ପୁରୁଖା କଂଗ୍ରେସ ପ୍ରାର୍ଥୀଙ୍କୁ ଟକ୍କର ଦେବେ ଦୁଇ ନୂଆ ମୁହଁ

ଉମରକୋଟ,୩୦ା୧(ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ଜୋନ୍‌ ୧ ଜିଲା ପରିଷଦ ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ସମ୍ଭାବନା ରହିଛି। ଏହି ଜୋନ୍‌ ୮ ପଞ୍ଚାୟତ ବୋକଦା, ବେହେଡା, ସୁକିଗାଁ, ଭାମିନି, ହୀରାପୁର, ଜାମରୁଣ୍ଡା, ମୃତମା ଓ କୋପନାକୁ ନେଇ ଗଠିତ। ୮ ପଞ୍ଚାୟତ ମଧ୍ୟରୁ ୫ ଟି ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବାବେଳେ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩ ପଞ୍ଚାୟତ ରହିଛି।
ଗତ ନିର୍ବାଚନରେ ଏଠାରେ ଏହି ଆସନ ସାଧାରଣ ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ବିଜେଡିର ବେବିନା ଧଳ ବିଜୟୀ ହେଇଥିଲେ। ଏଠାରେ ପ୍ରାୟ ୩୪୨୩୮ ଭୋଟର ଅଛନ୍ତି। ସେଥିମଧ୍ୟରୁ ୭ ବଙ୍ଗୀୟ ଗ୍ରାମ ରହିଛି। ଗତ ନିର୍ବାଚନରେ ଏହି ବଙ୍ଗୀୟ ଗ୍ରାମରୁ ଭାଜପା ଓ କଂଗ୍ରେସ ବିପୁଳ ଭୋଟ ପାଇଥିଲେ। ଚଳିତ ନିର୍ବାଚନରେ ଏହି ଆସନଟି ଅନୁସୂଚିତ ଜାତିଙ୍କ ପାଇଁ ରହିଛି ଏବଂ ଭାଜପା, ବିଜେଡି ଦୁଇ ଦଳର ପ୍ରାର୍ଥୀ ବଙ୍ଗୀୟ ରହିଛନ୍ତି। ତେଣୁ ବଙ୍ଗୀୟ ଭୋଟ ବିଭାଜନ ଆଶଙ୍କା କରାଯାଉଛି। ଏଥିରେ କେଉଁ ଦଳର ପ୍ରାର୍ଥୀ ଅଡ଼ୁଆରେ ପଡ଼ିବେ ତାହା ସମୟ କହିବ। ରାଜନୀତିରେ ପୁରୁଖା ଖେଳାଳି କୁହାଯାଉଥିବା ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ସ୍ବାଧୀନତା ସଂଗ୍ରାମୀ ପରିବାରର କପୁର ଚାନ୍ଦ ନାୟକ। ସେ ଏଥର କଂଗେସ ପକ୍ଷରୁ ନିର୍ବାଚନ ଲଢ଼ୁଛନ୍ତି। କପୁରଙ୍କ ସହ ଭାଜପାର ନୂଆଁ ମୁହଁ ବିଶ୍ୱନାଥ ବିଶ୍ୱାସ ଓ ବିଜେଡିର ଚନ୍ଦନ ରାୟଙ୍କ ମୁକାବିଲା ହେବ। ଭୋଟରଙ୍କ ମନକୁ ବିଚାରକୁ ନେଲେ ଏଠାରେ ତ୍ରିମୁଖୀ ଲଢ଼େଇ ଅନୁମାନ କରାଯାଉଛି।
ଅପରପକ୍ଷେ ରାଜ୍ୟ ସରକାରଙ୍କ ଉନ୍ନତି ମୂଳକ ଯୋଜନାକୁ ନେଇ ବିଜେଡି ପ୍ରଚାର ଚଳାଇଛି। ଭାଜପା ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ନେଇ ଲୋକଙ୍କ ପାଖକୁ ଯାଉଛନ୍ତି। କିନ୍ତୁ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ନେଇ ପ୍ରଚାର ଚଳାଇଛି। ସେହିପରି ବଙ୍ଗୀୟ ଗ୍ରାମରେ ଏଥର ବିଜେଡି ନେତାଙ୍କ ଘନ ଘନ ସଭା ଓ ଗ୍ରାମର କିଛି ସମସ୍ୟା ସମାଧାନ କରିବାରେ ସଫଳ ହେଇଥିବାରୁ ଏଥର ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। କିନ୍ତୁ କଂଗ୍ରେସର କପୁର ଚାନ୍ଦ ନାୟକଙ୍କ ପ୍ରଚାର ଓ ଲୋକଙ୍କ ସହ ଦୀର୍ଘ ବର୍ଷର ସମ୍ପର୍କ ଅନ୍ୟ ଦଳର ୨ ନୂଆ ପ୍ରାର୍ଥୀଙ୍କୁ ଅଡ଼ୁଆରେ ପକାଇବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲେ କୁଖ୍ୟାତ ଗୋରୁ ମାଫିଆ

