ଉଦ୍ଧାର ହେଲା ଗଛରେ ଚଢ଼ିଥିବା ଭାଲୁ

ଉମରକୋଟ, ୨୫।୧(ସ୍ବ.ପ୍ର.): ଦୀର୍ଘ ୩୨ ଘଣ୍ଟା ପରେ ଜଙ୍ଗଲୀ ଭାଲୁକୁ ଗଛ ଉପରୁ ତଳକୁ ଆଣିଲା ବନ ବିଭାଗ। ଭାଲୁଟିକୁ ଟ୍ରାଙ୍କୁଲାଇଜ୍‌ କରି ତଳକୁ ଓହ୍ଲାଯାଇଛି। ସୋମବାର ବିଳମ୍ବିତ ରାତିରେ ଭାଲୁଟିକୁ ଜଙ୍ଗଲରେ ଛଡ଼ାଯିବ ବୋଲି ଜଣାପଡିଛି।
ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତର ବଙ୍ଗୀୟ ଗ୍ରାମ ନାୟକଗୁଡାକୁ ଖାଦ୍ୟ ଅନ୍ବେଷଣରେ ଏକ ଭାଲୁ ଶନିବାର ରାତିରେ ପଶି ଆସିଥିଲା। ସକାଳ ହେବାରୁ ଭାଲୁଟି ଗଛ ଉପରକୁ ଚଢ଼ିଯାଇଥିଲା। ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ରବିବାରଠାରୁ ବନ ବିଭାଗ ଭାଲୁଟିକୁ ସେଠାରେ ଜଗି ରହିଥିଲା। ପ୍ରଥମେ ଉକ୍ତ ଅଞ୍ଚଳକୁ ଜନଶୂନ୍ୟ କରାଯାଇଥିଲା। ପରେ ଭାଲୁର ପ୍ରିୟ ଖାଦ୍ୟ ଗୁଡ଼, ମହୁଲ, କଦଳୀ ଓ ମହୁକୁ ଗଛତଳେ ରଖାଯାଇଥିଲା। ଏହାସତ୍ତ୍ୱେ ଭାଲୁଟି ତଳକୁ ଆସିବା ନାଁ ଧରି ନ ଥିଲା। ରବିବାର ରାତିତମାମ ନେଟ୍‌ ବାନ୍ଧି ବନ ବିଭାଗ କର୍ମଚାରୀ ସେଠାରେ ଜଗି ବସିଥିଲେ। ତଥାପି ଭାଲୁଟି ତଳକୁ ଆସିଲା ନାହିଁ। ଉମରକୋଟ ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ ଭାଲୁକୁ ଟ୍ରାଙ୍କୁଲାଇଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନବରଙ୍ଗପୁର ଜିଲାର ହିଂସ୍ର ଜନ୍ତୁ ଉଦ୍ଧାରକାରୀ ଦଳର ମୁଖ୍ୟଙ୍କ ସମେତ ୪୫ ଜଣ ବନ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଗଛତଳେ ଜାଲ ବାନ୍ଧିବା ପରେ ବନ ବିଭାଗ କର୍ମଚାରୀ ଭାଲୁକୁ ଟ୍ରାଙ୍କୁଲାଇଜ୍‌ କରିଥିଲେ। ଏହାପରେ ବନ ବିଭାଗର ଜଣେ କର୍ମଚାରୀ ଗଛରେ ଚଢ଼ି ଭାଲୁକୁ ତଳକୁ ଓହ୍ଲାଇବା ବ୍ୟବସ୍ଥା କରିଥିଲେ। ଭାଲୁଟି ସୁସ୍ଥ ଅଛି। ଚେତା ଆସିବା ପରେ ତାକୁ ଖାଇବାକୁ ଦିଆଯାଇଛି ବୋଲି ଉମରକୋଟ ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri