ମୟୂରଭଞ୍ଜ

ଉଦଳା-କରଞ୍ଜିଆରେ ମାତିଲେ ଲୁଟେରା: ୫ଲକ୍ଷରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କା, ଅଧ୍ୟାପିକାଙ୍କ ସୁନାଚେନ୍‌ ଲୁଟ

ଉଦଳା/ଠାକୁରମଣ୍ଡା,୧୬ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ଓ କରଞ୍ଜିଆ ଥାନା ପୋଲିସ୍‌କୁ ମଙ୍ଗଳବାର ଲୁଟେରାମାନେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ୫ ଲକ୍ଷରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କା ସହ ଜଣେ ଅଧ୍ୟାପିକାଙ୍କ ସୁନା ଚେନ ଲୁଟି ନେଇଛନ୍ତି। ଏହି ଘଟଣା ପୋଲିସ୍‌ ପାଇଁ ମୁଣ୍ଡବିନ୍ଧାର…

ବସ୍‌ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଠାକୁରମୁଣ୍ଡା,୧୬ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ- ଖିଚିଂ ରାସ୍ତାର କାଶିଆ ଜଙ୍ଗଲ ନିକଟରେ ମଙ୍ଗଳବାର ଏକ ବସ୍‌ ଧକ୍କାରେ ୨ ବାଇକ ଅରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଯାଜପୁର ଜିଲା ବ୍ରାହ୍ମଣୀପାଳ ଥାନା ଅନ୍ତର୍ଗତ ଖସାପୋଡ଼ା ଗ୍ରାମର ଶ୍ୟାମ ତିରିଆ ଓ…

ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା , ଶିକ୍ଷକ ଗିରଫ

କପ୍ତିପଦା,୧୫ା୧୦(ଡି.ଏନ୍‌.ଏ.)- ବିବାହର ପ୍ରତିଶ୍ରୁତି ଦେଇ ଜନୈକା ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ଶରତ ଥାନା ପୋଲିସ ସୋମବାର ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ଗିରଫ ଶିକ୍ଷକ ହେଲେ କପ୍ତିପଦା ବ୍ଲକ ଦୋଳିପଡ଼ା ୟୁଜି ହାଇସ୍କୁଲ୍‌ର ଶିକ୍ଷକ ସୁରେଶ ଚନ୍ଦ୍ର…

ଆଦିବାସୀଙ୍କ ସମସ୍ୟା ନେଇ ଦାବିପତ୍ର

ଉଦଳା,୧୫ା୧୦(ଡି.ଏନ୍‌.ଏ.)- ଆଦିବାସୀ ଅଧ୍ୟୁଷିତ କପ୍ତିପଦା ଉପଖଣ୍ଡରେ ଥିବା ଆଦିବାସୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା କପ୍ତିପଦା ଉପଖଣ୍ଡ କମିଟି ପକ୍ଷରୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କୁ ଏହି ଦାବିପତ୍ର ପ୍ରଦାନ…

ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ମାରିସା ସେନାର ଧାରଣା

ବାଙ୍ଗିରିପୋଷି,୧୪ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା ସେନା) ପକ୍ଷରୁ ସୋମବାର ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦିଆଯାଇଥିଲା। ସେନାର ଜିଲା ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ୱରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଲକ୍ଷ୍ମୀପ୍ରିୟା ପ୍ରଧାନଙ୍କୁ ୬…

ଦୁର୍ବ୍ୟବହାରର ପ୍ରତିବାଦ କରିବାରୁ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ

ବୈଶିଙ୍ଗା,୧୪।୧୦(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଛୁରୁଣୀ ଗ୍ରାମରେ ଝୁନି ଦେହୁରୀ (୨୫) ନାମକ ଜଣେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଏହି ଗ୍ରାମର ସନିଆ ନାମକ ଜଣେ ବ୍ୟକ୍ତି…

୬୨ ଜୁଆଡ଼ି ଗିରଫ

ବାରିପଦା ଅଫିସ,୧୪।୧୦: ମୟୂରଭଞ୍ଜ ଜିଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬୨ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪୩ ହଜାର ୯୬୦ ଟଙ୍କା ଜବତ କରିବା ସହ ୨୯ଟି ମୋବାଇଲ ଏବଂ ଜୁଆ ଖେଳରେ ବ୍ୟବହାର ସାମଗ୍ରୀ ଜବତ…

୭ ଫୁଟ ଲମ୍ବର ରଣା ଉଦ୍ଧାର

ଉଦଳା,୧୪ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ବିସିପୁର ପଞ୍ଚାୟତ କାଦୁସାହି ଗ୍ରାମର ଜଗନ୍ନାଥ ହେମ୍ବ୍ରମଙ୍କ ବାଡିରୁ ରବିବାର ୭ ଫୁଟ ଲମ୍ବର ଏକ ରଣା ସାପ ଉଦ୍ଧାର ହୋଇଛି। ସାପଟି ଜାଲରେ ଛନ୍ଦି ହୋଇ ପଡ଼ିଥିବା ଦେଖି ଜଗନ୍ନାଥଙ୍କ ପରିବାର…

ଗ୍ୟାସ୍‌ ଲିକ୍‌ରୁ ଜଳିଗଲା ଦୋକାନ

ଉଦଳା,୧୪ା୧୦(ଡି.ଏନ୍‌.ଏ.): ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଛକ ନିକଟରେ ଥିବା ରବୀନ୍ଦ୍ର ମହାନ୍ତ ଦୋକାନରେ ରବିବାର ଗ୍ୟାସ ଲିକ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସକାଳେ ହଠାତ୍‌ ଗ୍ୟାସ୍‌ ଲିକ୍‌ ହେବାରୁ…

ଜିଲାରେ ବେଆଇନ ଗୋଚାଲାଣ ବନ୍ଦ ଦାବି: ଏସ୍‌ପିଙ୍କୁ ସାକ୍ଷାତ କଲେ ଏମ୍‌ପି, ବିଧାୟକ

ବାରିପଦା ଅଫିସ,୧୪ା୧୦- ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ସୀମାବର୍ତ୍ତୀ ଜିଲା ହେଉଛି ମୟୂରଭଞ୍ଜ। ଏଠାରେ ପ୍ରତିଦିନ ବେଆଇନ ଭାବେ ଗୋଚାଲାଣ କରାଯାଉଛି। ଏହି ଘଟଣାରେ ଜିଲା ପୋଲିସ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନ ଥିବାରୁ କ୍ଷୋଭ ପ୍ରକାଶ କରି…

୫-ଟି ସଚିବଙ୍କ ବାରିପଦା ମେଡିକାଲ କଲେଜ ପରିଦର୍ଶନ : ‘୪ ମାସ ମଧ୍ୟରେ ଉନ୍ନତ ଭିତ୍ତିଭୂମି ଗଢ’

ବାରିପଦା ଅଫିସ,୧୪ା୧୦- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ରବିବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ପରିଦର୍ଶନ କରିଛନ୍ତି। ହସ୍ପିଟାଲ ପରିଦର୍ଶନ ବେଳେ ୱାର୍ଡକୁ ଯାଇ ରୋଗୀମାନଙ୍କ ସହିତ ବ୍ୟକ୍ତିଗତ…

ପାଥୋଲାବ୍‌ରେ ଯୁବତୀଙ୍କୁ ଅସଦାଚରଣ

ବୈଶିଙ୍ଗା/ବଡ଼ସାହି,୧୪ା୧୦(ଡି.ଏନ୍‌.ଏ./ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ବଜାରଠାରେ ଥିବା ଏକ ପାଥୋଲୋଜି ସେଣ୍ଟରକୁ ରବିବାର ରକ୍ତ ପରୀକ୍ଷା କରିବା ପାଇଁ ଆସିଥିବା ଜନୈକା ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?