ଡ୍ରେନ ନିର୍ମାଣରେ ଅନିୟମିତତା, ତଦନ୍ତ ଦାବି

ଖଣ୍ଡପଡା,୧୫।୯(ସ୍ବ.ପ୍ର.) -ଖଣ୍ଡପଡା ସହରର ୧ନଂ ୱାର୍ଡରେ ସିମେଣ୍ଟ କଂକ୍ରିଟ ରାସ୍ତା ଉପରେ ୫ ଇଞ୍ଚ ଓସାରର ଏକ ଡ୍ରେନ ନିର୍ମାଣକୁ ନେଇ ସ୍ଥାନୀୟ ୱାର୍ଡ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଅନିୟମିତତା କାର୍ଯ୍ୟର ତଦନ୍ତ ପାଇଁ ସ୍ଥାନୀୟ ଦୁର୍ନୀତି ନିବାରଣ ସଂଘ ପକ୍ଷରୁ ଦାବି କରାଯାଇଛି । ନିର୍ମାଣାଧୀନ ସିମେଣ୍ଟ ଡ୍ରେନର ସ୍ଥାୟିତ୍ୱ ନେଇ ସାଧାରଣରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନଏସି କର୍ତ୍ତୃପକ୍ଷ ଉକ୍ତ ଡ୍ରେନ କାର୍ଯ୍ୟ ବାବଦରେ ନିୟୋଜିତ ଠିକାଦାରଙ୍କୁ ପାଖାପାଖି ୨.୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ମସୁଧା ଚଳାଇଥିବା ଅଭିଯୋଗ ହେଉଛି । ଉକ୍ତ ଡ୍ରେନ କାର୍ଯ୍ୟଟି ଖଣ୍ଡପଡା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସରକାରୀ ବାସଭବନ ପଛପାଖ ସିମେଣ୍ଟ କଂକ୍ରିଟ ରାସ୍ତା ଉପରେ ନିର୍ମାଣ ହୋଇଛି । ଅଣଓସାରିଆ ଡ୍ରେନଟି ପାଣି ନିଷ୍କାସନରେ କେତେଦୂର ସହାୟକ ହେବ ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିିଛି । ତେବେ ଖଣ୍ଡପଡା ଦୁର୍ନୀତି ନିବାରଣ ସଂଘର ସଦସ୍ୟମାନେ ଡ୍ରେନ ନିର୍ମାଣରେ ହୋଇଥିବା ଅନିୟମିତତାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି । ସଂଘର ସଦସ୍ୟମାନେ ଖଣ୍ଡପଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରିଣୀଙ୍କ ଦୃଷ୍ଟି ଆକର୍ଷଣ କରି କୌଣସି ସୁଫଳ ନ ପାଇବା ପରେ ଡ୍ରେନ ନିର୍ମାଣରେ ହୋଇଥିବା ଅନିୟମିତତାର ତଦନ୍ତ ନିମନ୍ତେ ନୟାଗଡ ଜିଲାପାଳ, ଭିଜିଲାନ୍ସ ଏସପି, କ୍ୱାଲିଟି କଣ୍ଟୋ୍ରଲ ଅଥରିଟି, ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି ା ଏ ସମ୍ପର୍କରେ ଖଣ୍ଡପଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡଙ୍ଗୀଙ୍କ ସହ ଯୋଗାଯୋଗ କରିବାରେ ଉକ୍ତ ଡ୍ରେନ କାର୍ଯ୍ୟ ସମ୍ପନ୍ନ ହୋଇ ନ ଥିବା ବେଳେ ଏ ବାବଦରେ କୌଣସି ବିଲ୍‌ ପୈଠ ହୋଇ ନାହିଁ । ଅଭିଯୋଗ ପାଇବା ପରେ ସେ ଉକ୍ତ କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ । ଏହାର ଉପର ସ୍ଲାବ ମଧ୍ୟ ପଡି ନ ଥିବା ସେ ସୂଚନା ଦେଇଥିବା ବେଳେ ଉକ୍ତ କାର୍ଯ୍ୟ ପାଇଁ ୨ଲକ୍ଷ ୪୬ ହଜାର ଟଙ୍କା ଅଟକଳ ହୋଇଛି । ତେବେ କାର୍ଯ୍ୟ ସମ୍ପନ୍ନ ପରେ ଯେତିକି କାର୍ଯ୍ୟ ହୋଇଥିବ ମାପ ଅନୁସାରେ ତାହାର ବିଲ୍‌ ହେବ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri