ରେବତୀ ବଣିଆ ନୂଆସାହି ରାସ୍ତା ନିର୍ମାଣକୁ ବିରୋଧ, ଗ୍ରାମବାସୀଙ୍କ ରାସ୍ତାରୋକୋ

ଖଣ୍ଡପଡା,୧୫।୯(ସ୍ବ.ପ୍ର.)-ଖଣ୍ଡପଡା ବ୍ଳକ ଅଧୀନ ମର୍ଦ୍ଦରାଜପୁର ପଞ୍ଚାୟତର ରେବତୀ ବଣିଆ ନୂଆସାହି ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ଦାବି କରାଯାଇଛି। ଏ ନେଇ ବେଣାଗାଡିଆ ପଞ୍ଚାୟତ ଅଧୀନ ବରକୋଳି ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକୋ କରିବା ଯୋଗୁ ଶନିବାର ଦିନତମାମ ଖଣ୍ଡପଡା-କଣ୍ଟିଲୋ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖଣ୍ଡପଡା ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ,ଏସଡିପିଓ ଶ୍ରୀନିବାସ ମହାନ୍ତି, ଆଇଆଇସି ବିମଳ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଗ୍ରାମବାସୀ ଆନ୍ଦୋଳନରୁ ଓହରି ନ ଥିଲେ । ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ ଦାୟିତ୍ୱରେ ଥିବା ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପ ପ୍ରତିମୟ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଖୁବ ଶୀଘ୍ର ସମସ୍ୟା ସମାଧାନ କରାଯିବାର ପ୍ରତିଶ୍ରୁତି ଦେବାରେ ରାସ୍ତାରୋକୋ ହଟିଥିଲା ।

କଣ୍ଟିଲୋ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାରୁ ରେବତୀ ବଣିଆ ନୂଆସାହିକୁ ସଂଯୋଗ କରୁଥିବା ରାସ୍ତା ବରକୋଳି ଗ୍ରାମବାସୀଙ୍କ ବିରୋଧ ଯୋଗୁ ଦୀର୍ଘ ବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ଶୁକ୍ରବାର ରେବତୀ ବଣିଆ ନୂଆସାହିକୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଓ ରାସ୍ତାରେ ମାଟି ପଡିବାକୁ କେନ୍ଦ୍ର କରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ବରକୋଳି ଗ୍ରାମର ଶତାଧିକ ଲୋକ ରାସ୍ତା ନିର୍ମାଣ ସ୍ଥାନରେ ପହଞ୍ଚି ବିରୋଧ କରିଥିଲେ। ମାତ୍ର ନିର୍ମାଣ କାର୍ଯ୍ୟ ପ୍ରଶାସନ ପକ୍ଷରୁ ଚାଲୁ ରହିଥିବାରୁ ଏହାର ପ୍ରତିବାଦରେ ବରକୋଳି ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇଥିବା ଜଣାପଡିଛିା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri