ଗଡ଼ ଫେରିପାଇବା ଲକ୍ଷ୍ୟରେ ବିଜେଡି

ରାଇଘର, ୩୦ା୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଏବେ ନିର୍ବାଚନୀ ପ୍ରଚାର ଜୋର୍‌ଦାର ଚାଲିଛି। ଗ୍ରାମାଞ୍ଚଳରେ ନେତା ଡେରା ପକାଇ ଲୋକଙ୍କୁ ଏକାଠି କରି ଜୋର୍‌ଦାର ପ୍ରଚାର କରୁଛନ୍ତି। ଉମରକୋଟ ନିର୍ବାଚନମଣ୍ଡଳୀ ମଧ୍ୟରୁ ରାଇଘର ବ୍ଲକର ଚାରି ନମ୍ବର ଜିଲା ପରିଷଦ ଆସନ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ଏଠାରେ ତିନି ଦଳର ପ୍ରଚାର ମଧ୍ୟ ଜୋର୍‌ଦାର ହୋଇଛି। ଏକଦା ବିଜେଡି ଗଡ଼ଭାବେ ପରିଚିତ ଥିବା ଚାରି ନମ୍ବର ଜିଲା ପରିଷଦ ଆସନକୁ ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଦଖଲ କରିଛି।
ରାଇଘର ବ୍ଲକର ଚାରି ନମ୍ବର ଜିଲା ପରିଷଦ ଆସନ ମଧ୍ୟରେ ଗୋନା,କୁମୁଲି, କୁରାବେଡ଼ା,ଟିମନପୁର,ମୁଣ୍ଡିବେଡ଼ା, ହଳଦୀ ଓ ପାରୁଆ ପଞ୍ଚାୟତ ରହିଛି। ଜିଲା ପରିଷଦ ଆସନ ଚଳିତ ଥର ଅନୁସୂଚିତ ଜାତି ନିମନ୍ତେ ସଂରକ୍ଷଣ କରାଯାଇଛି। ଏହି ଆସନ ନିମନ୍ତେ ମୋଟ ୫ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ବିଜେଡିରୁ ଖଗେଶ୍ୱର ହରିଜନ, ଭାଜପାରୁ ନେପାଲ ଘୋରାମି, କଂଗ୍ରେସରୁ ନରସିଂ ହରିଜନ,ବିଏସ୍‌ପି ପକ୍ଷରୁ ପୁଷ୍ପାଞ୍ଜଳି ନାୟକ ଓ ସ୍ବାଧୀନ ପ୍ରାର୍ଥୀଭାବେ ନରସିଂ ବିଭାର ରହିଛନ୍ତି। ପୂର୍ବତନ ବିଧାୟକ ଜଗବନ୍ଧୁ ମାଝି, ପୂର୍ବତନ ଜିଲା ପରିଷଦ ସଭ୍ୟ ପ୍ରଣବ ଭୂୟାଁ ଏଠାରେ ବିଜେଡି ଗଡ ମଜଭୁତ କରିଥିଲେ। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ପ୍ରାର୍ଥୀ ପ୍ରୀତିସ୍ନିଗ୍ଧା ମହାପାତ୍ର ବିଜୟୀ ହୋଇଥିଲେ। ବର୍ତ୍ତମାନ ଭାଜପା ପକ୍ଷରୁ ଏଠାରେ ନେପାଲ ଘୋରାମି ପ୍ରାର୍ଥୀ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଯାଇ ଜୋର୍‌ଦାର ପ୍ରଚାର ଆରମ୍ଭ କରିଛନ୍ତି। ଏହି ଜିଲା ପରିଷଦ ଆସନ ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ତଥା ଅନେକ ଦୁର୍ଗମ ଅଞ୍ଚଳ ରହିଛି। ନେଟ୍‌ଓ୍ବର୍କ ନ ଥିବାରୁ ପ୍ରାର୍ଥୀ ସିଧାସଳଖ ଭୋଟରଙ୍କ ନିକଟତର ହେଉଛନ୍ତି। ଭାଜପା ପ୍ରାର୍ଥୀ ଜଙ୍ଗଲ ମଧ୍ୟରେ ଲୋକଙ୍କୁ ନେଇ ପ୍ରଚାର କରୁଛନ୍ତି। ବିଜେଡି ନିଜ ଗଡ଼କୁ ଫେରିପାଇବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri