ଗଡ଼ ଫେରିପାଇବା ଲକ୍ଷ୍ୟରେ ବିଜେଡି

ରାଇଘର, ୩୦ା୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଏବେ ନିର୍ବାଚନୀ ପ୍ରଚାର ଜୋର୍‌ଦାର ଚାଲିଛି। ଗ୍ରାମାଞ୍ଚଳରେ ନେତା ଡେରା ପକାଇ ଲୋକଙ୍କୁ ଏକାଠି କରି ଜୋର୍‌ଦାର ପ୍ରଚାର କରୁଛନ୍ତି। ଉମରକୋଟ ନିର୍ବାଚନମଣ୍ଡଳୀ ମଧ୍ୟରୁ ରାଇଘର ବ୍ଲକର ଚାରି ନମ୍ବର ଜିଲା ପରିଷଦ ଆସନ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ଏଠାରେ ତିନି ଦଳର ପ୍ରଚାର ମଧ୍ୟ ଜୋର୍‌ଦାର ହୋଇଛି। ଏକଦା ବିଜେଡି ଗଡ଼ଭାବେ ପରିଚିତ ଥିବା ଚାରି ନମ୍ବର ଜିଲା ପରିଷଦ ଆସନକୁ ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଦଖଲ କରିଛି।
ରାଇଘର ବ୍ଲକର ଚାରି ନମ୍ବର ଜିଲା ପରିଷଦ ଆସନ ମଧ୍ୟରେ ଗୋନା,କୁମୁଲି, କୁରାବେଡ଼ା,ଟିମନପୁର,ମୁଣ୍ଡିବେଡ଼ା, ହଳଦୀ ଓ ପାରୁଆ ପଞ୍ଚାୟତ ରହିଛି। ଜିଲା ପରିଷଦ ଆସନ ଚଳିତ ଥର ଅନୁସୂଚିତ ଜାତି ନିମନ୍ତେ ସଂରକ୍ଷଣ କରାଯାଇଛି। ଏହି ଆସନ ନିମନ୍ତେ ମୋଟ ୫ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ବିଜେଡିରୁ ଖଗେଶ୍ୱର ହରିଜନ, ଭାଜପାରୁ ନେପାଲ ଘୋରାମି, କଂଗ୍ରେସରୁ ନରସିଂ ହରିଜନ,ବିଏସ୍‌ପି ପକ୍ଷରୁ ପୁଷ୍ପାଞ୍ଜଳି ନାୟକ ଓ ସ୍ବାଧୀନ ପ୍ରାର୍ଥୀଭାବେ ନରସିଂ ବିଭାର ରହିଛନ୍ତି। ପୂର୍ବତନ ବିଧାୟକ ଜଗବନ୍ଧୁ ମାଝି, ପୂର୍ବତନ ଜିଲା ପରିଷଦ ସଭ୍ୟ ପ୍ରଣବ ଭୂୟାଁ ଏଠାରେ ବିଜେଡି ଗଡ ମଜଭୁତ କରିଥିଲେ। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ପ୍ରାର୍ଥୀ ପ୍ରୀତିସ୍ନିଗ୍ଧା ମହାପାତ୍ର ବିଜୟୀ ହୋଇଥିଲେ। ବର୍ତ୍ତମାନ ଭାଜପା ପକ୍ଷରୁ ଏଠାରେ ନେପାଲ ଘୋରାମି ପ୍ରାର୍ଥୀ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଯାଇ ଜୋର୍‌ଦାର ପ୍ରଚାର ଆରମ୍ଭ କରିଛନ୍ତି। ଏହି ଜିଲା ପରିଷଦ ଆସନ ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ତଥା ଅନେକ ଦୁର୍ଗମ ଅଞ୍ଚଳ ରହିଛି। ନେଟ୍‌ଓ୍ବର୍କ ନ ଥିବାରୁ ପ୍ରାର୍ଥୀ ସିଧାସଳଖ ଭୋଟରଙ୍କ ନିକଟତର ହେଉଛନ୍ତି। ଭାଜପା ପ୍ରାର୍ଥୀ ଜଙ୍ଗଲ ମଧ୍ୟରେ ଲୋକଙ୍କୁ ନେଇ ପ୍ରଚାର କରୁଛନ୍ତି। ବିଜେଡି ନିଜ ଗଡ଼କୁ ଫେରିପାଇବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?