ମୟୂରଭଞ୍ଜ

ମଦ ବୋଝେଇ ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ

ଉଦଳା,୧୪ା୧୦(ଡି.ଏନ୍‌.ଏ.): ଯଶିପୁର ଅଭିମୁଖେ ଯାଉଥିବା ଏକ ମଦ ବୋଝେଇ ଟ୍ରକ ଶନିବାର ବିଳମ୍ବିତ ରାତିରେ ଉଦଳା ଥାନା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଲିସ ଟ୍ରକ ସହ ମଦ ଜବତ କରିଛି। ଟ୍ରକରେ ଥିବା ୩ଶହ ପେଟି ବିଦେଶୀ ମଦ ଯଶିପୁରଠାରେ ଥିବା…

ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା, ଟ୍ରକ ଚାଳକ ମୃତ

ବାଙ୍ଗିରିପୋଷି,୧୪ା୧୦(ଡି.ଏନ୍‌.ଏ.): ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ରବିବାର ଟ୍ରକ ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଆହତ ହୋଇଛନ୍ତି। ମୃତ ଟ୍ରକ ଚାଳକ ହେଲେ ସୋମନାଥ ଚାଟାର୍ଜୀ ଏବଂ ଆହତ ହେଲପର ହେଲେ…

ସୁବ୍ରତଙ୍କୁ ଭାରତୀୟ ଯୁବ ପୁରସ୍କାର

ବାରିପଦା ଅଫିସ,୧୩।୧୦- ମୟୂରଭଞ୍ଜ ଜିଲାର ଯୁବ ପ୍ରତିଭା ସୁବ୍ରତ ଦାସ ଓଡ଼ିଶାର ଏକମାତ୍ର ଯୁବକ ଭାବେ ଚଳିତବର୍ଷ ଭାରତୀୟ ଯୁବ ପୁରସ୍କାର ସମ୍ମାନ ଲାଭ କରିଛନ୍ତି। ଉତ୍ତର ପ୍ରଦେଶର ଆଗ୍ରାଠାରେ ଯୁବ ଖେଳକୁଦ ମହାସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଏହି…

ଫାଇଲିନକୁ ବିତିଲା ୬ ବର୍ଷ: ବୁଢ଼ାବଳଙ୍ଗରେ ହୋଇପାରୁନି ଆଡ଼ିବନ୍ଧ

ବାରିପଦା ଅଫିସ,୧୩।୧୦- ସେଦିନ ଥିଲା ୨୦୧୩ ଅକୋ୍ଟବର ୧୩ ତାରିଖର କାଳ ରାତ୍ରି । ଫାଇଲିନ ବାତ୍ୟା ପ୍ରଭାବରେ ଫୁଲି ଉଠିଥିଲା ବୁଢ଼ାବଳଙ୍ଗ । ଚାହୁଁଚାହୁଁ ସେହି ରାତିରେ ବାରିପଦା ସହର ଜଳମଗ୍ନ ହୋଇପଡିଲା। ଜୀବନ ବଞ୍ଚାଇବା ଲାଗି ବିକଳରେ ଅନେକ…

ପୋତିଦେଲେ ଲକ୍ଷାଧିକ ଟଙ୍କାର ଔଷଧ

ଯଶିପୁର,୧୨ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଲକ୍ଷାଧିକ ଟଙ୍କାର ଔଷଧ ମାଟି ତଳେ ପୋତି ଦିଆଯାଇଥିବା ଦେଖିବାକୁ ମିଳିଛି। ସରକାର ଜନସାଧାରଣଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ବିନା ପଇସାରେ ନିରାମୟ ଯୋଜନାରେ ଔଷଧ ଯୋଗାଇ ଆସୁଥିବା ବେଳେ ଏଠାରେ…

ଛେଳି ଗିଳିବାକୁ ଆସି ଜାଲରେ ଫସିଲା ଅଜଗର

ଉଦଳା,୧୨ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ଚନ୍ଦ୍ରପୁର ଗ୍ରାମରୁ ଶୁକ୍ରବାର ଏକ ସାଢେ ୮ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର ହୋଇଛି। ଗ୍ରାମରେ ଥିବା ଚାଷଜମି ନିକଟରେ ଏକ ଛେଳିକୁ ଗିଳିବା ନିମନ୍ତେ ଅଜଗରଟି ପିଛା କରୁଥିବା ବେଳେ ଏକ…

