ବଜ୍ରକାପ୍ତା କାତି ଜବତ : ୬ ଗିରଫ

ଉଦଳା,୨୨ା୧୦(ଡି.ଏନ୍‌.ଏ.)- ବଜ୍ରକାପ୍ତା ଚୋରା ଚାଲାଣର ପେଣ୍ଠସ୍ଥଳୀ ପାଲଟିଛି ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଏରିଆ ା କିଛିମାସ ପୂର୍ବେ ବଜ୍ରକାପ୍ତା ଚୋରା ଚାଲାଣ ନିମନ୍ତେ ଡିଲ୍‌ ହେଉଥିବା ବେଳେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ୪ ବେପାରୀଙ୍କୁ ଗିରଫ କରିଥିଲା ା ଏବେ ବଜ୍ରକାପ୍ତା ନୁହେଁ, ଏହାର କାତି ବେପାର ଚାଲିବା ସାମ୍ନାକୁ ଆସିଛି। ୭ ଲକ୍ଷ ଟଙ୍କାରେ ବଜ୍ରକାପ୍ତା କାତି ବିକ୍ରି ନିମନ୍ତେ ଡିଲ୍‌ ହେଉଥିବା ବେଳେ ରବିବାର ରାତିରେ ଉଦଳା ବନ ବିଭାଗ ଦୁଇଟି ସ୍ଥାନରେ ଚଢ଼ାଉ କରି ୬ ବେପାରୀଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ବଜ୍ରକାପ୍ତା କାତି ବିକ୍ରି ପାଇଁ ଯୋଜନା ଚାଲିଥିବା ଉଦଳା ବନ ବିଭାଗ ବିଶେଷସୂତ୍ରରୁ ଖବର ପାଇଥିଲା। ବନ କର୍ମଚାରୀ ଗ୍ରାହକ ସାଜି ରବିବାର ବିଳମ୍ବିତ ରାତିରେ ଉଦଳା ବ୍ଲକ ଅଧୀନ ଚାଲିଛତ୍ରା ଗ୍ରାମରେ ପହଞ୍ଚିଥିଲେ। ସେଠାରେ ୩ ଜଣ ବେପାରୀ ବନ କର୍ମଚାରୀଙ୍କ ସହିତ କାତି ବିକ୍ରି ନିମନ୍ତେ ଡିଲ୍‌ କରିଥିଲେ। ୨ଟି କାତିର ସାମ୍ପୁଲ ଦେଖାଇ ଲକ୍ଷାଧିକ ଟଙ୍କାରେ ବିକିବା ନିମନ୍ତେ ଡିଲ୍‌ ଚାଲିଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ବନ କର୍ମଚାରୀ ପହଞ୍ଚତ୍ ଉକ୍ତ ୩ ଜଣଙ୍କୁ ଗିରଫ କରିବା ସହ ୨ଟି ବଜ୍ରକାପ୍ତା କାତି ଜବତ କରିଥିଲେ ା ଗିରଫ ଅଭିଯୁକ୍ତମାନେ ହେଲେ ଦୁଗୁଧା ଗ୍ରାମର ନିଶିକାନ୍ତ ଜେନା, କୁଟଲିଂ ଗ୍ରାମର ସୁଦାମ ଖଣ୍ଡେଇ ଏବଂ ସୋନପୋଖରୀ ଗ୍ରାମର ସୁକୁଲ ଟୁଡୁ।
ଅନ୍ୟପକ୍ଷେ ଉଦଳା-ବାରିପଦା ରାସ୍ତାର ବୃନ୍ଦାଗଡ଼ି ଛକ ନିକଟରେ ବିଳମ୍ବିତ ରାତିରେ ବଜ୍ରକାପ୍ତାର ଗୋଟିଏ ବଡ଼ କାତିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି ନିମନ୍ତେ ବନ କର୍ମଚାରୀଙ୍କ ସହିତ ଡିଲ୍‌ କରିଥିଲେ ୩ଜଣ ବେପାରୀ। ପୂର୍ବ ଯୋଜନା ଅନୁସାରେ ସେଠାରୁ ମଧ୍ୟ ୩ ବେପାରୀଙ୍କୁ ବନ ବିଭାଗ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ବଡ଼ କାତି ଜବତ କରିଛି ା ଗିରଫ ୩ ଜଣ ହେଲେ କୁଣ୍ଡାବାଇ ଗ୍ରାମର ଗୁରୁଚରଣ ବିନ୍ଧାଣୀ, ଖଡିକାଶୋଳ ଗ୍ରାମର ରବି ପାତ୍ର ଏବଂ ବିସିପୁର ଗ୍ରାମର ପ୍ରଶାନ୍ତ କୁମାର ମିଶ୍ର। ଗିରଫ ବେପାରୀଙ୍କ ନିକଟରୁ ୨ଟି ବାଇକ୍‌ ଜବତ ହୋଇଛି ା ପରେ ସେମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୮ ଡିସେମ୍ବର ୭ ତାରିଖ ବିଳମ୍ବିତ ରାତିରେ ଉଦଳାରେ ବଜ୍ରକାପ୍ତା ବିକ୍ରି ନିମନ୍ତେ ଡିଲ୍‌ ହେଉଥିବା ବେଳେ ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଟିମ୍‌ ୪ ଜଣ ବେପାରୀଙ୍କୁ ଗିରଫ କରିଥିଲା ା ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଦଳା ଥାନା ଅଞ୍ଚଳର ବୋଲି ଜଣାପଡ଼ିଥିଲା ା ଶିମିଳିପାଳ ଅଭୟାରଣ୍ୟକୁ ଲାଗି ଆଦିବାସୀ ଅଧ୍ୟୁଷିତ କପ୍ତିପଦା ଉପଖଣ୍ଡ ରହିଥିବାରୁ କିଛି ବେପାରୀ ସେଠାରୁ ବଜ୍ରକାପ୍ତା ଧରି ଚୋରା ଚାଲାଣ କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri