ସମସ୍ୟା ସମାଧାନ ନ ହେଲେ ଅହିଂସା ପଦଯାତ୍ରା

ବାରିପଦା ଅଫିସ,୩୦ା୧୦- ମୟୂରଭଞ୍ଜ ଜିଲା ବାରିପଦା ତକତପୁର ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ସମନ୍ବିତ ବିଏଡ, ଏମଏଡ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରୀଛାତ୍ରମାନଙ୍କୁ କେବଳ ଏମଏଡ ପାଠ୍ୟକ୍ରମ ସମ୍ବନ୍ଧୀୟ ପରୀକ୍ଷା ଦେବାପାଇଁ ଅନୁମତି ମିଳୁଛି। ଫଳରେ ବିଏଡ ପାଠ୍ୟକ୍ରମ ସମ୍ବନ୍ଧୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଯଥା ଓଟିଇଟି, ଓଏସଏସଟିଇଟି ଏବଂ ସିଟିଇଟିରୁ ସେମାନେ ବଞ୍ଚିତ ହେଉଛନ୍ତି। ଏହି ଅଭିଯୋଗ ନେଇ ବିଶ୍ୱବିଦ୍ୟାଳୟର ଛାତ୍ର ନେତା ଦୁର୍ଯ୍ୟୋଧନ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ଲିଖିତ ଭାବେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ବିଗତ ୨ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଗଣଶିକ୍ଷା ସଚିବଙ୍କୁ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ଅଦ୍ୟାବଧି ୧୫୦ ଜଣ ଛାତ୍ରୀଛାତ୍ର ବିଶ୍ବବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଛନ୍ତି। ଏବେ ସେମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଗଣଶିକ୍ଷା ବିଭାଗର ଅଭିଯୋଗ ପ୍ରକୋଷ୍ଠ, ଜାତୀୟ ଶିକ୍ଷକ ଶିକ୍ଷଣ ପରିଷଦର ଆଞ୍ଚଳିକ ସମିତି, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ଏହି ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ। ତେବେ ଆଗାମୀ ୭ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନ ହେଲେ ବିଶ୍ବବିଦ୍ୟାଳୟରୁ ଭୁବନେଶ୍ୱର ଲୋକ ସେବା ଭବନ ଅଭିମୁଖେ ଅହିଂସା ପଦ ଯାତ୍ରା କରିବା ନେଇ ଛାତ୍ରୀଛାତ୍ରମାନେ ନିଷ୍ପତ୍ତି ନେଇଛନ୍ତି। ଏହି ଛାତ୍ର ପ୍ରତିନିଧି ଦଳରେ ରମେଶ କୁମାର ନନ୍ଦି, ଦିବ୍ୟସିଂହ ବେହେରା, ଜଗବନ୍ଧୁ ଗିରି, ପ୍ରିୟଦର୍ଶିନୀ ପାତ୍ର ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

କଳାହାଣ୍ଡିରେ ବିଦେଶୀ ଖବରଦାତା ଲୁଇସ୍ ଲାଫ୍ରାନ୍ସ

ଭବାନୀପାଟଣା, ୧୫।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ସ୍ପେନର ବରିଷ୍ଠ ଖବରଦାତା, ଗବେଷକ ତଥା ବ୍ଲଗର ଲୁଇସ୍ ଲାଫ୍ରାନ୍ସ ପରିଦର୍ଶନରେ ଆସିଛନ୍ତି। ଏହି ଗସ୍ତ ସମୟରେ…

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କଲେ ପତାକା ଉତ୍ତୋଳନ

ଭବାନୀପାଟଣା, ୧୫/୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ…

ସକାଳୁ ସକାଳୁ ଅଘଟଣ: ସ୍ବାଧୀନତା ଦିବସ ପାଳନ କରିବାକୁ ଆସୁଥିବାବେଳେ ଛାତ୍ରୀଛାତ୍ରଙ୍କୁ ପିଟିଲା କାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ସରସରା ନିକଟରେ ଶନିବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଦ୍ୟାଳୟକୁ ସ୍ବାଧୀନତା ଦିବସ ପାଳନ ପାଇଁ ସାଇକେଲ ଯୋଗେ ଆସୁଥିବା…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri