ନବରଙ୍ଗପୁର

ଜିଅନ୍ତା ମାଛ ଧରି ସରପଞ୍ଚ ପ୍ରାର୍ଥିନୀଙ୍କ ପ୍ରଚାର

ନବରଙ୍ଗପୁର,୩୧ା୧(ବି.ପ୍ର.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ୪ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଭଗବତୀ ଭତରା(ମାଛଚିହ୍ନ), ହରପ୍ରିୟା ନାୟକ(ସୂର୍ଯ୍ୟ), ଲକ୍ଷ୍ମୀ ଜାନୀ(ଖୋଲାଛତା) ଓ ପୂର୍ଣ୍ଣିମା ଜାନୀ (ବହି) ଚିହ୍ନରେ ପ୍ରଚାର ଚଳାଇଛନ୍ତି। ପଞ୍ଚାୟତରେ ୬…

ପୁରୁଖା କଂଗ୍ରେସ ପ୍ରାର୍ଥୀଙ୍କୁ ଟକ୍କର ଦେବେ ଦୁଇ ନୂଆ ମୁହଁ

ଉମରକୋଟ,୩୦ା୧(ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ଜୋନ୍‌ ୧ ଜିଲା ପରିଷଦ ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ସମ୍ଭାବନା ରହିଛି। ଏହି ଜୋନ୍‌ ୮ ପଞ୍ଚାୟତ ବୋକଦା, ବେହେଡା, ସୁକିଗାଁ, ଭାମିନି, ହୀରାପୁର, ଜାମରୁଣ୍ଡା, ମୃତମା…

ଦ୍ବାଦଶ ଶ୍ରେଣୀ କାଉନସିଲ୍‌ ପରୀକ୍ଷା ବାତିଲ ଦାବି

ନବରଙ୍ଗପୁର,୩୦ା୧ (ବି.ପ୍ର.) ଚଳିତ ଦ୍ବାଦଶ ଶ୍ରେଣୀ କାଉନସିଲ୍‌ ପରୀକ୍ଷା ବାତିଲ କରିବା ନିମନ୍ତେ ନବରଙ୍ଗପୁର ଜିଲା ଛାତ୍ର ସଂଗଠନ ପକ୍ଷରୁ ଦାବି ହୋଇଛି। ମହାମାରୀ ପରିସ୍ଥିତିରେ ପିଲାମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟାବସ୍ଥାକୁ ଗୁରୁତ୍ୱ ଦେଇ ପରୀକ୍ଷାକୁ ବାତିଲ କରନ୍ତୁ। ଗଣଶିକ୍ଷା ମନ୍ତ୍ରୀ ଯେଉଁ…

ରାସ୍ତା ମରାମତି ନ ହେଲେ ଭୋଟ ବର୍ଜନ ଚେତାବନୀ

ନବରଙ୍ଗପୁର, ୩୦ା୧ (ବି.ପ୍ର.)-ନବରଙ୍ଗପୁର ବ୍ଲକ ବଡ଼କୁମୁଲି ପଞ୍ଚାୟତ ଚିକିଲି ଗ୍ରାମରେ ଗ୍ରାମବାସୀ ଯାତାୟାତ ପାଇଁ ଦୀର୍ଘ ଦିନ ହେବ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମ ଭିତରେ ପ୍ରବେଶ କଲେ କାଦୁଅ ପଚପଚ ରାସ୍ତା ଯୋଗୁ ପ୍ରତିଦିନ ଅନେକ ଦୁର୍ଘଟଣା ଘଟୁଛି।…

ଗଡ଼ ଫେରିପାଇବା ଲକ୍ଷ୍ୟରେ ବିଜେଡି

ରାଇଘର, ୩୦ା୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଏବେ ନିର୍ବାଚନୀ ପ୍ରଚାର ଜୋର୍‌ଦାର ଚାଲିଛି। ଗ୍ରାମାଞ୍ଚଳରେ ନେତା ଡେରା ପକାଇ ଲୋକଙ୍କୁ ଏକାଠି କରି ଜୋର୍‌ଦାର ପ୍ରଚାର କରୁଛନ୍ତି। ଉମରକୋଟ ନିର୍ବାଚନମଣ୍ଡଳୀ ମଧ୍ୟରୁ ରାଇଘର ବ୍ଲକର ଚାରି ନମ୍ବର ଜିଲା ପରିଷଦ ଆସନ…

ଉଦ୍ଧାର ହେଲା ଗଛରେ ଚଢ଼ିଥିବା ଭାଲୁ

ଉମରକୋଟ, ୨୫।୧(ସ୍ବ.ପ୍ର.): ଦୀର୍ଘ ୩୨ ଘଣ୍ଟା ପରେ ଜଙ୍ଗଲୀ ଭାଲୁକୁ ଗଛ ଉପରୁ ତଳକୁ ଆଣିଲା ବନ ବିଭାଗ। ଭାଲୁଟିକୁ ଟ୍ରାଙ୍କୁଲାଇଜ୍‌ କରି ତଳକୁ ଓହ୍ଲାଯାଇଛି। ସୋମବାର ବିଳମ୍ବିତ ରାତିରେ ଭାଲୁଟିକୁ ଜଙ୍ଗଲରେ ଛଡ଼ାଯିବ ବୋଲି ଜଣାପଡିଛି। ନବରଙ୍ଗପୁର ଜିଲା ଉମରକୋଟ…

