ଘରୋଇ ଚିକିତ୍ସାଳୟ, ନିଦାନ କେନ୍ଦ୍ରରେ ଲାଗିବ ଲଗାମ: କାର୍ଯ୍ୟକାରୀ ହେବ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା

ନୟାଗଡ ଅଫିସ,୭ା୨: ନୟାଗଡ଼ ଜିଲାର ସମସ୍ତ ଘରୋଇ ଚିକିତ୍ସାଳୟ ଓ ନିଦାନ କେନ୍ଦ୍ର ଉପରେ ଲଗାମ ଲାଗିବ। ଜିଲାରେ ଥିବା ଏସବୁ କେନ୍ଦ୍ରଗୁଡ଼ିକରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ହେବ। ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଶେଷ କରି ବିଭିନ୍ନ ଅସ୍ତ୍ରୋପଚାର ସମୟରେ ଘରୋଇ ଚିକିତ୍ସାଳୟର ମାଲିକମାନେ ଆବେଦନ ପତ୍ରରେ ଉଲ୍ଲେଖ ଥିବା ନିଶ୍ଚେତକ ଡାକ୍ତର, ସ୍ତ୍ରୀରୋଗ ବିଶେଷଜ୍ଞ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଦୈନିକ ଉପସ୍ଥାନ ବାୟୋମେଟ୍ରିକ ବ୍ୟବସ୍ଥା ମାଧ୍ୟମରେ ସୁନିଶ୍ଚିତ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଅଣଦେଖା କଲେ ସମ୍ପୃକ୍ତ ସଂସ୍ଥା/କେନ୍ଦ୍ର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ବର୍ଜ୍ୟବସ୍ତୁ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସମସ୍ତ ସ୍ବତ୍ୱାଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାସହ ମାସିକ ବିବରଣୀ ଠିକ୍‌ ସମୟରେ ପ୍ରଦାନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ୱେତ କୁମାର ମହାପାତ୍ର, ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡା. ନୌଷଦ ଅଲ୍ଲୀ ଖାଁ, ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ (ଯକ୍ଷ୍ମା) ଡା. ଶରତ କୁମାର ଦାସ, ଜିଲାର ସମସ୍ତ ଘରୋଇ ଚିକିତ୍ସାଳୟ ଓ ନିଦାନ କେନ୍ଦ୍ରର ସ୍ବତ୍ୱାଧିକାରୀମାନେ ଉପସ୍ଥିତ ଥିଲେ।
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା
ଘରୋଇ ଚିକିତ୍ସାଳୟ ଓ ନିଦାନ କେନ୍ଦ୍ରଗୁଡ଼ିକରେ ଜିଲାପାଳ ଲଗାମ ଲଗାଇବାକୁ ଯାଉଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ଜୈବିକ ବର୍ଜ୍ୟବସ୍ତୁ ଠିକ୍‌ ଭାବେ ପରିଚାଳନା ହେଉ ନ ଥିବାବେଳେ ଘରୋଇ ଚିକିତ୍ସାଳୟ ଓ ନିଦାନ କେନ୍ଦ୍ରରେ କିଭଳି ତାହା କାର୍ଯ୍ୟକାରୀ ହେବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସିରିଞ୍ଜ, ଔଷଧ ଖୋଳ ପରି ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା କକ୍ଷ ସମ୍ମୁଖରେ ପଡିରହୁଛି। ଦିନେ କି ଦୁଇଦିନ ନୁହେଁ ମାସ ମାସ ଧରି ଏହା ପଡି ରହୁଥିଲେ ମଧ୍ୟ ସଫେଇ କରାଯାଉ ନାହିଁ। ଏପରି ଅବ୍ୟବସ୍ଥା ରୋଗକୁ ଆମନ୍ତ୍ରଣ କରୁଛି। ଏହାବ୍ୟତୀତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ବେରେଜ ବ୍ୟବସ୍ଥା କାମ କରୁ ନାହିଁ। ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା କକ୍ଷ ନିକଟରେ ଥିବା ଡ୍ରେନ ପାଣି ଜମା ହୋଇ ରହୁଥିବାରୁ ଦୁର୍ଗନ୍ଧ ବାହାରୁଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ ପି.ପି. ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା କକ୍ଷ ସମ୍ମୁଖରେ ଯେଉଁ ଅଳିଆ ଆବର୍ଜନା ପଡୁଛି ତାହା ତୁରନ୍ତ ସଫା କରାଯିବ। ମ୍ୟୁନିସିପାଲିଟିକୁ ଅବଗତ କରାଇ ସବୁବେଳେ ଯେପରି ଉକ୍ତ ଅଞ୍ଚଳ ପରିଷ୍କାର ରହିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri