ନୟାଗଡ଼

ନୟାଗଡ଼ ଆର୍‌ଟିଓ କାର୍ଯ୍ୟାଳୟରୁ ଦଲାଲ୍‌ ଗିରଫ: ଟଙ୍କା, କାଗଜପତ୍ର ଜବତ

ନୟାଗଡ଼ ଅଫିସ,୩୧ା୧୦: ନୟାଗଡ଼ ଜିଲା ଆରଟିଓ କାର୍ଯ୍ୟାଳୟରୁ ଗୁରୁବାର ଜଣେ ଦଲାଲକୁ ଗିରଫ କରାଯାଇଛି। ସେ ହେଲେ ନୟାଗଡ଼ ସଦର ଥାନା ଜାମୁସାହି ଗ୍ରାମର ମୁରଲୀଧର ରାଉତ। ତାଙ୍କ ନିକଟରୁ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା, ବିଭିନ୍ନ କାଗଜପତ୍ର, ପାସପୋର୍ଟ...

ପର୍ଯ୍ୟଟନ ପୀଠକୁ ପ୍ଲାଷ୍ଟିକ୍‌ ମୁକ୍ତ ପାଇଁ ପ୍ରୟାସ

ଖଣ୍ଡପଡା,୩୧ା୧୦(ସ୍ବ.ପ୍ର.): ଗୋକୁଳାନନ୍ଦ ଜୀଉ ପର୍ଯ୍ୟଟନ ପୀଠକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସିଧାମୂଳା ଗୋକୁଳାନନ୍ଦ ଜୀଉ ସ୍ପୋଟର୍‌ସ ଆସୋସିଏଶନ ପକ୍ଷରୁ ପ୍ରୟାସ ଜାରିରହିଛି । ଅସୋସିଏଶନର ସଦସ୍ୟମାନେ ସ୍ବଚ୍ଛଭାରତ କାର୍ଯ୍ୟକ୍ରମକୁ ଆପଣାଇ ପୀଠ ପରିସରରେ ସଫେଇ କାର୍ଯ୍ୟ କରୁଛନ୍ତି। ପ୍ରକାଶ...

ସଚିବ ରଞ୍ଜନା ଚୋପ୍ରାଙ୍କ ନୟାଗଡ଼ ଜିଲା ଗସ୍ତ: ଆହାର କେନ୍ଦ୍ରରେ ଖାଇଲେ ଭାତ ଡାଲମା

ନୟାଗଡ଼ ଅଫିସ,୩୧।୧୦: ଅନୁସୂଚିତ ଜାତି ଓ ଜନଜାତି ସଚିବ ତଥା ନୟାଗଡ଼ ଜିଲା ନୋଡାଲ ସଚିବ ରଞ୍ଜନା ଚୋପ୍ରା ବୁଧବାର ନୟାଗଡ଼ ଜିଲା ଗସ୍ତ କରି ବିଭିନ୍ନ ଯୋଜନା ବିଷୟରେ ତଦାରଖ କରିଛନ୍ତି। ଏହା ସହିତ ନୟାଗଡ଼ସ୍ଥିତ ଆହାର କେନ୍ଦ୍ର...

ପାହାଡ଼ ଚଢ଼ି ଆଦିବାସୀ ଗାଁରେ ପହଞ୍ଚିଲେ ବିଡିଓ

ଦଶପଲ୍ଲା,୩୧ା୧୦: ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିବା ପାଇଁ ରାଜ୍ୟ ସରକାରଙ୍କ ଆହ୍ବାନକ୍ରମେ ଦଶପଲ୍ଲା ବ୍ଲକ ପ୍ରଶାସନ ତରଫରୁ ବିଭିନ୍ନ ଆଦିବାସୀ ବହୁଳ ଗ୍ରାମ ଗସ୍ତ କରାଯାଉଛି। ତେଣୁ ପାହାଡ଼ ଚଢ଼ି ଏବଂ ନାଳ ଅତିକ୍ରମ କରି ସେମାନଙ୍କ ନିକଟତର ହୋଇଛନ୍ତି...

ଦିଶା ବୈଠକ ଅନୁଷ୍ଠିତ: ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଚଢ଼ାଉ କରିବେ ଅଧିକାରୀ

ନୟାଗଡ଼ ଅଫିସ,୩୦।୧୦-ନୟାଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ସୃଜନଠାରେ ମଙ୍ଗଳବାର ଦିଶା (ଡିଷ୍ଟ୍ରିକ୍ଟ ଡେଭ୍‌ଲପ୍‌ମେଣ୍ଟ କୋ ଅର୍ଡ଼ିନେଶନ୍‌ ଆଣ୍ଡ ମନିଟରିଂ କମିଟି) ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ପଥରଦ୍ୱାର ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା

ଖଣ୍ଡପଡା,୩୦।୧୦(ସ୍ବ.ପ୍ର.)-ଖଣ୍ଡପଡା ବ୍ଲ୍ଳକ ଅନ୍ତର୍ଗତ ପଥରଦ୍ୱାର ଗ୍ରାମ ମା’ ପୂର୍ଣ୍ଣବାସୀଙ୍କ ପୀଠରେ ମଙ୍ଗଳବାର ପାରମ୍ପରିକ ରୀତିରେ ଗିରିଗୋବର୍ଦ୍ଧନ ପୂଜା ଆରମ୍ଭ ହୋଇଛି ା ମା’ ପୂର୍ଣ୍ଣବାସୀ ଯୁବ କ୍ଲବ ଆନୁକୂଲ୍ୟରେ ତଥା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଦୀର୍ଘ ୧୯...

ନିଆରା ଢଙ୍ଗରେ ପାଳିଲେ ଦୀପାବଳି ପ୍ରଶାସନିକ ଅଧିକାରୀ, ସାଧାରଣ ଜନତା ସାମିଲ

ନୟାଗଡ଼ ଅଫିସ,୨୯ା୧୦: ନୟାଗଡ଼ ଜିଲାରେ ବିଭିନ୍ନ ସ୍ଥାନରେ ସୋମବାର ନିଆରା ଢଙ୍ଗରେ ଦୀପାବଳି ପାଳିତ ହୋଇଯାଇଛି। ଜିଲା ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ କ୍ଲବର ପିଲାମାନେ ଏହାକୁ ସ୍ମରଣୀୟ କରିବା ପାଇଁ ଅନାଥାଶ୍ରମ ଓ ଜରାଶ୍ରମରେ ଦୀପାବଳି ପାଳନ କରିଥିଲେ।...

ଆଇସ୍‌କ୍ରିମ୍‌ରୁ ବାହାରିଲା ବ୍ଲେଡ୍‌

ନୟାଗଡ଼ ଅଫିସ,୨୯ା୧୦: ନୟାଗଡ଼ ସଦର ବ୍ଲକ ବାଘେରା ଧବଳେଶ୍ୱର ଯାତ୍ରାରେ ସୋମବାର ଏକ ଆଇସ୍‌କ୍ରିମ୍‌ରୁ ବ୍ଲେଡ୍‌ ବାହାରିଥିବା ଦେଖିବାକୁ ମିଳିଥିଲା। ଇଟାମାଟି ତେଲିସାହିର ରଞ୍ଜନ କୁମାର ବସନ୍ତରାୟ ଯାତ୍ରା ଦେଖିବାକୁ ଯାଇଥିବାବେଳେ ସେଠାରେ ଜଣେ ବେପାରୀଙ୍କଠାରୁ ଆଇସ୍‌କ୍ରିମ୍‌ କିଣିଥିଲେ। ଏହାକୁ...

ଅଳଙ୍କାର ଦୋକାନରୁ ଲୁଟ୍‌ : ସିସିଟିଭି ଫୁଟେଜରୁ ଧରାପଡ଼ିଲେ ଦୁଇ ମହିଳା 

ବାଲୁଗାଁ ,୨୯।୧୦(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବାଲୁଗାଁ  ବଜାରସ୍ଥିତ ଏକ ଜୁଏଲେରୀ ଦୋକାନରୁ ଗତ ଶନିବାର ମଧ୍ୟାହ୍ନରେ ଅଳଙ୍କାର କିଣିବା ବାହାନାରେ ୪ ମହିଳା ରୁପା ଗହଣା ଲୁଟି ନେଇଥିଲେ ।  ଏ ନେଇ ସିସିଟିଭ ଫୁଟେଜରୁ ଉତ୍ତୋଳିତ ଚିତ୍ରରୁ ଜଣାପଡିଛି। ରବିବାର...

ପାଇଖାନା ଟାଙ୍କିରେ ପଡ଼ି ଶିଶୁ ମୃତ

ରଣପୁର,୨୯।୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ ଖତିଆ ଭଞ୍ଜସାହିରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ି ଜଣେ ୪ ବର୍ଷର ଶିଶୁଙ୍କ ରବିବାର ମୃତ୍ୟୁ ଘଟିଛି । ସେ ହେଲେ ଭଞ୍ଜସାହିର ରମେଶ ନାୟକଙ୍କ ସାନ ପୁଅ ବୁଲୁ ନାୟକ। ସେ ଉକ୍ତ...

ସାପ କାମୁଡ଼ାରେ ମହିଳା ମୃତ

ରଣପୁର, ୨୮।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ବଳଭଦ୍ରପୁର ପଞ୍ଚାୟତ କେରଣ୍ଡାଟାଙ୍ଗୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅକ୍ରୁର ସାହୁଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା(୪୩)। ପ୍ରକାଶ ଯେ, ଲକ୍ଷ୍ମୀପ୍ରିୟା ପରିବାର ସହ ରାତିରେ ଖାଇପିଇ...

ସଡ଼କ ଦୁର୍ଘଟଣା: ବାପା ମୃତ, ମା’ପୁଅ ଗୁରୁତର

ନୟାଗଡ଼ ଅଫିସ୍‌, ୨୭।୧୦- ଦୀପାବଳି ପାଇଁ ଦୀପ, ବାଣ କିଣି ଗାଁକୁ ଆସୁଥିବା ବେଳେ ସଡ଼କ ଦୁର୍ଘଟଣା ଘଟି ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ପୁଅ ଗୁରୁତର ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri