ଓଡ଼ିଶାର ବନିତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର

ନୂଆଦିଲ୍ଲୀ/ନବରଙ୍ଗପୁର,୨୫।୧: କ୍ଷୁଦ୍ର ଗ୍ରହ ଆବିଷ୍କାର କରିଥିବା ଓଡ଼ିଶାର ନବରଙ୍ଗପୁର ଜିଲାର ବନିତା ଦାସଙ୍କୁ ସୋମବାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଦିନ ୧୧ଟାରେ ସେ ମଧ୍ୟପ୍ରଦେଶର ଅନୁପପୁର ଜିଲାପାଳଙ୍କ କାର୍ଯ୍ୟାଳୟରୁ ଭିଡିଓ କନ୍‌ଫରେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିଲେ। ବନିତାଙ୍କୁ ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କା ଓ ଇ-ସାର୍ଟିଫିକେଟ ମିଳିଛି। ଓଡ଼ିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ ବନିତା ଦାସଙ୍କ ସମେତ ୨୯ ଜଣଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ଦିଆଯାଇଛି। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ଏହି ପିଲାମାନଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ପୁରସ୍କାର ନିମନ୍ତେ ଚୟନ କରାଯାଇଥିଲା। ଇନୋଭେଶନ ପାଇଁ ୭ ଜଣ ପୁରସ୍କୃତ ହୋଇଥିବାବେଳେ ସାମାଜିକ ସେବା ଲାଗି ୪, ଶିକ୍ଷା କ୍ଷେତ୍ରକୁ ଅବଦାନ ଲାଗି ଜଣେ, କ୍ରୀଡ଼ା ପାଇଁ ୮, କଳା ଓ ସଂସ୍କୃତି ପାଇଁ ୬ ଏବଂ ସାହସିକତା ବର୍ଗରେ ୩ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ମୋଟ ୧୫ ବାଳକ ଓ ୧୪ ବାଳିକାଙ୍କୁ ପୁରସ୍କୃତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ କଥା ହୋଇଛନ୍ତି। ପ୍ରଥମ ଥର ଲାଗି ବ୍ଲକ୍‌ଚେନ୍‌ ଟେକ୍ନୋଲୋଜିରେ ପୁରସ୍କୃତମାନଙ୍କୁ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶମନ୍ତ୍ରୀ ସ୍ମୃତି ଇରାନୀ, ଡ. ମୁଞ୍ଜପରା ମହେନ୍ଦ୍ରଭାଇ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।
ନବରଙ୍ଗପୁର ନୋଡାଲ ଆର୍‌ସିଡି ହାଇସ୍କୁଲ ପରିସରରେ ଡିଇଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ବନିତା ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବାର୍ତ୍ତା ଦେଇଥିଲେ। ସେ ନିଜ ଅନୁଭୂତି ଓ ମହାକାଶ ବିଜ୍ଞାନର ବିଭିନ୍ନ ବିଷୟରେ ବୁଝାଇଥିଲେ। ପ୍ରଥମେ ନିଜେ ସ୍ବପ୍ନ ଦେଖି ତାହାକୁ ସଫଳ କରିବାକୁ ଚେଷ୍ଟା କର ବୋଲି ସେ ପିଲାମାନଙ୍କୁ କହିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସୁପ୍ରିୟା ନାୟକ, ଏଡିଇଓ ରମେଶ ଲାଲଙ୍କ ସମେତ ୩୦୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିବରାମ ପାଣିଗ୍ରାହୀ, ଚିତ୍ତରଞ୍ଜନ ପଟ୍ଟନାୟକ, ବୈକୁଣ୍ଠ ନାଥ ଜେନା, ଭାରତୀ ବିଷୋୟୀଙ୍କ ସମେତ ବିଦ୍ୟାଳୟର ଅନେକ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ।
ସୂଚନାନୁଯାୟୀ, ବନିତା ନବରଙ୍ଗପୁର ଜିଲା ଗାଦୁଆଗୁଡ଼ା ସାହିର ବନବିହାରୀ ଦାସ ଓ ଅନିତାଙ୍କ ଝିଅ। ସେ ଏବେ ମଧ୍ୟପ୍ରଦେଶର ଅନୁପୁରର ଜବାହର ନବୋଦୟ ବିଦ୍ୟାଳୟରେ ପଢୁଛନ୍ତି। ବନିତା ଜାନୁୟାରୀ ୨୦୨୧ରେ ଖାଗୋଲାଲା ଆଷ୍ଟ୍ରୋଏଡ ସର୍ଚ୍ଚ ଅଭିଯାନ (କେଏଏସ୍‌ସି)ରେ ଯୋଗ ଦେଇଥିଲେ। ସେଠାରେ ପିଲମାନଙ୍କୁ ଆଷ୍ଟ୍ରୋଏଡ ଚିହ୍ନଟ ତାଲିମ ଦିଆଯାଇଥିଲା। ସେ ହାୱାଇରେ ଅବସ୍ଥାପିତ ଟେଲିସ୍କୋପ ବ୍ୟବହାର କରି ଏକ ଆଷ୍ଟ୍ରୋଏଡ ଆବିଷ୍କାର କରିଥିଲେ। ନାସା, ହାର୍ଡିନ୍‌-ସିମନ୍ସ ୟୁନିଭରସିଟି ଏବଂ ଆନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ସନ୍ଧାନ ସହଯୋଗରେ ଉକ୍ତ କ୍ଷୁଦ୍ର ଗ୍ରହକୁ ସ୍ବୀକୃତି ଦିଆଯିବା ସହ ବନିତାଙ୍କ ନାମରେ ନାମିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମଳ ସମୟରେ ବର୍ଷା, ବ୍ୟାପକ ଫସଲ ନଷ୍ଟ ଆଶଙ୍କା

ନିରାକାରପୁର,୬ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଞ୍ଚଳରେ ଥିବା ପ୍ରାୟ ୯ହଜାର ହେକ୍ଟର ଜମିରେ ଚାଷୀମାନେ ଧାନଫସଲ କରିଛନ୍ତି। ତେବେ ଧାନଫୁଲ ଉଡ଼ାଇବା...

ବାଘଛାଲ ଜବତ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା/କୋକସରା,୬ା୧୨(ଉତ୍ତମ କୁମାର ଦାଶ/ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡିରେ ପୁଣି ବାଘଛାଲ ଜବତ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଛତିଶଗଡ଼ ଉଦନ୍ତି ସୀତାନଦୀ...

ବାପାଙ୍କ କୋକେଇ ସଜଡ଼ା ଯାଉଥିବା ବେଳେ ଗଛଡାଳ ପଡ଼ି ଚାଲିଗଲା ପୁଅଙ୍କ ଜୀବନ

କୋରାପୁଟ,୬ା୧୨(ଅମିତାଭ ବେହେରା): କଥାରେ ଅଛି, ଦୁଃଖ ଯେତେବେଳେ ଆସେ ସାଙ୍ଗସାଥୀ ସମସ୍ତଙ୍କୁ ସାଥୀରେ ଧରି ଆସେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, କୋରାପୁଟ...

ପୂର୍ବଶତ୍ରୁତାରୁ ଠେଙ୍ଗା-ପଥରମାଡ଼: ୫ ଗୁରୁତର

ଘସିପୁରା,୬ା୧୨(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଆଗର୍ଦା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଗୁରୁତର ହୋଇଥିବା ସୂଚନା ମିଳିଛି। ପୂର୍ବଶତ୍ରୁତାକୁ...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

କେନ୍ଦୁଝର,୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିଲାନି। ଫଳରେ ରୋଗୀ ଷ୍ଟ୍ରେଚରରେ ବୁହା ହୋଇ ମେଡିକାଲ ଯାଇଛନ୍ତି।...

୫ ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ: ୧୩ ଗିରଫ

ମୋରଡ଼ା,୬ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଦୈନିକ ବହୁ ମାତ୍ରାରେ ଗୋରୁ ଚାଲାଣ ହେଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଶୁଳିଆପଦା ଥାନା...

ବାତ୍ୟା ମିଗ୍‌ଜୋମ୍‌: ପ୍ରବଳ ବର୍ଷା ଯୋଗୁ ମାଆ ଗୃହକୁ ସ୍ଥାନାନ୍ତରିତ ହେଲେ ଗର୍ଭବତୀ ମହିଳା

ଗଜପତି,୬।୧୨(ଗିରିଧାରୀ ପରିଛା): ଗଜପତି ଜିଲାରେ ବାତ୍ୟା ମିଗ୍‌ଜୋମ ଯୋଗୁଁ ବର୍ଷା ଜାରି ରହିଥିବା ବେଳେ କ୍ରମଶଃ ବର୍ଷାର ପରିମାଣ କମିବାରେ ଲାଗିଛି। କିନ୍ତୁ ଜିଲାରେ ବାତ୍ୟାର...

ନନ୍ଦନକାନନରେ ଆଖିବୁଜିଲା ଆନାକୋଣ୍ଡା

ବାରଙ୍ଗ, ୬।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri