ମୟୂରଭଞ୍ଜ

ଋଣ କରାଇ ଦେବାକୁ କହି ଠକିନେଲେ ୬୨ ହଜାର

କୁଳିଅଣା,୧୯ା୬(ଆଦିକନ୍ଦ ସାହୁ): ୨ଲକ୍ଷ ଟଙ୍କା ଋଣ କରାଇ ଦେବାକୁ କହି ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ପାରୁଳିଆ ପଞ୍ଚାୟତ ବଡ଼ହଳଦିଆକନ୍ଦ ଗ୍ରାମର ଚନ୍ଦନ କୁମାର ପାତ୍ରଙ୍କଠାରୁ ସାଇବର ଠକ ୬୨ ହଜାର ଟଙ୍କା ଠକି ନେଇଥିବା ରବିବାର ଥାନାରେ ଅଭିଯୋଗ…

ଶିମିଳିପାଳ ଅଭୟାରଣ୍ୟ: ଶିକାରୀ ଗୁଳିରେ ଆଉ ଜଣେ ବନ କର୍ମଚାରୀ ମୃତ

ଠାକୁରମୁଣ୍ଡା,୧୭।୬ (ତାରାକାନ୍ତ ପଟ୍ଟନାୟକ): ଶିକାରୀଙ୍କ ଗୁଳିରେ ରକ୍ତରଞ୍ଜିତ ହୋଇପଡିଛି ଶିମିଳିପାଳ ଅଭୟାରଣ୍ୟ। ଶୁକ୍ରବାର ଅପରାହ୍ନରେ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଡିଭିଜନ ଅନ୍ତର୍ଗତ ଗାମଛାଚରଣ ବିଟ୍‌ ଅଞ୍ଚଳରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଛ। ମୃତ ଫରେଷ୍ଟର ଜଣକ ଉପର ବାରହାକାମୁଡା…

ଉପଜିଲାପାଳଙ୍କ କାର୍ଯ୍ୟାଳୟର କିରାଣି ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୧୭।୬ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପଜିଲାପାଳଙ୍କ କାର୍ଯ୍ୟାଳୟର କିରାଣି ରାମଚନ୍ଦ୍ର ସେନଙ୍କ ଘରେ ଶନିବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ…

ବନ୍ଧୁକମୁନରେ ଗହଣା ଦୋକାନୀଙ୍କୁ ଲୁଟ୍‌

ମୋରଡ଼ା,୧୪ା୬(ସ୍ମାରକ ମାଝି): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ଶୁଳିଆପଦା ଥାନା ଅଧୀନ ସାତଭାୟା ଛକଠାରେ ଜଣେ ଗହଣା ଦୋକାନୀଙ୍କୁ ଲୁଟ୍‌ କରିଛନ୍ତି କିଛି ଦୁର୍ବୃତ୍ତ। ଦୋକାନୀ ଜଣକ ହେଲେ ଚଢେଇଗାଁ ପଞ୍ଚାୟତର ଅଢେଇକୁଲା ଗ୍ରାମର ସ୍ବପ୍ନେଶର ସିଂହ। ସ୍ବପ୍ନେଶ୍ୱର କୋଷ୍ଠା…

ବୁଢ଼ାବଳଙ୍ଗ ପୋଲକୁ ବିପଦ ନିମ୍ନମାନର ପିଲାର

ବାରିପଦା ଅଫିସ,୧୪।୬ (ନିଳାଦ୍ରୀ ବିହାରୀ ଦଣ୍ଡପାଟ) ରାଜ୍ୟରେ ନିର୍ମାଣାଧିନ କିମ୍ବା ନିର୍ମିତ ପୋଲ ଭୁଶୁଡ଼ିବା ଘଟଣାର ଅନେକ ନଜିର ରହିଛି। ଅନଭିଜ୍ଞ କର୍ମଚାରୀମାନଙ୍କ ପାଇଁ ନିମ୍ନମାନର କାର୍ଯ୍ୟ ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା…

ସହାୟତା ପାଇଁ ଜିଲାପାଳଙ୍କୁ ଭେଟିଲେ ଆହତ ପରିବାର

ବାରିପଦା ଅଫିସ,୧୪।୬: (ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାହାନଗା ରେଳ ଦୁର୍ଘଟଣାରେ ଗୁରୁତର ଆହତଙ୍କ ସମେତ ପରିବାର ଲୋକେ ସହାୟତା ପାଇଁ ମୟୂରଭଞ୍ଜ ଜିଲାପାଳଙ୍କୁ ଭେଟିଛନ୍ତି। ଦୁର୍ଘଟଣାରେ ଆହତଙ୍କ ଚିକିସତ୍ା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ସରକାରୀ…

