ଓଡ଼ଶର ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ୫ ଦିନ ହେଲା ତାଲା: ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ଦଶପଲ୍ଲା,୧୫ା୯ (ଡି.ଏନ.ଏ.)- ଦଶପଲ୍ଲା ବ୍ଲକ ଅନ୍ତର୍ଗତ ସରିଗଣ୍ଡା ପଞ୍ଚାୟତର ଓଡ଼ଶର ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ୫ ଦିନ ହେଲା ତାଲା ପଡ଼ିଛି। କେନ୍ଦ୍ରରେ ଖାଦ୍ୟ ଦେବାରେ ଅନିୟମିୟତା ଏବଂ ପିଲାଙ୍କ ଦେଖାଶୁଣାରେ ଅବହେଳା ନେଇ ଗ୍ରାମର କେତେକ ଲୋକ ତାଲା ପକାଇଛନ୍ତି। ୫ଦିନ ହେଲା କୁନିକୁନି ପିଲାମାନେ ପାଠପଢାରୁ ବଞ୍ଚତ୍ତ ହେଉଥିବା ଜଣାଯାଇଛି।

ପ୍ରକାଶଥାଉକି, ଗତ ଶୁକ୍ରବାର ପିଲାମାନେ ଘରକୁ ଫେରିବାରେ ଡେରି ହେବାରୁ କେତେକ ଅଭିଭାବକ କେନ୍ଦ୍ର ନିକଟକୁ ଯାଇଥିଲେ, କେତେକ ପିଲା କନିଅର ଫଳ ତୋଳିବା ଏବଂ ସେଥିରେ ଖେଳିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। କର୍ମଚାରୀମାନେ ପିଲାଙ୍କ ଯତ୍ନ ନ ନେବା, ଖାଦ୍ୟ ଠିକ୍‌ରେ ନ ଦେବା ଅଭିଯୋଗ କରିଥିଲେ। ଶନିବାର କେନ୍ଦ୍ର ଖୋଲା ନ ଯିବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା ବୋଲି ଅଭିଭାବକ ସୁରେଶ ପ୍ରଧାନ ମତବ୍ୟକ୍ତ କରିଥିଲେ। ମଙ୍ଗଳବାର କିଛି ଲୋକ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ଦୀର୍ଘ ୫ ଦିନ ହେଲା କେନ୍ଦ୍ର ବନ୍ଦ ହୋଇଥିଲେ ମଧ୍ୟ ଏହାର ପ୍ରତିକାର ହୋଇପାରିନାହିଁ। ଏ ସମ୍ପର୍କରେ ଅଙ୍ଗନଓ୍ବାଡି କର୍ମୀ ସୁପ୍ରଭା ମିଶ୍ରଙ୍କୁ ପଚାରିବାରୁ ଗତ ଶନିବାର ଅଫିସରେ ମିଟିଂ ଥିବାରୁ ଯାଇଥିଲେ। ସହାୟିକାଙ୍କୁ ସେଣ୍ଟର ଖୋଲିବା ପାଇଁ କହିଥିଲେ। ସେହିପରି ସୁପରଭାଇଜର ପଦ୍ମାଳୟା ଶତପଥୀଙ୍କୁ ଯୋଗାଯୋଗ କରିବାରୁ ଅଙ୍ଗନଓ୍ବାଡି କର୍ମୀ ମିଟିଂ ଥିବା ଯୋଗୁ ଅଫିସ ଆସିଥିଲେ ଏବଂ ବର୍ଷା ଯୋଗୁ ପିଲା ନ ଆସିବାରୁ କେନ୍ଦ୍ର ଖୋଲି ନଥିବା ପାଚିକା କହିଥିଲେ ବୋଲି ସେ ପ୍ରକାଶ କରିଥିଲେ।

ଏ ସମ୍ପର୍କରେ ସିଡିପିଓଙ୍କୁ ଯୋଗାଯୋଗ କରିବାରେ ସୁପରଭାଇଜରଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ। ଅନ୍ୟପକ୍ଷେ, ଗୁରୁବାର ରାତିରେ ଗ୍ରାମରେ ଏକ ବୈଠକ ବସି ତାଲା ପଡ଼ିବା ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଅଙ୍ଗନଓ୍ବାଡି କର୍ମୀ, ସହାୟିକା, ସୁପରଭାଇଜର ଏବଂ ବହୁ ଜନସାଧାରଣ ଯୋଗଦେଇଥିଲେ ମଧ୍ୟ ଆଲୋଚନା ଫଳପ୍ରଦ ହୋଇନଥିଲା। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେଇ ପ୍ରତିକାର କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?