ଓଡ଼ିଶାର ବନିତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର

ନୂଆଦିଲ୍ଲୀ/ନବରଙ୍ଗପୁର,୨୫।୧: କ୍ଷୁଦ୍ର ଗ୍ରହ ଆବିଷ୍କାର କରିଥିବା ଓଡ଼ିଶାର ନବରଙ୍ଗପୁର ଜିଲାର ବନିତା ଦାସଙ୍କୁ ସୋମବାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଦିନ ୧୧ଟାରେ ସେ ମଧ୍ୟପ୍ରଦେଶର ଅନୁପପୁର ଜିଲାପାଳଙ୍କ କାର୍ଯ୍ୟାଳୟରୁ ଭିଡିଓ କନ୍‌ଫରେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ପୂର୍ତ୍ତ ବିଭାଗ ରାସ୍ତାରେ ଗାତ, ବଢୁଛି ଦୁର୍ଘଟଣା

ରାଇଘର, ୨୪।୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକ ମୁଖ୍ୟରାସ୍ତାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ଛକ ସ୍ଥାନ ଶୋଚନୀୟ। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ରାସ୍ତା ଉପରେ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ସାଧାରଣ ଜନତା ନାନା ସମସ୍ୟାର…

ଦୁଇ ଦିନ ହେଲା ଗଛରେ ଭାଲୁ: ବନ ବିଭାଗର ସବୁ କୌଶଳ ଫେଲ୍‌

ନବରଙ୍ଗପୁର,୨୪।୧(ବି.ପ୍ର.): ନବରଙ୍ଗପୁର ଉମରକୋଟରେ ‘ମିଶନ ଭାଲୁ ରେସ୍କ୍ୟୁ’ ଚାଲିଛି। ଦୁଇ ଦିନ ହେଲା ଭାଲୁଟି ଗଛରେ ବସି ରହିଛି। ଭାଲୁକୁ ତଳକୁ ଓହ୍ଲାଇବା ପାଇଁ ଉମରକୋଟ ବନ ବିଭାଗର ସବୁ କୌଶଳ ଫେଲ୍‌ ମାରିଥିଲା ବେଳେ ସୋମବାର ନବରଙ୍ଗପୁରରୁ ଏକ ଟିମ୍‌…

ପ୍ରାର୍ଥିପତ୍ର ନାକଚ ପରେ ଗର୍ଭବତୀ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ଧାରଣା

ଉମରକୋଟ,୨୩।୧(ସ୍ବ.ପ୍ର.): ଜାତି ପ୍ରମାଣପତ୍ର ଇନ୍‌ଭାଲିଡ ଥିବା ଦର୍ଶାଇ ବ୍ଲକ ନିର୍ବାଚନ ଅଧିକାରୀ ପ୍ରାର୍ଥିପତ୍ର ନାକଚ କରିଥିଲେ । ପ୍ରାର୍ଥିପତ୍ର ନାକଚ ପରେ ବ୍ଲକ କାର୍ଯ୍ୟାଳୟର ପାହାଚରେ ଧାରଣା ଦେଇଛନ୍ତି ଆଶାୟୀ ସମିତି ସଭ୍ୟା ପ୍ରାର୍ଥିନୀ ନମିତା ସାଗରିଆ । ଏଥିସହ ବିରୋଧୀଙ୍କ…

ଗଛରେ ବସିଛି ଭାଲୁ , ଆତଙ୍କିତ ଗ୍ରାମବାସୀ

ଉମରକୋଟ,୨୩।୧(ସ୍ବ.ପ୍ର.): ଗଛରେ ବସିଛି ଭାଲୁ। ଆତଙ୍କିତ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତର ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ ଗ୍ରାମରେ। ଏକ ନିମ୍ବ ଗଛ ଉପରେ ଏକ ଭାଲୁ ଚଢ଼ି ବସିଥିବା ଦେଖିବାକୁ ମିଳିଛି।…

ଟ୍ରାନ୍ସଫର୍ମର ଚୋରି ପରେ ଗାଁ ଅନ୍ଧାର

ପାପଡ଼ାହାଣ୍ଡି, ୨୩ା୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସଦର ଡାକବଙ୍ଗଳା ନିକଟରେ ଥିବା ଟ୍ରାନ୍ସଫର୍ମରକୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରି ନେଇଯାଇଛନ୍ତି। ଫଳରେ ନିକଟସ୍ଥ ଭିମାସାହି ଅଞ୍ଚଳର ଲୋକେ ଅନ୍ଧକାରରେ ଅଛନ୍ତି। ଏ ନେଇ ପାପଡ଼ାହାଣ୍ଡି କନିଷ୍ଠ ଯନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri