ନବରଙ୍ଗପୁର

ଅଧ୍ୟାପିକାଙ୍କୁ ଚକୋଲେଟ୍‌ ଦେଇଛି ଭିନ୍ନ ଏକ ପରିଚୟ

ନବରଙ୍ଗପୁର,୧୦।୭ (ବି.ପ୍ର.): ପିଲାରୁ ବୟସ୍କ ଯାଏଁ ସମସ୍ତଙ୍କର ଚକୋଲେଟ୍‌ ପାଇଁ ଥାଏ ଦୁର୍ବଳତା। ବଜାରରେ ମଧ୍ୟ ଚକୋଲେଟ୍‌ର ଚାହିଦା ବେଶ୍‌ ରହିଛି। ସେଥିପାଇଁ ଏହାକୁ ରୋଜଗାର ମାଧ୍ୟମ କରିବାକୁ ମନ ବଳାଇଲେ ପାପଡ଼ାହାଣ୍ଡିର ସଙ୍ଗୀତା ସାହୁ। ସଙ୍ଗୀତା ପାପଡ଼ାହାଣ୍ଡିସ୍ଥିତ ଏକ ଘରୋଇ…

କୋଭିଡ୍‌ ହସ୍ପିଟାଲରୁ ଫେରାର କରୋନା ଆକ୍ରାନ୍ତ ଧରାପଡ଼ିଲେ : ୨ ଦିନ ହେଲା ଫେରାର ଥିଲେ

ନବରଙ୍ଗପୁର,୭।୭ (ବି.ପ୍ର.): ନବରଙ୍ଗପୁରସ୍ଥିତ କୋଭିଡ ହସ୍ପିଟାଲରୁ ଗତ ୫ ତାରିଖରେ କାନ୍ଥ ଡେଇଁ ଫେରାର ହୋଇଥିବା କରୋନା ଆକ୍ରାନ୍ତଙ୍କୁ ୨ ଦିନ ପରେ ଅର୍ଥାତ୍‌ ମଙ୍ଗଳବାର ଜିଲା ପୋଲିସ ଧରିବାରେ ସକ୍ଷମ ହୋଇଛି। ତାକୁ ଧରିବା ପରେ ପୁଣିଥରେ ଉକ୍ତ କୋଭିଡ…

ମେଡିକାଲ କାନ୍ଥ ଡେଇଁ କରୋନା ଆକ୍ରାନ୍ତ ଚମ୍ପଟ୍‌

ନବରଙ୍ଗପୁର,୬।୭(ଡି.ଏନ.ଏ.)-ନବରଙ୍ଗପୁରସ୍ଥିତ କୋଭିଡ୍‌ ହସ୍ପିଟାଲରୁ ଜଣେ କରୋନା ଆକ୍ରାନ୍ତ ଚମ୍ପଟ ମାରିଛନ୍ତି। ଏ ନେଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷ କୁମାର ନାଗ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି। କୋଭିଡ୍‌ ହସ୍ପିଟାଲ କାନ୍ଥ ଡେଇଁ ଜଣେ କରୋନା ଆକ୍ରାନ୍ତ ରବିବାର ସକାଳୁ ଫେରାର ହୋଇଯାଇଥିବା…

ଭଣଜା ଠେଙ୍ଗା ମାଡ଼ରେ ମାମୁଙ୍କ ଜୀବନଗଲା: ଭଉଣୀ ଦେଲେ ଏତଲା

ଡାବୁଗାଁ,୪।୭(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେଭିନ୍ୟୁଗୁଡାରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଭଣଜା ଠେଙ୍ଗା ମାଡ଼ରେ ମାମୁଙ୍କ ମୃତ୍ୟୁ ଘଟିଛି। ମୃତ ମାମୁ ହେଲେ ଗୌରଚନ୍ଦ୍ର ଗୌଡ(୫୦)। ସୂଚନାଯୋଗ୍ୟ, ଗୌରଚନ୍ଦ୍ର ଓ ସ୍ତ୍ରୀ ବୁଡ଼ୁଙ୍କ ମଧ୍ୟରେ କୌଣସି…

ଖାକିରେ ଲାଗିଲା ଦାଗ: ମହିଳା ହୋମ୍‌ଗାର୍ଡଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ

ନବରଙ୍ଗପୁର,୨୯ା୬(ବି.ପ୍ର.)- ଜଣେ ମହିଳା ହୋମଗାର୍ଡଙ୍କ ନାମରେ ଜଣେ ଯୁବତୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏପରି ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ। ଉମରକୋଟ ଥାନା ଅଞ୍ଚଳର ସମ୍ପୃକ୍ତା ଯୁବତୀ(୨୦)ଙ୍କୁ ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ୪ବର୍ଷ ତଳେ ଉମରକୋଟ…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ

ଝରିଗାଁ,୨୪।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧଙ୍ଗଡ଼ାମାଲ ଗ୍ରାମରେ ବୁଧବାର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ ଚଇତୁ ସାନ୍ତା (୪୫), ଚଇତୁଙ୍କ ସ୍ତ୍ରୀ ବିକ (୪୦), ଭଉଣୀ କୁସୁମ (୩୬) ଏବଂ…

ମାଲକାନଗିରି, ନବରଙ୍ଗପୁର ଜିଲା କରୋନା ମୁକ୍ତ: ୨୮ଜିଲାରେ ୯୯୦ ସକ୍ରିୟ ରୋଗୀ

ଭୁବନେଶ୍ୱର,୮।୬(ବ୍ୟୁରୋ)-କରୋନା କବଳରେ ସାରା ରାଜ୍ୟ। ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ମାତ୍ରାରେ ବଢ଼ିବାରେ ଲାଗିଛି, ସୁସ୍ଥ ରୋଗୀଙ୍କ ସଂଖ୍ୟା ମଧ୍ୟ ସେହି ମାତ୍ରାରେ ବଢ଼ୁଛି। ତେଣୁ ବିଭିନ୍ନ ଜିଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା…

ପାପଡାହାଣ୍ଡି ଅଞ୍ଚଳରେ ପଙ୍ଗପାଳ ଭଳି କୀଟ: ଲୋକେ ଭୟଭୀତ

ପାପଡାହାଣ୍ଡି, ୪।୬ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଞ୍ଚଳରେ ପଙ୍ଗପାଳ ଭଳି କିଟ ଦେଖିବାକୁ ମିଳିଛି। ରାଣିସଲାଠାରୁ ଉମରାହାଣ୍ଡି ରାସ୍ତାର ଗୋଟିଏ ଗଛରେ ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଏହି କିଟ ବସି ଗଛର ପତ୍ର ଖାଉଥିବା ଦୃଶ୍ୟ ଦେଖିବାକୁ…

ବଜ୍ରପାତରେ ବୃଦ୍ଧଙ୍କ ଜୀବନ ଗଲା

ନବରଙ୍ଗପୁର,୩୦।୫(ବି.ପ୍ର.): ନବରଙ୍ଗପୁର ଜିଲା ନବରଙ୍ଗପୁର ବ୍ଲକ ବଡକୁମୁଲି ଗ୍ରାମରେ ବଜ୍ରପାତରେ ଶନିବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼କୁମୁଲି ଗ୍ରାମର ଶୁକ୍ରୁ ଗୌଡ଼ (୬୦)। ପ୍ରକାଶ ଯେ, ସକାଳେ ବର୍ଷା ହେବାରୁ ଶୁକ୍ରୁ ଅମଳ କରିଥିବା ମକାରେ…

କ୍ୱାରାଣ୍ଟାଇନରେ ଥିବାରୁ ମା’ଙ୍କୁ ପୁଅ ଦେଇପାରିଲେନି ମୁଖାଗ୍ନି

ନବରଙ୍ଗପୁର,୧୪।୫(ବି.ପ୍ର.)- କରୋନା କେବଳ ମଣିଷ ମଣିଷ ଭିତରେ ଦୂରତା ବଢ଼ାଇନାହିଁ। ଏହି ଭୂତାଣୁ ସଂକ୍ରମଣର ଆଶଙ୍କା ଯୋଗୁ ନିଜ ମା’ର ଶେଷ ଦର୍ଶନ କରିପାରିଲାନି କ୍ୱାରାଣ୍ଟାଇନରେ ଥିବା ଏକମାତ୍ର ପୁଅ। ଏପରିକି ମା’ର ମୃତଦେହ ଉପରେ ୨ ଟୋପା ଲୁହ ଝରେଇବା…

ଡାବୁଗାଁରେ ‘ଲୁଣ ମିଳିବ ନାହିଁ’ ଗୁଜବ: ଅସାଧୁ ବ୍ୟବସାୟୀ ମାଲାମାଲ; ଚିନ୍ତାରେ ଖାଉଟି

ଡାବୁଗାଁ,୧୩।୫(ଡି.ଏନ୍‌.ଏ.): କରୋନାକୁ ରୋକିବା ନିମନ୍ତେ ସାରା ରାଜ୍ୟରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ତେବେ ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ଅହେତୁକ ମାତ୍ରାରେ ଦରବୃଦ୍ଧି କରାଇ ଖାଉଟି ମାନଙ୍କୁ ଶୋଷଣ କରୁୁଛନ୍ତି।ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ କୌଣସି…

ଲକ୍‌ଡାଉନ୍‌ ଦେଲା ନିଖୋଜ ପୁଅର ଠିକଣା

ନବରଙ୍ଗପୁର,୬ା୫(ବି.ପ୍ର.)- ଲକ୍‌ଡାଉନ୍‌ ସମୟରେ ମା’ ବାପାଙ୍କୁ ମିଳିଲା ଖୁସି ଖବର। ୧୫ ବର୍ଷ ହେଲା ନିଖୋଜ ବୋଲି ଭାବୁଥିବା ପୁଅର ଠିକଣା ପାଇଛନ୍ତି। ପୁଅର ପତ୍ତା ପାଇବା ପରେ ମା’, ବାପାଙ୍କ ମନରେ ଖୁସିର ଲହରି ଖେଳି ଯାଇଛି। ନବରଙ୍ଗପୁର ଜିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri