ନଦୀ ସାଜିଛି ପ୍ରତିବନ୍ଧକ

ଉଦଳା,୨୩ା୧୦(ଡି.ଏନ୍‌.ଏ.)- ବର୍ଷା ଆସିଲେ ଛାତିରେ ଛନକା ପଶେ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବା ଆଶଙ୍କା ଘାରେ। ବର୍ଷା ହେଉ କିମ୍ବା ଅନ୍ୟ ଦିନଗୁଡ଼ିକରେ ନଦୀ ପ୍ରତିବନ୍ଧକ ସାଜିଥାଏ। ଫଳରେ ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ କୁଣ୍ଡାବାଇ ପଞ୍ଚାୟତ ବାଲମା, ଉପରବାଲମା ଏବଂ ମାତକାମବୀର ଗ୍ରାମକୁ ଯିବା କଷ୍ଟକର ହୋଇପଡ଼େ। ଏହି ୩ ଗ୍ରାମକୁ ଯିବାକୁ ହେଲେ ଜୀବନକୁ ବାଜି ଲଗାଇବାକୁ ପଡ଼ିଥାଏ। କାରଣ ଏଠାରେ ପ୍ରତି ମୁହୂର୍ତ୍ତରେ ବିପଦ। ଅନ୍ୟ ଦିନଗୁଡ଼ିକରେ ଏହି ଗ୍ରାମକୁ ଯିବାକୁ ହେଲେ ନଦୀ ଭିତରେ ପଥର ଉପରେ ଚାଲି ଚାଲି ଯିବାକୁ ପଡ଼େ। ଯେଉଁ ରାସ୍ତାରେ ସାଇକେଲ କିମ୍ବା ବାଇକରେ ଯିବା ତ ଦୂରର କଥା ପାଦରେ ଚାଲି ଚାଲି ଯିବା ମଧ୍ୟ କଷ୍ଟ । ଏହି ଗ୍ରାମ ରାସ୍ତା ଏପରି ଯେ, କିଏ ମୁଣ୍ଡରେ ସାଇକେଲ ବୋହି ନଦୀ ପାର ହୁଅନ୍ତି ତ ଆଉ କିଏ ଛୋଟ ପିଲାଙ୍କୁ କାନ୍ଧରେ ବସାଇ ନଦୀ ପାର ହୋଇଥାନ୍ତି। ଫଳରେ ଏହି ୩ ଗ୍ରାମର ଲୋକେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି।
ଏହି ଗ୍ରାମରେ ୬୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରନ୍ତି। ଗ୍ରାମ ପାର୍ଶ୍ୱରେ ପ୍ରବାହିତ ଦେଓ ନଦୀ ଗ୍ରାମ ପାଇଁ ଦୁଃଖ ପାଲଟିଛି। ଏହି ନଦୀ ଉପରେ ପୋଲ ନ ଥିବାରୁ ଅତି ବିପଦସଙ୍କୁଳ ଅବସ୍ଥାରେ ଗ୍ରାମବାସୀ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ତେବେ ସାମାନ୍ୟ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ ହୋଇଯାଏ। ଯେଉଁ ନଦୀ ଭିତରେ ପଶି ଲୋକେ ଯିବା ଆସିବା କରନ୍ତି ସେହି ନଦୀରେ ସାମାନ୍ୟ ବର୍ଷାରେ ଅଧିକ ଉଚ୍ଚର ପାଣି ପ୍ରବାହିତ ହୋଇଥାଏ। ଫଳରେ ଗ୍ରାମବାସୀ ବର୍ଷାଦିନ ଆସିଲେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥାନ୍ତି। ସେମାନଙ୍କ ନିକଟରେ ଜରୁରିକାଳୀନ ସେବା ମଧ୍ୟ ପହଞ୍ଚିପାରେ ନାହିଁ । ନଦୀରେ ପାଣି ଭର୍ତ୍ତି ହୋଇ ରହିଥିବା ବେଳେ ମାସ ମାସ ଧରି ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଥାନ୍ତି। ଏହିପରି କି ପ୍ରସୂତି ମହିଳାଙ୍କଠାରୁ ଆରମ୍ଭକରି ରୋଗୀମାନଙ୍କ ପାଇଁ ନଦୀ ପ୍ରତିବନ୍ଧକ ସାଜିଥିବାରୁ ଅନେକ ସମୟରେ ସେମାନେ ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମର ରାମ ଚନ୍ଦ୍ର ସିଂ, ବୈଦ୍ୟନାଥ ମାହାଲି, ଚିତା ମାହାଲି ପ୍ରମୁଖ କହିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଏହି ନଦୀରେ ଗମନାଗମନ ନିମନ୍ତେ ଅସ୍ଥାୟୀ ରାସ୍ତା ୧୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା। ତେବେ ନଦୀର ପ୍ରବଳ ସ୍ରୋତରେ ଉକ୍ତ ରାସ୍ତାଟି ଧୋଇଯାଇଛି। ପୋଲ ନିର୍ମାଣ ଦାବି ନେଇ ଗତ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ମିଳିଥିବା ବେଳେ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇ ନାହିଁ।
ଏ ସମ୍ପର୍କରେ ଉଦଳା ବିଡିଓ ପଲ୍ଲବୀ ସ୍ବାଇଁଙ୍କୁ ପଚାରିବାରୁୁ ଏହି ନଦୀରେ ପୋଲ ନିର୍ମାଣ ନିମନ୍ତେ ସେ ଜିଲାପାଳ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାକୁ ଜଣାଇଛିି ଏବଂ ଖୁବ୍‌ ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି। କେବେ ଏହି ୩ ଗ୍ରାମବାସୀଙ୍କ ପୋଲ ସମସ୍ୟା ଦୂର ହେଉଛି ଏବଂ କେବେ ଗ୍ରାମକୁ ଯୋଗାଯୋଗ ସମ୍ଭବ ହେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri