ଖୋଲିଲା ସବୁ ଦିନିଆ ଅଭିଯୋଗ ପ୍ରକୋଷ୍ଠ

ବାରିପଦା ଅଫିସ,୭।୮- ଆୟତନ ଦୃଷ୍ଟିରୁ ମୟୂରଭଞ୍ଜ ରାଜ୍ୟର ସର୍ବ ବୃହତ ଜିଲା। ଏହି ଜିଲାରେ ୨୬ଟି ବ୍ଲକ, ୨ଟି ମ୍ୟୁନିସିପାଲିଟି ଓ ୨ଟି ଏନଏସି ରହିଛି। ଆଦିବାସୀ ଅଧ୍ୟୁଷିତ ଜିଲା ହୋଇଥିବାରୁ ବିକାଶର ଚିହ୍ନ ଗ୍ରାମାଞ୍ଚଳରେ ପହଞ୍ଚି ପାରୁ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ। ତେବେ ଜିଲାସ୍ତରରେ ବାରିପଦା,ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ଆଦି ଜିଲାର ୪ଟି ଉପଖଣ୍ଡରେ ପର୍ଯ୍ୟାୟକ୍ରମେ ପ୍ରତି ସୋମବାର ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକ ମିଳିତ ଭାବେ ଜନ ଶୁଣାଣି କରି ଜନସାଧାରଣଙ୍କ ସମସ୍ୟା ସମାଧାନ କରିଥାନ୍ତି। ଜିଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ଲୋକେ ଏହି ଜନଶୁଣାଣି ଶିବିରରେ ପହଞ୍ଚି ପାରୁ ନ ଥିବା ଅଭିଯୋଗ ହୋଇଥାଏ। ଏପରିକି କିଛି ଲୋକ ବିଭିନ୍ନ ସମୟରେ ବାରିପଦା ଆସି ଜିଲାପାଳଙ୍କୁ ସିଧାସଳଖ ଅଭିଯୋଗ କରିଥାନ୍ତି। ମାତ୍ର ଜିଲାପାଳଙ୍କ କାର୍ଯ୍ୟବ୍ୟସ୍ତତା ଓ କ୍ଷେତ୍ର ଭ୍ରମଣ ସମୟରେ ଲୋକେ ତାଙ୍କୁ ନ ପାଇ ନିରାଶ ହୋଇ ଫେରି ଯାଉଥିବା ମଧ୍ୟ ଅଭିଯୋଗ ହୋଇଥାଏ। ତେବେ ଜନସାଧାରଣ କୌଣସି ସରକାରୀ ସୁବିଧାରୁ ବଞ୍ଚିତ ନ ହେବା ଉଦ୍ଦେଶ୍ୟ ନେଇ ଜିଲାପାଳ ବିନିତ ଭରଦ୍ୱାଜ ଉଦ୍ୟମ କରିଛନ୍ତି। ତାଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ଏକ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯୋଗ ପ୍ରକୋଷ୍ଠ ସମସ୍ତ ସରକାରୀ ଦିବସ ଗୁଡିକରେ ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଠାରେ ଜନସାଧାରଣ ସେମାନଙ୍କ ବ୍ୟକ୍ତିଗତ ତଥା ସାମୂହିକ ଅଭିଯୋଗ ଦାଖଲ କରିପାରିବେ। ଏହି ଅଭିଯୋଗଗୁଡ଼ିକୁ ଅନୁଧ୍ୟାନ କରି ୨୦ ଦିନ ମଧ୍ୟରେ ସମାଧାନ କରାଯିବ। ଜିଲାର ପ୍ରତି ସରକାରୀ କାର୍ଯ୍ୟାଳୟରେ ଜଣେ ଜଣେ ନୋଡାଲ ଅଫିସର ରହିବେ ବୋଲି ଜିଲାପାଳ ଭରଦ୍ୱାଜ କହିଛନ୍ତି। ଏହା ସହ ସମସ୍ତ ଅଭିଯୋଗଗୁଡ଼ିକର ତଦନ୍ତ ବ୍ୟକ୍ତିଗତ ଭାବେ ସେ ସମୀକ୍ଷା ମଧ୍ୟ କରିବେ ବୋଲି କହିଛନ୍ତି। ଏଠାରେ ଲୋକେ ନିଜ ନିଜ ଅଭିଯୋଗ ଲିଖିତ ଆକାରରେ ଜଣାଇବେ। ଅଭିଯୋଗ ଦାଖଲ ପରେ ରସିଦ ନେବେ। ରସିଦରେ ସୂଚିତ କରାଯାଇଥିବା ନମ୍ବର ଜରିଆରେ ଅଭିଯୋଗର ତଦନ୍ତ କେଉଁ ସ୍ତରରେ ଅଛି ତାହା ମଧ୍ୟ ଅଭିଯୋଗକାରୀ ଜାଣିପାରିବେ। ଜନସାଧାରଣ ଅଭିଯୋଗ ପ୍ରକୋଷ୍ଠରେ ସେମାନଙ୍କ ଲିଖିତ ଅଭିଯୋଗ ଦାଖଲ କରିବା ପରେ ଏହା ଅନ୍‌ଲାଇନ ମାଧ୍ୟମରେ ରେଜିଷ୍ଟ୍ରେଶନ କରାଯିବ। ଯେଉଁ ବିଭାଗର ଏହା ହୋଇଥିବ ତାହା ସେହି ବିଭାଗକୁ ଅବଗତ କରାଯିବ। ଏହାପରେ ତୁରନ୍ତ ଏହାର ସମାଧାନ କରି ଲୋକଙ୍କୁ ନ୍ୟାୟ ପ୍ରଦାନ କରାଯିବ। କୌଣସି ବ୍ୟକ୍ତି ଯେପରି ସେମାନଙ୍କ ମୌଳିକ ଅଧିକାର ତଥା ସରକାରୀ ସୁବିଧାରୁ ଯେମିତି ବଞ୍ଚିତ ନ ହୁଅନ୍ତୁ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ ଭରଦ୍ୱାଜ କହିଛନ୍ତି। ଏହି ପ୍ରକୋଷ୍ଠର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ, ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲା ଜରୁରୀ ଅଧିକାରୀ ସୁଜୟ କୁମାର ପତିଙ୍କ ସମେତ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri