ବ୍ଲକ କାର୍ଯ୍ୟାଳୟରେ ବଢୁଛି ଦୁର୍ନୀତି, ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ମୋରଡ଼ା,୫ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ପିଛା ଛାଡୁନି। ନିର୍ବାଚନମଣ୍ଡଳୀର ଶୁଳିଆପଦା ବ୍ଲକରେ ମହାଦୁର୍ନୀତି ହୋଇଥିବାର ଅଭିଯୋଗ ବ୍ଲକ କଂଗ୍ରେସ କରିଥିବା ବେଳେ ଆସନ୍ତା ୧୩ ତାରିଖରେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହିତ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ବ୍ଲକ କଂଗ୍ରେସ କମିଟି।

ପ୍ରକାଶ ଥାଉକି, ମୋରଡା ବ୍ଲକରେ ମୃତ ହିତାଧିକାରୀଙ୍କ ନାମରେ ହୋଇଥିବା ଭତ୍ତା ଟଙ୍କାର ଉଠାଣ,ଏମ୍‌ଜିଏନ୍‌ଆର୍‌ଜିଏ ଯୋଜନାରେ ହୋଇଥିବା ଅନୁମୋଦିତ ବ୍ୟୟ ଅଟକଳ ମୂଲ୍ୟଠାରୁ କାର୍ଯ୍ୟରେ ଅଧିକ ଟଙ୍କା ଖର୍ଚ୍ଚ ଦର୍ଶାଇବା,ଉନ୍ନୟନମୂଳକ କାର୍ଯ୍ୟ ନ କରି ମିଥ୍ୟା ବିଲ ପୈଠ, ନିମ୍ନମାନର କାର୍ଯ୍ୟ ଇତ୍ୟାଦି ନେଇ ଚଳିତ ବର୍ଷ ଗତ ଜାନୁୟାରୀ ୩ ତାରିଖ ଦିନ ମୋରଡା ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲା ବ୍ଲକ କଂଗ୍ରେସ। କିନ୍ତୁ ୫ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଆଜିଯାଏ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ତେଣୁ ରାଜ୍ୟ କଂଗ୍ରେସ ସମ୍ପାଦକ ପ୍ରଭାସକର ମହାପାତ୍ରଙ୍କ ନେତୃତ୍ୱରେ ବ୍ଲକର ବରିଷ୍ଠ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ଆଜି ମୋରଡା ବିଡିଓ ଜୟକୃଷ୍ଣ ପାତ୍ରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଆଗାମୀ ପନ୍ଦର ଦିନ ଭିତରେ ଉକ୍ତ ସବୁ ଘଟଣାର ଉପଯୁକ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ସହିତ ଉକ୍ତ ରିପୋର୍ଟକୁ ସାର୍ବଜନୀନ ନ କରାଗଲେ ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ବରିଷ୍ଠ କଂଗ୍ରେସ କର୍ମୀ ଜୟନ୍ତ ବେହେରା, ମୋହନ ଦାସ,ରାଜେଶ ପଢିହାରୀ, ତାପସ ରଞ୍ଜନ ରାଉତ, ଶୁଭ କୁମାର ମହାନ୍ତ, ଶଶଧର ବେହେରା,ଅସିତ କୁମାର ବେହେରା, କାନ୍ଦ୍ରା ସୋରେନ, ସନାତନ ଦେ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଆମ ପୋଲିସ-ଆମ ସାଥୀ ଅଭିଯାନ: ସାଇବର ସୁରକ୍ଷା ନେଇ ସଚେତନତା

ରାଇକିଆ,୧୩।୮: କନ୍ଧମାଳ ଜିଲା ପୋଲିସର ‘ଆମ ପୋଲିସ-ଆମ ସାଥୀ’ ଅଭିଯାନ ପକ୍ଷରୁ ରାଇକିଆ ବ୍ଲକ ସୁଗଡ଼ାବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଥାନା ଅଧିକାରୀ…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri