ଲ୍ୟାମ୍ପ୍‌ସ ଅଫିସରେ ତାଲାଦେଲେ ମହିଳା

ନନ୍ଦାହାଣ୍ଡି,୪ା୯(ଡି.ଏନ୍‌.ଏ.): ଚାଷୀଙ୍କୁ ୟୁରିଆ ସାର ନ ଦେଇ ଚୋରାଚାଲାଣ ହେଉଥିଲା। ଏହାର ପ୍ରତିବାଦରେ ମହିଳା ଚାଷୀମାନେ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟରେ ଶନିବାର ତାଲା ପକାଇ ଦେଇଥିଲେ।

ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜାସ୍ଥିତ ସମବାୟ ସମିତି ଏମ୍‌ଡି ଥବୀର ଜାନି ୟୁରିଆ ଚୋରାଚାଲାଣ କରି ଚଢ଼ା ଦରରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ନନ୍ଦାହାଣ୍ଡି ତହସିଲଦାର ଏ. ସ୍ନେହଲତା ଶୁକ୍ରବାର ଲ୍ୟାମ୍ପ୍‌ସକୁ ଯାଇ ଘଟଣାର ତଦନ୍ତ କରିଥିଲେ। ଏହି ସମୟରେ ଗଚ୍ଛିତ ସାର, କାଗଜପତ୍ର ଏବଂ ଏମ୍‌ଡିଙ୍କ ହିସାବରେ ତାଳମେଳ ରହି ନ ଥିବା ଜାଣିବାକୁ ପାଇଥିଲେ।
ସୂଚନାଯୋଗ୍ୟ, ଏ ବର୍ଷ ମୋଟ ୨୧୨୦ ବସ୍ତା ୟୁରିଆ ଲ୍ୟାମ୍ପ୍‌ସକୁ ଆସିଥିବା ବେଳେ କେବଳ ୧୯୦୦ ବସ୍ତା ସାର ଚାଷୀଙ୍କୁ ଦିଆଯାଇଥିବା ହିସାବ ରହିଛି। ସିନ୍ଧିଗୁଡ଼ା, ପୋଡ଼ାଲଗୁଡ଼ା ଏବଂ ନନ୍ଦାହାଣ୍ଡି ପଞ୍ଚାୟତର ଚାଷୀଙ୍କୁ ୟୁରିଆ ନ ଦେଇ ଦିନ ପରେ ଦିନ ଗଡ଼େଇ ନେଉଛନ୍ତି। ଏଥିରେ ଚାଷୀ ଉତ୍ତ୍ୟକ୍ତ ହୋଇ ଶନିବାର ଲ୍ୟାମ୍ପ୍‌ସ କାର୍ଯ୍ୟାଳୟରେ ତାଲା ପକାଇଥିଲେ। ଶତାଧିକ ମହିଳାଚାଷୀ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲ୍ୟାମ୍ପ୍‌ସ ଏମ୍‌ଡି ଏବଂ କୃଷି ଅଧିକାରୀ ସତ୍ୟ ନାଗଙ୍କଠାରୁ ତହସିଲଦାର ଘଟଣା ବୁଝି ପୁଣି ୪୦୦ ବସ୍ତା ୟୁରିଆ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଖାଦାନ ଉପରେ ଚଢ଼ାଉ, ୧୪୪ ଧାରା ଜାରି

ଜେନାପୁର, ୧୧।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଭିନ୍ନ ବେଆଇନ କଳା ପଥର ଖାଦାନ ଉପରେ ତହସିଲ ପକ୍ଷରୁ ବୁଧବାର ଚଢ଼ାଉ କରାଯିବା ସହ...

ଦହିବରା ଖାଇ ୩ ଗ୍ରାମର ୬୮ ଅସୁସ୍ଥ: ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ନୟାଗଡ଼ ଅଫିସ, ୭ା୧୧: ନୟାଗଡ଼ ଜିଲା ଗଣିଆ ବ୍ଲକର ବିଜୟନଗର, ଗଣିଆ ଓ ବେଲଗଡ଼ ଗ୍ରାମର ୬୮ଜଣ ଦହିବରା ଖାଇ ଗୁରୁବାର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ...

ରଥାଯାତ୍ରା ପୂର୍ବରୁ ହେବ ଗୁଣ୍ଡିଚା ମନ୍ଦିର ମରାମତି

ପୁରୀ ଅଫିସ୍‌,୨୪।୧(ଡି.ଏନ୍‌.ଏ.): ମହାପ୍ରଭୁଙ୍କ ଘୋଷଯାତ୍ରା ଜୁଲାଇରେ ହେବ । ୩ ଠାକୁର ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର...

ସ୍ବଚ୍ଛତାରେ ଯୋଡ଼ିହେବେ ପୂଜା କମିଟି

ଢେଙ୍କାନାଳ ଅଫିସ, ୨।୧:  ଢେଙ୍କାନାଳ ସହରର ପୂଜା ପ୍ରତିଷ୍ଠାନଗୁଡ଼ିକୁ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ କରାଯିବ। ସହର ସୌନ୍ଦର୍ଯ୍ୟକରଣରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପୌରସଂସ୍ଥା ପକ୍ଷରୁ...

ଭଞ୍ଜନଗରରେ ହେବ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ

ଭଞ୍ଜନଗର,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ହେବ। ସେଥିରେ ୧୦ ଆଇସିୟୁ ବେଡ୍‌ ରହିବ।...

ଜଙ୍ଗଲ ପଦା, ସଙ୍କଟରେ ବନ୍ୟପ୍ରାଣୀ

କେନ୍ଦୁଝର, ୧୯।୭(ଡି.ଏନ.ଏ.): କେନ୍ଦୁଝର ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ସଙ୍କଟ ଅବସ୍ଥାରେ। ଜଙ୍ଗଲ ପଦା ହେବାରୁ ଜନବସତି ମୁହଁା ହୋଇ ମଣିଷଙ୍କ ଶିକାର ହୋଇ...

ବଲାଙ୍ଗିରରେ ଭାରତ ବନ୍ଦ ପ୍ରଭାବ

ବଲାଙ୍ଗିର ଅଫିସ,୨୭।୯: ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ପରିପ୍ରେକ୍ଷୀରେ ସୋମବାର ସକାଳୁ ବଲାଙ୍ଗିର ଜିଲାରେ ବନ୍ଦ ପାଳନ ଜୋରଦାର କରାଯାଇଛି ।...

କୋଭିଡ୍‌-୧୯ ସଙ୍ଗରୋଧ ସ୍ଥଳ ବୁଲି ରନ୍ଧାଖାଦ୍ୟର ମାନ ପରଖିଲେ ଜିଲାପାଳ

ଭଟ୍‌ଲି,୧୧।୪(ଡି.ଏନ୍‌.ଏ.): ବର୍ତ୍ତମାନ ଅଧିକାଂଶ ସ୍ଥାନରେ କୋଭିଡ୍‌-୧୯ ପାଇଁ ଅସହାୟମାନଙ୍କୁ ସରକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଉଥିବା ବେଳେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି...

Advertisement
Archives

Model This Week