ପିଆରଏମ୍‌ ମେଡିକାଲ କଲେଜ: ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ପାଇଁ ଜିଲାପାଳଙ୍କୁ ଦାବିପତ୍ର

ବାରିପଦା ଅଫିସ,୧୨ା୧୦- ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୪ ଘଣ୍ଟିଆ ବିଦୁତ୍‌ ସେବା ଯୋଗାଇ ଦେବା ନେଇ ଅଣ ରାଜନୈତିକ ସଂଗଠନ ଭଞ୍ଜସେନା ଦାବି କରିଛି। ସଂଗଠନର ଜିଲା ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି ଓ ସମ୍ପାଦକ…

ମହିଁଷାସୁରୀ ପୋଲ ବିପଦସଙ୍କୁଳ

କପ୍ତିପଦା,୧୧ା୧୦(ଡ଼ି.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ମହିଁଷାସୁରୀ-କଳମଗଡ଼ିଆ ରାସ୍ତାର ସୋନ ନଦୀ ଉପରେ ଥିବା ଏକ ପୁରୁଣା ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ପୋଲର ମଝି ସ୍ଥାନ ଦବିଯିବା ସହିତ ମୂଳଦୁଆରେ ବିରାଟ ଫାଟ ସୃଷ୍ଟି ହୋଇଛି ।…

ପୋଲିସ ଗାଡ଼ିଧରି ଅଭିଯୁକ୍ତ ଫେରାର: ଏଏସ୍‌ଆଇ, ହାବିଲଦାର ନିଲମ୍ବିତ

ବାରିପଦା ଅଫିସ/ଉଦଳା,୧୧।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ପୋଲିସ ହେପାଜତରୁ ଗୁରୁବାର ସନ୍ଧାରେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏ ନେଇ କାର୍ଯ୍ୟରେ ଅବହେଳା ଦର୍ଶାଇ ଏଏସ୍‌ଆଇ ଏସ.ଏନ୍‌. ବାରିକ ଓ ହାବିଲଦାର ଡି. କେ. ଦାଶଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବିତ…

ଗର୍ଭସ୍ଥ ଶିଶୁ ଓ ମା’ଙ୍କ ମୃତ୍ୟୁ ଘଟଣା: ବିନା ଫିଟ୍‌ନେସ,ଇନ୍ସ୍ୟୁରାନ୍ସରେ ଚାଲୁଥିଲା ଆମ୍ବୁଲାନ୍ସ

ବାରିପଦା ଅଫିସ,୧୧ା୧୦- ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ ପ୍ରସୂତିଙ୍କୁ ନେଇ ବାରିପଦା ମେଡିକାଲ ଆଣୁଥିବା ବେଳେ ଆମ୍ବୁଲାନ୍ସର ତେଲ ସରିଯାଇଥିଲା। ଫଳରେ ଅଧାବାଟରେ ଦୀର୍ଘ ସମୟ ଆମ୍ବୁଲାନ୍ସ ଅଟକି ରହିଥିଲା । ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ତାଙ୍କୁ ମେଡିକାଲ ଅଣାଯାଇଥିଲା।…

ମହିଳାଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର,୧୧ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜଣେ ମହିଳା ବେକରେ ରଶି ଲଗାଇ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଲେ ଫାଗୁରାମ ଟୁଡୁଙ୍କ ସ୍ତ୍ରୀ ସ୍ବର୍ଣ୍ଣଲତା (୪୦)। ଅପରାହ୍ନ ୩ଟା ୩୦ ସମୟରେ ସ୍ବର୍ଣ୍ଣଲତା ଘରପାଖ…

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କପ୍ତିପଦା,୧୧ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ ପଞ୍ଚାୟତ ସୀତାରାମସାହିରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗୁରୁବାର କପ୍ତିପଦା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ମହୁଲପଙ୍ଖା ଗ୍ରାମର ଦିବାକର ସିଂ। ତାଙ୍କ ନିକଟରୁ ହତ୍ୟାକାଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?