ଉଦ୍ଧାର ହେଲା ଗଛରେ ଚଢ଼ିଥିବା ଭାଲୁ

ଉମରକୋଟ, ୨୫।୧(ସ୍ବ.ପ୍ର.): ଦୀର୍ଘ ୩୨ ଘଣ୍ଟା ପରେ ଜଙ୍ଗଲୀ ଭାଲୁକୁ ଗଛ ଉପରୁ ତଳକୁ ଆଣିଲା ବନ ବିଭାଗ। ଭାଲୁଟିକୁ ଟ୍ରାଙ୍କୁଲାଇଜ୍‌ କରି ତଳକୁ ଓହ୍ଲାଯାଇଛି। ସୋମବାର ବିଳମ୍ବିତ ରାତିରେ ଭାଲୁଟିକୁ ଜଙ୍ଗଲରେ ଛଡ଼ାଯିବ ବୋଲି ଜଣାପଡିଛି।
ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତର ବଙ୍ଗୀୟ ଗ୍ରାମ ନାୟକଗୁଡାକୁ ଖାଦ୍ୟ ଅନ୍ବେଷଣରେ ଏକ ଭାଲୁ ଶନିବାର ରାତିରେ ପଶି ଆସିଥିଲା। ସକାଳ ହେବାରୁ ଭାଲୁଟି ଗଛ ଉପରକୁ ଚଢ଼ିଯାଇଥିଲା। ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ରବିବାରଠାରୁ ବନ ବିଭାଗ ଭାଲୁଟିକୁ ସେଠାରେ ଜଗି ରହିଥିଲା। ପ୍ରଥମେ ଉକ୍ତ ଅଞ୍ଚଳକୁ ଜନଶୂନ୍ୟ କରାଯାଇଥିଲା। ପରେ ଭାଲୁର ପ୍ରିୟ ଖାଦ୍ୟ ଗୁଡ଼, ମହୁଲ, କଦଳୀ ଓ ମହୁକୁ ଗଛତଳେ ରଖାଯାଇଥିଲା। ଏହାସତ୍ତ୍ୱେ ଭାଲୁଟି ତଳକୁ ଆସିବା ନାଁ ଧରି ନ ଥିଲା। ରବିବାର ରାତିତମାମ ନେଟ୍‌ ବାନ୍ଧି ବନ ବିଭାଗ କର୍ମଚାରୀ ସେଠାରେ ଜଗି ବସିଥିଲେ। ତଥାପି ଭାଲୁଟି ତଳକୁ ଆସିଲା ନାହିଁ। ଉମରକୋଟ ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ ଭାଲୁକୁ ଟ୍ରାଙ୍କୁଲାଇଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନବରଙ୍ଗପୁର ଜିଲାର ହିଂସ୍ର ଜନ୍ତୁ ଉଦ୍ଧାରକାରୀ ଦଳର ମୁଖ୍ୟଙ୍କ ସମେତ ୪୫ ଜଣ ବନ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଗଛତଳେ ଜାଲ ବାନ୍ଧିବା ପରେ ବନ ବିଭାଗ କର୍ମଚାରୀ ଭାଲୁକୁ ଟ୍ରାଙ୍କୁଲାଇଜ୍‌ କରିଥିଲେ। ଏହାପରେ ବନ ବିଭାଗର ଜଣେ କର୍ମଚାରୀ ଗଛରେ ଚଢ଼ି ଭାଲୁକୁ ତଳକୁ ଓହ୍ଲାଇବା ବ୍ୟବସ୍ଥା କରିଥିଲେ। ଭାଲୁଟି ସୁସ୍ଥ ଅଛି। ଚେତା ଆସିବା ପରେ ତାକୁ ଖାଇବାକୁ ଦିଆଯାଇଛି ବୋଲି ଉମରକୋଟ ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?