୧୬ରୁ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ,୧୪।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ) ପର୍ଯ୍ୟଟକ ଓ ପରିଦର୍ଶକଙ୍କ ନିମନ୍ତେ ଆସନ୍ତା ୧୬ରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆରସିସିଏଫ୍‌)…

୩୨ବର୍ଷ ହେଲା ଭଡ଼ାଘରେ ଚାଲିଛି କାର୍ଯ୍ୟାଳୟ

ବାରିପଦା ଅଫିସ,୧୩ା୬: ନିଜସ୍ବ ଅଫିସ ଗୃହ ନ ଥାଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାରିପଦା ଶାଖା କାର୍ଯ୍ୟାଳୟ ୩୨ ବର୍ଷ ହେଲା ଭଡ଼ାଘରେ ଚାଲିଛି। ଭଙ୍ଗା ଦଦରା ଘରେ ଅଫିସ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେଉ ନ ଥିବାରୁ…

ପାଣିଟାଙ୍କିରୁ ବାହାରୁଛି ବାଲି

ବୈଶିଙ୍ଗା,୧୨ା୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଚାଞ୍ଝିପଦା ପଞ୍ଚାୟତର କୁରାଢ଼ିକ ଗ୍ରାମରେ ୨୦୧୯ରୁ ବସୁଧା ଯୋଜନା ମାଧ୍ୟମରେ ନର୍ମିତ ୧ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ପାଣି ଟାଙ୍କି ସହିତ ୨ଟି ବୋରିଂ ଖୋଳା ଯାଇଥିଲା। ହେଲେ ଦୀର୍ଘ ଦିନ…

ମୋରଡ଼ାରେ ହାତୀ ଉପଦ୍ରବ: ଭାଙ୍ଗିଲେ ଏକାଧିକ ଘର, ନଷ୍ଟକଲେ ଧାନଚାଉଳ

ମୋରଡ଼ା,୧୧ା୬(ଡି.ଏନ୍‌.ଏ.): ବର୍ଷ ତମାମ ହାତୀ ଉପଦ୍ରବ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଲାଗି ରହିଥିବା ବେଳେ ଏହାକୁ ନେଇ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ହାତୀ ଆକ୍ରମଣରେ ଧନଜୀବନ ନଷ୍ଟ ଘଟଣା ମୋରଡ଼ା ବ୍ଲକରେ ଯେମିତି ଏକ ନିତିଦିନିଆ ଘଟଣା ପାଲଟିଛି। ହାତୀ…

କରମଣ୍ଡଳ ଟ୍ରେନ ଦୁର୍ଘଟଣା: ଲୁହରେ ଭିଜୁଛି ପୁଟୁକିଶୋଳ ଗ୍ରାମ, ୪ଟି ପରିବାରରେ ଚାଲିଛି ଦଶାହ କ୍ରିୟା

ମୋରଡ଼ା,୧୧।୬(ଡି.ଏନ.ଏ): ଲୁହରେ ଭିଜୁଛି ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଗଡିଆ ପଞ୍ଚାୟତର ପୁଟୁକିଶୋଳ ଗ୍ରାମ । ସାରା ଗାଁରେ ଶୋକାକୁଳ ହୋଇଯାଇଛି। ବାଲେଶ୍ୱର ଜିଲା ବାହନଗା ଷ୍ଟେସନରୁ ମାତ୍ର ଅଳ୍ପ କିଛି ଦୂରରେ ଘଟିଥିବା କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୋଟ ୨୮୮…

ନଦୀଘାଟରେ ବେଆଇନ ବାଲି ଚୋରା ଚାଲାଣକୁ ପ୍ରଶାସନ ପକ୍ଷରୁ ଚଢାଉ

ମୋରଡା,୯।୬(ଡି.ଏନ.ଏ): ବେଆଇନ ବାଲି ଚୋରା ଚାଲାଣକୁ ଚଢାଉ କରିଛି ମୋରଡା ପ୍ରଶାସନ। ସୂଚନାଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରୁ ଶୁକ୍ରବାର ସକାଳ ଯାଏଁ ଉକ୍ତ ନଦୀଘାଟରେ ୨ଟି ଟ୍ରାକ୍ଟରରେ ବାଲି ଲୋଡିଂ ହେଉଥିଲା। ତେବେ କୌଣସି ସୂତରୁ ଖବର ପାଇ ମୋରଡ଼ା ତହସିଲଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?