ବଜ୍ରକାପ୍ତା କାତି ଜବତ : ୬ ଗିରଫ

ଉଦଳା,୨୨ା୧୦(ଡି.ଏନ୍‌.ଏ.)- ବଜ୍ରକାପ୍ତା ଚୋରା ଚାଲାଣର ପେଣ୍ଠସ୍ଥଳୀ ପାଲଟିଛି ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଏରିଆ ା କିଛିମାସ ପୂର୍ବେ ବଜ୍ରକାପ୍ତା ଚୋରା ଚାଲାଣ ନିମନ୍ତେ ଡିଲ୍‌ ହେଉଥିବା ବେଳେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ୪ ବେପାରୀଙ୍କୁ ଗିରଫ କରିଥିଲା ା ଏବେ ବଜ୍ରକାପ୍ତା ନୁହେଁ, ଏହାର କାତି ବେପାର ଚାଲିବା ସାମ୍ନାକୁ ଆସିଛି। ୭ ଲକ୍ଷ ଟଙ୍କାରେ ବଜ୍ରକାପ୍ତା କାତି ବିକ୍ରି ନିମନ୍ତେ ଡିଲ୍‌ ହେଉଥିବା ବେଳେ ରବିବାର ରାତିରେ ଉଦଳା ବନ ବିଭାଗ ଦୁଇଟି ସ୍ଥାନରେ ଚଢ଼ାଉ କରି ୬ ବେପାରୀଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ବଜ୍ରକାପ୍ତା କାତି ବିକ୍ରି ପାଇଁ ଯୋଜନା ଚାଲିଥିବା ଉଦଳା ବନ ବିଭାଗ ବିଶେଷସୂତ୍ରରୁ ଖବର ପାଇଥିଲା। ବନ କର୍ମଚାରୀ ଗ୍ରାହକ ସାଜି ରବିବାର ବିଳମ୍ବିତ ରାତିରେ ଉଦଳା ବ୍ଲକ ଅଧୀନ ଚାଲିଛତ୍ରା ଗ୍ରାମରେ ପହଞ୍ଚିଥିଲେ। ସେଠାରେ ୩ ଜଣ ବେପାରୀ ବନ କର୍ମଚାରୀଙ୍କ ସହିତ କାତି ବିକ୍ରି ନିମନ୍ତେ ଡିଲ୍‌ କରିଥିଲେ। ୨ଟି କାତିର ସାମ୍ପୁଲ ଦେଖାଇ ଲକ୍ଷାଧିକ ଟଙ୍କାରେ ବିକିବା ନିମନ୍ତେ ଡିଲ୍‌ ଚାଲିଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ବନ କର୍ମଚାରୀ ପହଞ୍ଚତ୍ ଉକ୍ତ ୩ ଜଣଙ୍କୁ ଗିରଫ କରିବା ସହ ୨ଟି ବଜ୍ରକାପ୍ତା କାତି ଜବତ କରିଥିଲେ ା ଗିରଫ ଅଭିଯୁକ୍ତମାନେ ହେଲେ ଦୁଗୁଧା ଗ୍ରାମର ନିଶିକାନ୍ତ ଜେନା, କୁଟଲିଂ ଗ୍ରାମର ସୁଦାମ ଖଣ୍ଡେଇ ଏବଂ ସୋନପୋଖରୀ ଗ୍ରାମର ସୁକୁଲ ଟୁଡୁ।
ଅନ୍ୟପକ୍ଷେ ଉଦଳା-ବାରିପଦା ରାସ୍ତାର ବୃନ୍ଦାଗଡ଼ି ଛକ ନିକଟରେ ବିଳମ୍ବିତ ରାତିରେ ବଜ୍ରକାପ୍ତାର ଗୋଟିଏ ବଡ଼ କାତିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି ନିମନ୍ତେ ବନ କର୍ମଚାରୀଙ୍କ ସହିତ ଡିଲ୍‌ କରିଥିଲେ ୩ଜଣ ବେପାରୀ। ପୂର୍ବ ଯୋଜନା ଅନୁସାରେ ସେଠାରୁ ମଧ୍ୟ ୩ ବେପାରୀଙ୍କୁ ବନ ବିଭାଗ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ବଡ଼ କାତି ଜବତ କରିଛି ା ଗିରଫ ୩ ଜଣ ହେଲେ କୁଣ୍ଡାବାଇ ଗ୍ରାମର ଗୁରୁଚରଣ ବିନ୍ଧାଣୀ, ଖଡିକାଶୋଳ ଗ୍ରାମର ରବି ପାତ୍ର ଏବଂ ବିସିପୁର ଗ୍ରାମର ପ୍ରଶାନ୍ତ କୁମାର ମିଶ୍ର। ଗିରଫ ବେପାରୀଙ୍କ ନିକଟରୁ ୨ଟି ବାଇକ୍‌ ଜବତ ହୋଇଛି ା ପରେ ସେମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୮ ଡିସେମ୍ବର ୭ ତାରିଖ ବିଳମ୍ବିତ ରାତିରେ ଉଦଳାରେ ବଜ୍ରକାପ୍ତା ବିକ୍ରି ନିମନ୍ତେ ଡିଲ୍‌ ହେଉଥିବା ବେଳେ ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଟିମ୍‌ ୪ ଜଣ ବେପାରୀଙ୍କୁ ଗିରଫ କରିଥିଲା ା ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଦଳା ଥାନା ଅଞ୍ଚଳର ବୋଲି ଜଣାପଡ଼ିଥିଲା ା ଶିମିଳିପାଳ ଅଭୟାରଣ୍ୟକୁ ଲାଗି ଆଦିବାସୀ ଅଧ୍ୟୁଷିତ କପ୍ତିପଦା ଉପଖଣ୍ଡ ରହିଥିବାରୁ କିଛି ବେପାରୀ ସେଠାରୁ ବଜ୍ରକାପ୍ତା ଧରି ଚୋରା ଚାଲାଣ କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଭିଜିଲାନ୍ସ ପଞ୍ଝାରେ ବେତନଟୀ ସବଡିଭିଜନ AEE, ଏକକାଳୀନ ୧୦ ସ୍ଥାନରେ ଚଢାଉ

ବାରିପଦା/ବେତନଟୀ, ୫।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବେତନଟୀ ଆର୍‌ଆଣ୍ଡବି ସବ୍‌ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?