ଶ୍ରେଣୀଗୃହର ପୁନୁରୁଦ୍ଧାର ଦାବି: ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୪ା୯: ଦିନେ ନୁହେଁ କି ଦୁଇ ଦିନ ନୁହେଁ ୭ ବର୍ଷ ହେଲାଣି ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି କୋମଳମତି ଛାତ୍ରୀଛାତ୍ର। ବିଦ୍ୟାଳୟ ଶ୍ରେଣୀଗୃହର ପୁନୁରୁଦ୍ଧାର ପାଇଁ ବାରମ୍ବାର ପ୍ରଶାସନଠାରେ ଦାବି କଲେ ମଧ୍ୟ ସୁଫଳ ମିଳିଲାନି। ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ବିଦ୍ୟାଳୟ ଖୋଲିବା ସମୟରେ ଫାଟକରେ ତାଲା ପକାଇ ଶାନ୍ତିିପୂର୍ଣ୍ଣ ଧାରଣାରେ ବସିଥିଲେ। ଶୁକ୍ରବାର ଏଭଳି ଘଟଣା ଦେଖିବାକୁ ମିଳିଥିଲା ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଗୋଲଗାଁ ଅପଗ୍ରେଡ଼ ଏମ୍‌ଇ ସ୍କୁଲ ସମ୍ମୁଖରେ। ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ, ଅଭିଭାବକ, ଗ୍ରାମବାସୀ ଧାରଣା ଦେଇଥିଲେ। ଫଳରେ ସ୍କୁଲକୁ ଯାଇଥିବା ଶିକ୍ଷକମାନେ ବାଧ୍ୟ ହୋଇ ବିଦ୍ୟାଳୟ ଆଗରେ ଅପେକ୍ଷା କରିଥିଲେ। ଅପରାହ୍ନ ୧ଟା ୩୦ରେ ଓଡ଼ଗାଁ ବ୍ଳକ ଏବିଇଓ ସଦାଶିବ ପାତ୍ର ଓ କନିଷ୍ଠଯନ୍ତ୍ରୀ ପହଞ୍ଚତ୍ ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣାରୁ ଉଠିଥିଲେ। ଘଟଣାରୁ ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୯ ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ଗୋଟିଏ କାର୍ଯ୍ୟାଳୟ ଓ ୯ଟି ଶ୍ରେଣୀଗୃହ ରହିଛି। ୯ଟି ଶ୍ରେଣୀଗୃହରୁ ୪ଟିର ଛାତରୁ ପ୍ଲାଷ୍ଟର ଖସି ରଡ ବାହାରି ଝୁଲିି ରହିଛି। ସେହିଭଳି ୩ଟି ଶ୍ରେଣୀଗୃହର କାନ୍ଥ ଫାଟି ଆଁ କରିଛି। ଅବଶିଷ୍ଟ ୨ଟି ଶ୍ରେଣୀଗୃହ ଭଲ ରହିଛି। ୮ଟି ଶ୍ରେଣୀର ପିଲାମାନଙ୍କୁ ଦୁଇଟି ଭଲ ଥିବା ଶ୍ରେଣୀଗୃହରେ ପଢ଼ାଯାଇ ପାରୁନାହିଁ। ଫଳରେ ବାଧ୍ୟ ହୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ କାନ୍ଥ ଫାଟିଥିବା ୩ଟି ଶ୍ରେଣୀଗୃହରେ ପିଲମାନଙ୍କୁ ପାଠପଢ଼ାଉଛନ୍ତି। ଘଟଣା ସ୍ଥଳରେ ଓଡ଼ଗାଁ କନିଷ୍ଠ ଯନ୍ତ୍ରୀ ଓ ଏବିିଓ ପହଞ୍ଚତ୍ ଫନି ବାବଦରେ ଦୁଇ ଲକ୍ଷ ଓ ତିତିଲିରୁ ୨ ଲକ୍ଷ ଏହିପରି ମୋଟ ଚାରିଲକ୍ଷ ଟଙ୍କା ଶୁକ୍ରବାର ବିଦ୍ୟାଳୟର ମରାମତି ପାଇଁ ମଞ୍ଜୁର ହୋଇଥିବା କହିଥିଲେ। ହେଲେ ଗ୍ରାମବାସୀ ଉକ୍ତ ବିଦ୍ୟାଳୟ ଶ୍ରେଣୀଗୃହ ମରାମତି ପାଇଁ ୨୮ ଲକ୍ଷ ଟଙ୍କା ଆବଶ୍ୟକ ବୋଲି କହିଥିଲେ। ଉକ୍ତ ଅନୁଦାନ ରାଶି ୪ ଲକ୍ଷ ଓ ପଞ୍ଚାୟତ ଅନୁଦାନ ରାଶି ଚାରିଲକ୍ଷ ରହିଛି, ଏହିଭଳି ୮ ଲକ୍ଷ ହେବ। ଆଠ ଲକ୍ଷ ଟଙ୍କାରେ ଶ୍ରେଣୀଗୃହର ମରାମତି କାର୍ଯ୍ୟ କରିବା ସମ୍ଭବ ନୁହେଁ ବୋଲି ଗ୍ରାମବାସୀ ପ୍ରକାଶ କରିଥିେଲେ। ବଳକା ୨୦ ଲକ୍ଷ ଟଙ୍କା ଅନୁଦାନ ଆସିଲେ ଏକାସଙ୍ଗେ କାର୍ଯ୍ୟ କରାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ଅକ୍ଟୋବର ୧୫ ସୁଦ୍ଧା ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଗଲେ ବିଦ୍ୟାଳୟରେ ବିପଦସଙ୍କୁୁଳ ଅବସ୍ଥାରେ ଥିବା ୭ଟି ଶ୍ରେଣୀଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଗ୍ରାମବାସୀ କହିଥିଲେ। ନ ହେଲେ ଆଗାମୀ ଦିନରେ ବିଦ୍ୟାଳୟରେ ଅନିିର୍ଦ୍ଦଷ୍ଟ କାଳ ପାଇଁ ତାଲା ପକାଇବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ଫଳରେ ଉକ୍ତ ରାସ୍ତା ଦେଇ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?