ୟୁରିଆ ପାଇଁ ଲ୍ୟାମ୍ପସ୍‌ ଏମ୍‌ଡିଙ୍କୁ ମାଡ଼

ଝରିଗାଁ, ୨୦।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲାରେ ସାର ଅଭାବ ଲାଗି ରହିଛି। ଝରିଗାଁ ବ୍ଲକ ଲ୍ୟାମ୍ପସ୍‌ରେ ଶୁକ୍ରବାର ସାର ବଣ୍ଟନବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। କେତେଜଣ ଚାଷୀ ଅଧିକ ସାର ଦାବିରେ ଲ୍ୟାମ୍ପସ୍‌ ଏମ୍‌ଡିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ଏମ୍‌ଡି ସେମାନଙ୍କ ନାମରେ ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି। ପରେ ତହସିଲଦାର, ବ୍ଲକ କୃଷି ଅଧିକାରୀ, ଏସ୍‌ଡିପିଓ ଏବଂ ପୋଲିସ ଉପସ୍ଥିତିରେ ଚାଷୀଙ୍କୁ ସାର ବଣ୍ଟନ କରାଯାଇଛି।

ଶୁକ୍ରବାର ଲ୍ୟାମ୍ପସ୍‌ରେ ଚାଷୀମାନଙ୍କୁ ଗୋଟିଏ ଲେଖାଏ ୟୁରିଆ ସାର ବସ୍ତା ବଣ୍ଟାଯାଉଥିଲା। କେତେଜଣ ଯୁବଚାଷୀ ସେଠାକୁ ଆସି ୨ଟି ଲେଖାଏ ବସ୍ତା ଦେବାକୁ ଦାବି କରିଥିଲେ। ଗୋଦାମରେ ୧ହଜାର ୬ଶହ ୟୁରିଆ ସାର ବସ୍ତା ଅଛି। ବ୍ଲକର ପ୍ରାୟ ଦୁଇ ହଜାର ଚାଷୀ ସାର ନେବାକୁ ସେଠାରେ ଉପସ୍ଥିତ ଅଛନ୍ତି। ଏଣୁ ପ୍ରତ୍ୟେକ ଚାଷୀଙ୍କୁ ଗୋଟିଏ ୟୁରିଆ ସାର ବସ୍ତା ଦିଆଯିବ ବୋଲି ଏମ୍‌ଡି କହିଥିଲେ। ଏହି ସମୟରେ ଉକ୍ତ ଯୁବଚାଷୀମାନେ ଏମ୍‌ଡିଙ୍କୁ ମାଡ଼ ମାରିବା ସହ ସେଠାରେ ଥିବା ଟେବୁଲ ଭାଙ୍ଗି ଦେଇଥିଲେ। ଏଥିସହ ଚାଷୀ ଦେଇଥିବା ଆଧାର କାର୍ଡ(ଜେରକ୍ସ କପି)କୁ ଫୋପାଡ଼ି ଦେଇଥିଲେ। ଏହା ଦେଖି ଏମ୍‌ଡି ଭୟଭୀତ ହୋଇ ସେଠାରୁ ପଳାଇଥିଲେ। ସାର ବଣ୍ଟନ କିଛି ସମୟ ପାଇଁ ଠପ୍‌ ହୋଇଥିଲା। ଖବରପାଇ ତହସିଲଦାର ହୃଷୀକେଶ ଗଣ୍ଡ, ଥାନାଧିକାରୀ ନଟବର ନନ୍ଦ, ବ୍ଲକ କୃଷି ଅଧିକାରୀ ସୁନିତା ସିଂ ପ୍ରମୁଖ ଚାଷୀମାନଙ୍କୁ ବହୁ ବୁଝାଶୁଝା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅଧିକାରୀ କହି ଠକୁଥିଲେ କୋଟିକୋଟି ଟଙ୍କା, ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଅଢ଼େଇ କୋଟି ଟଙ୍କା ଠକେଇ ଅଭିଯୋଗରେ ହିମାଂଶୁ ଭଣ୍ଡାରୀ ନାମକ ଜଣେ ବ୍ୟକ୍ତିଙ୍କୁ ନୋଏଡାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ରାହତକୋଷ...

ଆଜି କଂଗ୍ରେସର ରାଜ୍ୟବ୍ୟାପୀ ପ୍ରତିବାଦ : ଶରତ

ଭୁବନେଶ୍ବର,୨୫ା୩(ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ପାର୍ଲାମେଣ୍ଟରେ ରଦ୍ଦ କରାଯିବା ପରେ ରାଜ୍ୟ କଂଗ୍ରେସ ନେତାମାନେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ବିଧାନସଭାର ଖର୍ଚ୍ଚଦାବି ଆଲୋଚନା କରାଇ...

ପିଡି ଦାୟିତ୍ୱ ନେଲେ ନୀଳମାଧବ

ଛତ୍ରପୁର,୩ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଭାବେ ନୀଳମାଧବ ଭୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ବ୍ରହ୍ମପୁର ମହାନଗର...

ଏମିତି ଲଢେଇ ଜାରି ରହୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୮(ବ୍ୟୁରୋ): ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଛି ଭାରତୀୟ ମହିଳା ହକି ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲେଇରେ...

ଚାଷକୁ ନିଅଣ୍ଟ ଆଉଁଳୀ ପାଣି

ଛେଣ୍ଡିପଦା,୨୫।୬(ସ୍ବ.ପ୍ର.)  ବର୍ଷ ବର୍ଷ ଧରି ଯେଉଁ ଆଉଁଳୀ ପ୍ରକଳ୍ପ ପାଣିରେ ହଜାର ହଜାର ହେକ୍ଟର ଜମିରେ ଫସଲ ହେଉଥିଲା ତାହା ଉପରୁ ଚାଷୀ ଏବେ ଭରସା ତୁଟାଇବାକୁ...

ବିଧାନସଭା ପରିସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୬।୨: ବରିଷ୍ଠ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି।...

ପ୍ରଦୂଷଣ ବଢ଼ାଉଛି ରାଇସ୍‌ ମିଲ୍‌

କେନ୍ଦୁଝର,୧୬।୩(ସ୍ବ.ପ୍ର) – କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ରାଇସ୍‌ ମିଲ୍‌ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ବଢ଼ାଉଥିବାରୁ ଘୋର ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ଗରମ ବଢ଼ୁଥିବା...

ରେଳବିଭାଗରେ ଚାକିରି ନାଁରେ ଠକେଇ ଘଟଣା: ଜେଲରେ ଥିବା ଅଭିଯୁକ୍ତଙ୍କ ନାମରେ ପୁଣି ମାମଲା

ବ୍ରହ୍ମପୁର ଅଫିସ,୧୫।୫: ରେଳ ବିଭାଗରେ ଚାକିରି ଦେବାକୁ କହି ଟଙ୍କା ଠକେଇ କରି ବିଚାର ବିଭାଗ ହାଜତରେ ଥିବା ଅଭିଯୁକ୍ତ ଗଣେଶ ହୋତାଙ୍କ ନାମରେ ପୁଣି ଦୁଇଟି...

Advertisement
Archives

Model This Week