ନବରଙ୍ଗପୁର,୧୫।୫: ନବରଙ୍ଗପୁର ପୋଲିସ ଶୁକ୍ରବାର କୁଖ୍ୟାତ ଗୋରୁ ମାଫିଆ ସେକ୍‌ ଅଜିଜଙ୍କୁ ଧରିବାରେ ସଫଳ ହୋଇଛି। ସେକ୍‌ ଅଜିଜ ଘରେ ଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଛି।…

ପେଟ୍ରୋଲ, ଡିଜେଲ ଅଭାବ: ଲୋକଙ୍କ ଲମ୍ବା ଧାଡ଼ି

ନବରଙ୍ଗପୁର,୬।୫(ସଦାଶିବ ପ୍ରହରାଜ): ପେଟ୍ରୋଲ ଓ ଡିଜେଲ ଆଧୁନିକ ଜୀବନର ମୂଳ ଶକ୍ତିସ୍ରୋତ। ଏହାର ଅଭାବ କେବଳ ଯାତାୟାତକୁ ନୁହେଁ, ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଦୈନିକ…

କୁଆପଥର ବର୍ଷା ପରେ ଝରିଗାଁରେ ମୃଦୁ ଭୂମିକମ୍ପ

ଝରିଗାଁ,୨୯।୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସନ୍ଧ୍ୟା ୭ଟା ୪୨ ମିନିଟ୍ ୨୧ ସେକେଣ୍ଡରେ ଭୂକମ୍ପ…

ହାଜତରେ ଯୁବକଙ୍କ ମୃତ୍ୟୁକୁ ନେଇ ବଢିଲା ଉତ୍ତେଜନା: ଥାନା ଆଗରେ ବସିଛନ୍ତି ପରିବାର ଲୋକେ, ଆଣିଲେ ସାଂଘାତିକ ଅଭିଯୋଗ

ନବରଙ୍ଗପୁର,୨୯।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ହାଜତ ଭିତରେ ଗିରଫ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉତ୍ତେଜନା ଦେଖାଦେଇଛି। ମୃତ୍ୟୁ ଯୁବକଙ୍କ ପରିବାର ଲୋକେ…

ଥାନାରେ ଆତ୍ମହତ୍ୟା କଲେ ବଳାତ୍କାର ଅଭିଯୁକ୍ତ: ପୋଲିସର କାର୍ଯ୍ୟଦକ୍ଷତା ଉପରେ ଉଠିଲା ପ୍ରଶ୍ନ

ନବରଙ୍ଗପୁର,୨୯।୪(ସଦାଶିବ ପ୍ରହରାଜ)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ପୋଲିସ ହେପାଜତରେ ରଖିଥିବା ସମୟରେ ଥାନା ଭିତରେ ହିଁ…

ସେବାଶ୍ରମର ୭ମଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି, ୨୫।୪,(ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଏକ ସେବାଶ୍ରମ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ଗୁରୁତର

ଝରିଗାଁ,୨୩।୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ନୂଆଁଗୁଡ଼ା ଗ୍ରାମ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

୨ ଦିନ ହେବ ଛାତ୍ରାବାସ ଆସିଥିଲେ ପ୍ରଶାନ୍ତ: ଆଜି ମିଳିଲା ମୃତଦେହ, ଖେଳିଗଲା ଚାଞ୍ଚଲ୍ୟ

ନବରଙ୍ଗପୁର,୧୬।୪(ସଦାଶିବ ପ୍ରହରାଜ): ଛାତ୍ରାବାସରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ଏହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri