ନୟାଗଡ଼

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ନୟାଗଡ଼ ଅଫିସ,୨୬ା୧: ନୟାଗଡ଼ ଜିଲା ସଦର ମହକୁମା ପୋଲିସ ଟ୍ରେନିଂ ପଡିଆରେ ରବିବାର ୭୧ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।…

ଜାତୀୟ କନ୍ୟାସନ୍ତାନ ଦିବସ କନ୍ୟା ଏକ ଉଜ୍ଜ୍ୱଳ ତାରକା

ଗଣିଆ,୨୬ା୧(ଡି.ଏନ୍‌.ଏ.): ପୁଅଟିଏ ଜନ୍ମହେଲେ ରୋଜଗାର କରି ପୋଷିବ ଓ ବଂଶ ରକ୍ଷା କରିବ ା କନ୍ୟା ସନ୍ତାନ ଜନ୍ମ ହେଲେ ପରଘରକୁ ଚାଲିଯିବ ଏବଂ ବିବାହ ବେଳେ ଯୌତୁକ ପାଇଁ ମା’ବାପାଙ୍କ ଲାଗି ବୋଝ ସାଜିବ। ଏଭଳି ହୀନ ମାନସିକତା ଯୋଗୁ…

ପର୍ଯ୍ୟଟନ କ୍ଷେତ୍ର ଶ୍ରୀନୀଳମାଧବ ପୀଠ: ରୋପୱେ ଯୋଜନା ଫାଇଲ ତଳେ

ଖଣ୍ଡପଡ଼ା,୨୬ା୧(ସ୍ବ.ପ୍ର.): ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କଣ୍ଟିଲୋ ଶ୍ରୀ ନୀଳମାଧବ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ବୟସାଧିକ ଓ ଭିନ୍ନକ୍ଷମ କାରଣରୁ ପାହାଡ ଚଢି ମନ୍ଦିରକୁ ଯିବା କଷ୍ଟସାଧ୍ୟ ହେଉଛି।…

ବିଶ୍ୱାବସୁ ଶବର ରାଜା ବଂଶଧର ଜାତିଆଣ ବୈଠକ ଶବର ଜାତିର ସମସ୍ୟା ଉପରେ ଗୁରୁତ୍ୱ

ଖଣ୍ଡପଡ଼ା,୨୬ା୧(ସ୍ବ.ପ୍ର.): ଭାପୁର ବ୍ଲକ ଧାନଚେଙ୍ଗଡା ପଞ୍ଚାୟତ କାଳିଆପଲ୍ଲୀରେ ଶନିବାର ବିଶ୍ୱାବସୁ ଶବର ରାଜା ବଂଶଧର ଜାତିଆଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁରଲୀ ନାୟକ ସଭାପତିତ୍ୱ କରିଥିବା ବେଳେ ବଲାଙ୍ଗୀର ଜିଲାର ଆଦିବାସୀ ନେତା ସତ୍ୟ ନାରାୟଣ ଭୋଇ ମୁଖ୍ୟଅତିଥି ଭାବେ…

ଆତଙ୍କ ଖେଳାଉଛି କିଡ୍‌ନୀ ରୋଗ: ୪ବର୍ଷରେ ଗଲାଣି ୩୦ରୁ ଊର୍ଦ୍ଧ୍ୱ ଜୀବନ

ଖଣ୍ଡପଡ଼ା,୨୪ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ଭାପୁର ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମରେ କିଡ୍‌ନୀ ରୋଗ ଆତଙ୍କ ଖେଳାଉଛି। ଗତ ୩/୪ ବର୍ଷ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଏହି ରୋଗରେ ମୃତ୍ୟୁ ଘଟିଲାଣି। ବର୍ତ୍ତମାନ ୨୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ…

ଦିଶା ବୈଠକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗୁରୁତ୍ୱ

ନୟାଗଡ଼ ଅଫିସ/ଗଣିଆ (ଡି.ଏନ୍‌.ଏ.),୨୩ା୧: ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ଡାକବଙ୍ଗଳାଠାରେ ବୁଧବାର ଡିଷ୍ଟ୍ରିକ୍ଟ ଡେଭଲପ୍‌ମେଣ୍ଟ କୋ ଅର୍ଡ଼ିନେସନ୍‌ ଆଣ୍ଡ ମନିଟରିଂ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ଷ ଆରମ୍ଭରୁ ଏହି ବୈଠକ ହୋଇଥିବାରୁ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ…

ରାତାରାତି ନିର୍ମାଣ ହେଉଛି ବେଆଇନ ହମ୍ପ୍‌ସ: ପ୍ରଶାସନର ଅସହାୟତା କାରଣରୁ ଲୋକେ ହିନସ୍ତା

ଓଡ଼ଗାଁ,୨୨ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଓ ଶରଣକୁଳ ଥାନା ଅଞ୍ଚଳରେ ଦିନକୁ ବେଆଇନ ହମ୍ପ୍‌ସ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣାର ଦ୍ୱାହି ଦେଇ ଲୋକେ ପ୍ରଶାସନର ବିନା ଅନୁମତିରେ ରାତାରାତି ହମ୍ପ୍‌ସ ନିର୍ମାଣ କରୁଛନ୍ତି। ନିକଟସ୍ଥ କୈବଲ୍ୟପୁର ଛକରେ କେତେକ…

ନୂଆଗାଁ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ: ବିଭାଗୀୟ ଅଧିକାରୀଙ୍କୁ ବିଧାୟକଙ୍କ ତାଗିଦ

ନୂଆଗାଁ,୨୨ା୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ମଙ୍ଗଳବାର ରାଜୀବ ଗାନ୍ଧୀ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଚେୟାରମ୍ୟାନ ଅନ୍ତର୍ଯାମୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଅତିଥି…

ନୟାଗଡ଼ ଜିଲାର ଭଲ ଗାଁ କଞ୍ଚନବିଲିରେ ୨୧ ଝିଅରେ ୧୬ ପୁଅ

ନୟାଗଡ଼ ଅଫିସ,୨୧।୧-ନୟାଗଡ଼ ଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ହ୍ରାସ ନେଇ ବିଭିନ୍ନ ସମୟରେ ଉଦ୍‌ବେଗ ପ୍ରକାଶ ପାଇଥାଏ। ଜିଲାରେ ପୁଅଙ୍କ ସଂଖ୍ୟା ୧୦୦୦ ଥିଲାବେଳେ ଝିଅଙ୍କ ସଂଖ୍ୟା ୮୫୫ ରହିଥିବା ସୂତ୍ରରୁ ଜଣାପଡ଼ିଛି। ଏହିଭଳି ସ୍ଥଳେ ନୟାଗଡ଼ ବ୍ଲକ କ୍ରିଦାଶପୁର…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

ନୟାଗଡ଼ ଅଫିସ,୨୧।୧-ନୟାଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର ବରିଷ୍ଠ କିରାଣି ତଥା କ୍ୟାଶିୟର ନିଗମାନନ୍ଦ ଭୂୟଁା ୧୩ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋମବାର ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ଇଟାମାଟି ଥାନା ନାଟୁଗାଁ ଗ୍ରାମର ଠିକାଦାର ଯୁଗଳ…

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟନୀ ମ୍ୟାଚରେ କଟକ ବିଡ଼ାନାସୀ ବିଜୟୀ

ଗଣିଆ,୨୧ା୧(ଡି.ଏନ.ଏ.): ଗଣିଆ ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗଣିଆ ମିନି ଷ୍ଟାଡିୟମରେ ସୋମବାର ରାଜ୍ୟସ୍ତରୀୟ ଗଣିଆ କପ ଫୁଟବଲ ଟୁର୍ନାମେଣ୍ଟ ୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।…

ପୁଅ ବାହାଘର ଶୋଭାଯାତ୍ରାରେ ବାପାର ଅକାଳ ମୃତ୍ୟୁ

ବାଲୁଗାଁ,୨୧ା୧(ଡ଼ି.ଏନ.ଏ.): ପୁଅ ବାହାଘର ଶୋଭାଯାତ୍ରା ବେଳେ ବାପାର ଅକାଳ ମୃତ୍ୟୁ ଭଳି ଏକ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ମୃତକ ହେଲେ ସ୍ଥାନୀୟ ସରଳାପଦର ଗ୍ରାମର ବିଜୟ ସାହୁ (୫୫)। ବିଜୟ ସାହୁଙ୍କ ପୁଅ ଅନିଲଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?