ମୟୂରଭଞ୍ଜ

ସୁନା ଦୋକାନୀଙ୍କଠାରୁ ଲୁଟ ଉଦ୍ୟମ: ଲୁଟେରାଙ୍କୁ ଧରିଲେ ଛାତ୍ର ନେତା

ବାରିପଦା ଅଫିସ,୨୩ା୧୦- ବାରିପଦା ସହରରେ କିଛି ଦିନ ହେବ ଚୋରି ଓ ଲୁଟ ଘଟଣା ବୃଦ୍ଧି ପାଇଛି। ସହର ଏକ ପ୍ରକାର ଅପରାଧୀଙ୍କ ଚରାଭୁଇଁ ପାଲଟିଥିବା ଅଭିଯୋଗ ହେଉଛି। ମଙ୍ଗଳବାର ରାତି ପ୍ରାୟ ୧୦.୩୦ ବେଳେ ରକ୍ସିରୋଡ଼ସ୍ଥିତ ଜଣେ ସୁନା ଦୋକାନୀ…

ବ୍ୟାଙ୍କ ଧର୍ମଘଟ ଯୋଗୁ ଜମାକାରୀ ହଇରାଣ

ବାରିପଦା ଅଫିସ,୨୩ା୧୦- ଦିନିକିଆ ସର୍ବ ଭାରତୀୟ ବ୍ୟାଙ୍କ ଧର୍ମଘଟ ଯୋଗୁଁ ବାରିପଦାଠାରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଥିଲା। ସେହିପରି ଧର୍ମଘଟରେ ସାମିଲ ହୋଇ ନ ଥିବା ସତ୍ତ୍ୱେ ବାରିପଦାର ବିଭିନ୍ନ ଏସବିଆଇରେ ବ୍ୟାଙ୍କ ସେବା ବନ୍ଦ ରହି ଥିବାରୁ ଜମାକାରୀ ବହୁ…

ସରକାରୀ ତାଲିମ ପାଇଁ ବସ୍ତ୍ରାଳୟରୁ ସିସିଟିଭି ଭଡ଼ାନେବା ଘଟଣା: ୭୦ହଜାର ଟଙ୍କା ଫେରାଇବାକୁ ଡିପିସିଙ୍କ ନିର୍ଦ୍ଦେଶ

ବଡ଼ସାହି,୨୩ା୧୦(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଉଜ୍ଜ୍ୱଳ ଓ ଉତ୍‌ଥାନ ତାଲିମ କେନ୍ଦ୍ରରେ ସିସିଟିଭି ଲଗାଇବା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହୋଇଛି। ବଜାରରେ ଥିବା ଏକ ବସ୍ତ୍ରାଳୟରୁ ସିସିଟିଭି ଭଡ଼ାରେ ଆଣି ତାଲିମ କେନ୍ଦ୍ରରେ ଲଗାଇ ବିଲ୍‌ ପୈଠ କରିଥିବା ଘଟଣାକୁ ନେଇ…

ବଜ୍ରପାତରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଉଦଳା,୨୩ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ଥାନା ଅନ୍ତର୍ଗତ ସୋନନଦୀର ଜିରିଡାଘାଟ ନିକଟରେ ମଙ୍ଗଳବାର ରାତିରେ ବଜ୍ରପାତରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ବାଲେଶ୍ୱର ଜିଲା ରାଜବରହମପୁର ଥାନା ଅନ୍ତର୍ଗତ ପିଠାହତା ଗ୍ରାମର…

ନଦୀ ସାଜିଛି ପ୍ରତିବନ୍ଧକ

ଉଦଳା,୨୩ା୧୦(ଡି.ଏନ୍‌.ଏ.)- ବର୍ଷା ଆସିଲେ ଛାତିରେ ଛନକା ପଶେ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବା ଆଶଙ୍କା ଘାରେ। ବର୍ଷା ହେଉ କିମ୍ବା ଅନ୍ୟ ଦିନଗୁଡ଼ିକରେ ନଦୀ ପ୍ରତିବନ୍ଧକ ସାଜିଥାଏ। ଫଳରେ ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ କୁଣ୍ଡାବାଇ ପଞ୍ଚାୟତ ବାଲମା, ଉପରବାଲମା…

ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା: ମୟୂରଭଞ୍ଜରୁ ୨୦ ଖେଳାଳି

ବାରିପଦା ଅଫିସ,୨୨ା୧୦- ରାଜ୍ୟସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗର ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲା ଅନ୍ତର୍ଗତ ଚନ୍ଦ୍ରଶେଖର ବେହେରା ଜିଲା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହେବ। ଏହି…

ବଜ୍ରକାପ୍ତା କାତି ଜବତ : ୬ ଗିରଫ

ଉଦଳା,୨୨ା୧୦(ଡି.ଏନ୍‌.ଏ.)- ବଜ୍ରକାପ୍ତା ଚୋରା ଚାଲାଣର ପେଣ୍ଠସ୍ଥଳୀ ପାଲଟିଛି ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଏରିଆ ା କିଛିମାସ ପୂର୍ବେ ବଜ୍ରକାପ୍ତା ଚୋରା ଚାଲାଣ ନିମନ୍ତେ ଡିଲ୍‌ ହେଉଥିବା ବେଳେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ୪ ବେପାରୀଙ୍କୁ ଗିରଫ କରିଥିଲା ା ଏବେ…

ଅଭିଯୋଗ ରଖୁନି ପୋଲିସ: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ କଲେଜ ଛାତ୍ର

ବାରିପଦା ଅଫିସ/କୁଆମରା,୨୨ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଦେବାଶିଷ ମହନ୍ତଙ୍କ ସହିତ କଲେଜ କର୍ତ୍ତୃପକ୍ଷଙ୍କ ଗଣ୍ଡଗୋଳ ଘଟଣା ଥମିବାର ନାଁ ଧରୁନି। ସୋମବାର ଦେବାଶିଷ ଏହି ଘଟଣାକୁ ନେଇ ଏସ୍‌ପି…

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ: ପରୀକ୍ଷା ଫି’ ବୃଦ୍ଧିକୁ ଛାତ୍ରୀଛାତ୍ରଙ୍କ ବିରୋଧ ଜାରି

ବାରିପଦା ଅଫିସ,୨୨ା୧୦- ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପରିସରରେ କିଛିଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଗତ ଶନିବାର ଛାତ୍ରୀଛାତ୍ର ଆନ୍ଦୋଳନ କରିଥିବା ବେଳେ ପୁନର୍ବାର ସୋମବାର ସକାଳେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ…

ନକଲି ବନ୍ଧୁକ ଜବତ,୩ ଅଭିଯୁକ୍ତ ଗିରଫ

ବାଙ୍ଗିରିପୋଷି,୨୧ା୧୦(ଡି.ଏନ୍‌.ଏ.): ବାଙ୍ଗିରିପୋଷି ଥାନା ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଏକ ନକଲି ବନ୍ଧୁକ ଜବତ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ୩ ଜଣ ବନ୍ଧୁକଧାରୀ ଯୁବକ ଏକ ବାଇକ ଯୋଗେ ବିଶୋଇ ପଟୁ ବାଙ୍ଗିରିପୋଷି ଆଡକୁ ଆସୁଥିବା…

ସ୍ବାସ୍ଥ୍ୟସେବା ପରଖିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

ବଡ଼ସାହି, ୨୦।୧୦ (ସ୍ବ.ପ୍ର.)- ମୟୂରଭଞ୍ଜ ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କମନ ରିଭ୍ୟୁ ମିଶନର ଏକ ପ୍ରତିନିଧି ଦଳ ଶନିବାର ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଫେରିଯାଇଛନ୍ତି। ଏହି ଦଳରେ ଜିଲା…

ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୁଆମରା,୧୯ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଜଣେ ଛାତ୍ର ଟିସି ନେବା ଘଟଣାକୁ ନେଇ କଲେଜ ପରିସରରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ପୋଲିସ ପହଞ୍ଚିି ପରସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସୂଚନା ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?