ରାସ୍ତା ମରାମତି ନ ହେଲେ ଭୋଟ ବର୍ଜନ ଚେତାବନୀ

ନବରଙ୍ଗପୁର, ୩୦ା୧ (ବି.ପ୍ର.)-ନବରଙ୍ଗପୁର ବ୍ଲକ ବଡ଼କୁମୁଲି ପଞ୍ଚାୟତ ଚିକିଲି ଗ୍ରାମରେ ଗ୍ରାମବାସୀ ଯାତାୟାତ ପାଇଁ ଦୀର୍ଘ ଦିନ ହେବ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମ ଭିତରେ ପ୍ରବେଶ କଲେ କାଦୁଅ ପଚପଚ ରାସ୍ତା ଯୋଗୁ ପ୍ରତିଦିନ ଅନେକ ଦୁର୍ଘଟଣା ଘଟୁଛି। ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ସ୍କୁଲ, ଚର୍ଚ୍ଚ, ଅଙ୍ଗନଓ୍ବାଡ଼ିକେନ୍ଦ୍ର, ବଜାରକୁ ଯାତାୟାତ ସମୟରେ ହଇରାଣ ହେଉଛନ୍ତି ସାହି ବାସିନ୍ଦା। ଏହି ରାସ୍ତା ସମ୍ପର୍କରେ ଅନେକ ଥର ପଞ୍ଚାୟତରେ ଅଭିଯୋଗ କରିଥିଲେ ମଧ୍ୟ ସରପଞ୍ଚ କିମ୍ବା ପଞ୍ଚାୟତ ଅଧିକାରୀ ଦୃଷ୍ଟି ଦେଲେନାହିଁ ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା। ଚିକିଲି ଗ୍ରାମର ଏହି ରାସ୍ତା କାମ କରା ନ ଗଲେ ଭୋଟ ବର୍ଜନ କରିବେ ବୋଲି ହରିଜନ ସାହି ବାସିନ୍ଦା ଚେତାବନୀ ଦେଇଛନ୍ତି। ଏହି ରାସ୍ତା ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ନବରଙ୍ଗପୁର ବିଡିଓ ସୁକାନ୍ତ ପଟ୍ଟନାୟକଙ୍କୁ ପଚାରିବାରୁ ଖୁବ୍‌ ଶୀଘ୍ର ରାସ୍ତା କାର୍ଯ୍ୟ ଶେଷ ହେବ। ଆଗାମୀ ଦିନରେ ଗ୍ରାମବାସୀ ଏହି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସ୍ବାମୀ ଗିରଫ

ଡାବୁଗାଁ,୨।୯(ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ସରଗୁଡା ଗ୍ରାମରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଟାଙ୍ଗିଆରେ ହାଣି ରବିବାର ବିଳମ୍ବିତ ରାତିରେ ହତ୍ୟା...

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ସକାଳୁ ଲମ୍ବା ଲାଇନ୍‌ରେ ଭୋଟର

ଫୁଲବାଣୀ ଅଫିସ,୧୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ସକାଳୁ ଆରମ୍ଭ ହୋଇଛି। କନ୍ଧମାଳ ଜିଲାର କ.ନୂଆଗାଁ ବ୍ଲକର ୧...

ଚାକିରି କରେଇଦେବାକୁ କହି ଟଙ୍କା ଠକେଇ ଅଭିଯୋଗ

ନବରଙ୍ଗପୁର,୨୩|୧(ବି.ପ୍ର.) ଚାକିରି ଦେବା ନାଁରେ ଅର୍ଥ ଆଦାୟ। ଠକେଇର ଶିକାର ହୋଇଥିବା ଦେବକୀ ଜାନୀ (୨୦) ଓ ନିବେଦିତା ଭତରା ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। କୋଡିଙ୍ଗା...

ଭୋଟ ଦେବେନାହିଁ ଗ୍ରାମବାସୀ

ବାଉଁଶୁଣୀ,୧୧।୨(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ଅଧୀନ ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ମାଲିପଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।...

ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ରବିବାର ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ୱିତୀୟ ଦିନ। ଶନିବାର ପ୍ରଥମ ଦିନର ଗଣତି ଆରମ୍ଭ ହୋଇଥିଲେ ହେଁ ତାହା ଶେଷ ହୋଇପାରି ନାହିଁ।...

ବିରୋଧୀଙ୍କ ରଣନୀତି ବିଜେଡିକୁ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର ଅଫିସ,୭ା୨: ଜଗତ୍‌ସିଂହପୁର ଜିଲାରେ ୨୦୧୭ ନିର୍ବାଚନ ବେଳେ ୨୬ଟି ଜିଲା ପରିଷଦ ଜୋନ୍‌ ମଧ୍ୟରୁ କଂଗ୍ରେସ ବାଲିକୁଦା ବ୍ଲକର ୧ନଂ. ଜୋନ୍‌ ଜିତି ଥିଲା।...

ମତ ସାବ୍ୟସ୍ତ ପାଇଁ ବୁଥ୍‌କୁ ଟେକା ହୋଇ ଆସିଲେ ଶତାୟୁ

କେନ୍ଦୁଝର,୧୬।୨(ସ୍ବ.ପ୍ର.): କେନ୍ଦୁଝର ବଂଶପାଳ ବ୍ଲକ ଶୁଆକାଟି ବାଳକ ଉଚ୍ଚ ବିଦ୍ୟାଳୟ ୫ ନଂ. ବୁଥ୍‌ରେ ଜଣେ ଶତାୟୁ ମହିଳା ମେତଦାନ କରିଛନ୍ତି। ତାଙ୍କ ନାମ ଲୋଚନୀ...

କେସିଙ୍ଗାର ୧ ନଂ ଜୋନ୍‌ରେ ବିଜେଡି ଆଗୁଆ

କେସିଙ୍ଗା,୨୬ା୨(ଡି.ଏନ୍‌.ଏ.): କଳାହାଣ୍ଡି କେସିଙ୍ଗା ବ୍ଲକର ୧ ନଂ ଜୋନ୍‌ରେ ଶନିବାର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଏହି ଗଣତିରେ ବିଜେଡି ପ୍ରାର୍ଥିନୀ ଦୀପାଞ୍ଜଳି ସାହୁ ୩୧୬୫...

Advertisement
Archives

Model This Week