁ ଏଠାରୁ ଅଭିଭାବକମାନେ ମୁହଁ…
ଶ୍ରୀରଘୁନାଥଜୀଉଙ୍କ ପୀଠରେ ସୁନିଆ ପର୍ବ:ସୁନା ଥାଳିଆରେ କାକରାପିଠା ଭୋଗଲାଗି
ଓଡ଼ଗାଁ ୧୧।୯(ସ୍ବ.ପ୍ର.)-ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ପୀଠରେ ମଙ୍ଗଳବାର ସୁନିଆ ପର୍ବ ପାଳିତ ହୋଇଛି। ଏହି ଅବସରରେ ଶ୍ରୀଜୀଉଙ୍କୁ ୩ ସୁନାଥାଳିଆରେ ୩ ବାଡ ସ୍ବତନ୍ତ୍ର କାକରା ପିଠା ଲାଗି କରାଯାଇଛି ା ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ସୁନିଆ ଓ…
ସାହିରୁ ବାସନ୍ଦ ହୋଇଥିଲେ ବୋଲି କାନ୍ଧ ଦେବାକୁ ଆସିଲେନି କେହି: ୬ ଘଣ୍ଟା ପଡ଼ିରହିଲା ମୃତଦେହ
ନୟାଗଡ଼ ଅଫିସ,୧୧।୯-ସାହି ଲୋକେ ଏକ ପରିବାରକୁ ବାସନ୍ଦ କରିଥିଲେ। ଉକ୍ତ ପରିବାରର ସୁଖଦୁଃଖରେ ସାହିଲୋକେ ସାମିଲ ହେଉ ନ ଥିଲେ। ସେମାନଙ୍କୁ ମଧ୍ୟ ସାହିର ଭଲମନ୍ଦରେ ଯୋଗ ଦେବାକୁ ବାରଣ କରାଯାଇଥିଲା। ଫଳରେ ଏକଘରକିଆ ହୋଇ ଖୁବ୍ କଷ୍ଟରେ ଜୀବନ ବିତାଉଥିଲେ…
ରଣପୁର ବଡଦାଣ୍ଡ ପାଲଟିଛି ନର୍ଦ୍ଦମା:ଡ୍ରେନ ସ୍ଥାନରେ କଂକ୍ରିଟ ରାସ୍ତା ,ପୂର୍ତ୍ତ ବିଭାଗର ତ୍ରୁଟିପୂର୍ଣ୍ଣ ପ୍ଲାନ ଡାକିଆଣିଛି ଦୁର୍ଦ୍ଦଶା
ରଣପୁର,୧୧ା୯(ସ୍ବ.ପ୍ର.): ଡ୍ରେନ ପାଇଁ ସ୍ଥାନ ନ ଛାଡି ସମୁଦାୟ ଅଞ୍ଚଳରେ କଂକ୍ରିଟ ରାସ୍ତା କରିଦେବାରୁ ନୂଆ ଜଗନ୍ନାଥ ସଡକର ରଣପୁର ବଡଦାଣ୍ଡ ନର୍ଦ୍ଦମା ପାଲଟିଛି। ଡ୍ରେନ ନ ଥିବାରୁ ବର୍ଷାଜଳ ଦୋକାନ ଘରେ ଓ ସ୍ଥାନୀୟ ଲୋକଙ୍କ ଘରେ ପଶୁଛି। ରାସ୍ତାରେ…
ରାସ୍ତା ଉପରେ ଝୁଲିରହିଛି ବିଦ୍ୟୁତ୍ ତାର:ବିପଦ ଆଶଙ୍କାରେ ସାହିବାସୀ
ଖଣ୍ଡପଡା,୧୧ା୯(ସ୍ବ.ପ୍ର.): କଣ୍ଟିଲୋ ଅଞ୍ଚଳ ଦେଇ ଯାଇଛି ଦଶପଲ୍ଲା-ଖୋର୍ଦ୍ଧା ରାଜ୍ୟ ରାଜପଥ। ଏହି ରାସ୍ତାର କଣ୍ଟିଲୋ ଅଞ୍ଚଳରେ ବିଦ୍ୟୁତ୍ ତାର ଝୁଲିରହିଥିବାରୁ ବିଭିନ୍ନ ସାହି, ବସ୍ତିର ଲୋକେ ବିପଦ ଆଶଙ୍କା କରିଛନ୍ତି। ଖଣ୍ଡପଡା ସେସୁ ବିଭାଗର କଣ୍ଟିଲୋ ବିଦ୍ୟୁତ୍ ସେକ୍ସନ ଅଧୀନରେ ପ୍ରାୟ…
ଅଡିଟ୍ ଧରିଲା ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି
ରଣପୁର,୧୦ା୯(ସ୍ବ.ପ୍ର.): ନୟାଗଡ ଜିଲାରେ ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି ହୋଇଛି । ସ୍କୁଲର ପ୍ରଧାନଶିକ୍ଷକମାନେ ଅଖା ଅଥବା ଅଖା ବାବଦ ଟଙ୍କା ନ ଦେବାରୁ ଅଡିଟ୍ ଧରିଛି। ଏ ଅବସରରେ ଅଡିଟ୍ କ୍ଲିଅରାନ୍ସ ପାଇଁ ଅଖା ପିଛା ୨୦ ଟଙ୍କା ହିସାବରେ…
୩ ବର୍ଷର ଶିଶୁକନ୍ୟା ନିଖୋଜ, ତଦନ୍ତ ଚଳାଇଛି ପୋଲିସ
ଓଡଗାଁ, ୯।୯(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ସାକେରୀ ହରିଜନ ସାହିରୁ ସୋମବାର ସକାଳୁ ଏକ ୩ ବର୍ଷର ଶିଶୁକନ୍ୟା ନିଖୋଜ ହୋଇଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ସୂଚନା ଅନୁସାରେ, ପ୍ରକାଶ ନାୟକଙ୍କ ସ୍ତ୍ରୀ ସୋମବାର ସକାଳେ ପୋଖରୀକୁ…
ନୂଆଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ : ନିମ୍ନମାନର କାମ କରି ଟଙ୍କା ହଡ଼ପ ଉଦ୍ୟମ
ନୂଆଗାଁ,୯ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ମାଧ୍ୟମରେ ପ୍ରତି ପରିବାରକୁ ଘରୋଇ ପାଇଖାନା ଯୋଗାଇ ଦିଆଯାଉଛି। ହେଲେ ଅନେକ ସ୍ଥାନରେ ନିମ୍ନମାନର ପାଇଖାନା ନିର୍ମାଣ କରି ଟଙ୍କା ହଡ଼ପ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ…
ମହାନଦୀ ଜଳସ୍ତର : ୨ଦିନ ଧରି ରାସ୍ତା ଉପରେ ବନ୍ୟାଜଳ
ଗଣିଆ,୯ା୯ (ଡି.ଏନ.ଏ.): ଗତ ୪ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ତେବେ ଗତ ଶନିବାର ଅପରାହ୍ନରେ ମହାନଦୀରେ ବନ୍ୟାପାଣି ଆସି ନୟାଗଡ଼ ଜିଲା ଗଣିଆ ବ୍ଲକର ଗଣିଆ-ବଡମୂଳ ପୂର୍ତ୍ତ ରାସ୍ତାର ରାସଙ୍ଗ, କାଦୁଆ, କଳାପାଟ…
ଏମ୍ଆରଙ୍କ କବ୍ଜାରୁ ମୁକୁଳିପାରୁନି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ
ନୟାଗଡ଼ ଅଫିସ,୮।୯-ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଏମ୍ଆର (ମେଡିସିନ ରିପ୍ରେଜେଣ୍ଟେଟିଭ)ଙ୍କ କବ୍ଜାରୁ ମୁକୁଳି ପାରୁନାହିଁ। ମେଡ଼ିକାଲ ପରିସରକୁ କୌଣସି ଏମ୍ଆର ଆସିପାରିବେ ନାହିଁ ବୋଲି ନୋଟିସ୍ ଲଗାଯାଇଛି। ହେଲେ କେହି ଏହି ନିର୍ଦ୍ଦେଶକୁ ଖାତିର କରୁ ନ ଥିବା ଦେଖିବାକୁ ମିଳୁଛି।…
Archives


