ବାରିପଦା ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ

ବାରିପଦା ଅଫିସ,୨୭।୧୦-ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ବାରିପଦା ସହରରେ ଦିନକୁ ଦିନ ଏବେ ଅପରାଧ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟରୁ ଅପରାଧୀମାନେ ଆସି ଏଠାରେ ଅପରାଧ ଘଟାଇ ସହଜରେ ଖସିଯିବା ନଜିର ରହିଛି। ସେହିପରି ଅନ୍ୟ ଜିଲାରୁ ଅପରାଧୀମାନେ ଆସି ଏଠାରେ ଘର ଭଡା ନେଇ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଗତ ମଙ୍ଗଳବାର ବାରିପଦା ସହର ବିଜୁ ପଟ୍ଟନାୟକ ଗୋଲେଇସ୍ଥିତ ଜିଲା ପ୍ରାଣୀ ଚିକିତ୍ସାଳୟ ନିକଟରେ ସୁନା ବ୍ୟବସାୟୀଙ୍କଠାରୁ ହୋଇଥିବା ଲୁଟ ଘଟଣାରେ ଧରାପଡିଥିବା ଅଭିଯୁକ୍ତଙ୍କ ବୟାନରୁ ଏହା ପ୍ରମାଣିତ ହୋଇଛି।
ପୋଲିସ ସୂଚନା ଅନୁଯାୟୀ ଲୁଟ୍‌ ମାମଲାରେ ଧରାପଡିଥିବା ଅଭିଯୁକ୍ତ ଫୁଲି ଗୋପାଲଙ୍କ ଘର ଗଞ୍ଜାମ ଜିଲା ଆସ୍କା ଥାନା ଅଞ୍ଚଳରେ । ସେ ପ୍ରାୟ ଏକ ବର୍ଷ ହେବ ବାରିପଦା ରଘୁନାଥପୁର ଅଞ୍ଚଳରେ ଭଡାଘରେ ରହୁଥିଲେ। ତାଙ୍କ ସହିତ ଏକାଧିକ ସହଯୋଗୀ ରହୁଥିଲେ। ସେମାନେ ବାଲେଶ୍ୱର ଜିଲାର ବାଳିଆପାଳ, ନୀଳଗିରି ଥାନା ଅଞ୍ଚଳରେ ଅପରାଧ ଘଟାଇ ବାରିପଦା ଆସି ଆତ୍ମଗୋପନ କରି ରହୁଥିଲେ। ଏଥିରୁ ବାରିପଦା ସହରକୁ ସେମାନେ ସୁରକ୍ଷିତ ସ୍ଥାନ ଭାବେ ବାଛି ଅପରାଧ ଘଟାଇବାକୁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ଏହି ମାମଲାରେ ଅନ୍ୟ ୪ ଜଣ ସହଯୋଗୀ ବର୍ତ୍ତମାନ ସୁଦ୍ଧା ଫେରାର ରହିଛନ୍ତି । ଏହିଭଳି ଆହୁରି ଅନେକ ବାରିପଦା ସହରର ବିଭିନ୍ନ ସ୍ଥାନରେ ଭଡା ଘରେ ରହି ଚୋରି ଓ ଲୁଟ ଘଟଣା ଘଟାଉଥିବା ପୋଲିସକୁ ସୁରାକ ମିଳିଛି। କେତେକ ବସ୍ତି ଅଞ୍ଚଳରେ ରହି ଅପରାଧ ଘଟଣାକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି। କେତେକ ବୁଲା ବିକାଳି ମଧ୍ୟ ଅପରାଧ ଘଟଣାରେ ଜଡିତ ରହୁଛନ୍ତି।
ଉଲ୍ଲେଖନୀୟ ଯେ, ବାରିପଦାରେ ଗତ ସେପ୍ଟେମ୍ବର ପହିଲାର ଅଦ୍ୟାବଧି ୫୫ ଦିନରେ ୩୯ ଟି ଚୋରି ମାମଲା ଘଟିଛି। ହାତଗଣତି କେତେକ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କର କୌଣସି ସୁରାକ ମିଳି ନାହିଁ ା ଅନ୍ୟପକ୍ଷେ ଧରାପଡୁଥିବା ଅଭିଯୁକ୍ତମାନେ ଜାମିନରେ ଖଲାସ ହୋଇ ପରେ ସାଧାରଣ ଲୋକଙ୍କ ସହିତ ପୋଲିସ କର୍ମଚାରୀ, ରାଜନେତା ଓ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଛନ୍ତି। ନିକଟରେ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ କୁମାର ପଟ୍ଟନାୟକ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିବା ବେଳେ ଚୋର, ଲୁଟେରାଙ୍କ ଉପଦ୍ରବ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ପଡୋଶୀ ରାଜ୍ୟରୁ କେତେକ ଅପରାଧୀ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଆସି ଏଠାରେ ବିଭିନ୍ନ ଅପରାଧ ଘଟାଇବା ପୋଲିସ ରେକର୍ଡ ରହିଛି। ଏହା ସତ୍ତ୍ୱେ ପୋଲିସ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁନାହିଁ। ଅନ୍ୟପକ୍ଷେ ଘର ମାଲିକମାନେ ଘରଭଡା ଦେବା ବେଳେ ଭଡାଟିଆଙ୍କ ସମ୍ପୂର୍ଣ୍ଣ ତଥ୍ୟ ରଖୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ବାରିପଦା ସଦର ଭାରପ୍ରାପ୍ତ ଏସଡିପିଓ ଯଦୁନାଥ ଜେନାଙ୍କୁ ପଚାରିବାରୁ କହିଛନ୍ତି, ଏଠାରେ ଅପରାଧ ଘଟଣା ରୋକିବା ପାଇଁ ତାଙ୍କୁ ଏସପି ସ୍ବତନ୍ତ୍ର ଭାବେ ଦାୟିତ୍ୱ ଦେଇଛନ୍ତି। ସହରରେ ରହୁଥିବା ସମସ୍ତ ଭଡାଟିଆଙ୍କ ସମ୍ପର୍କରେ ଶୀଘ୍ର ତଥ୍ୟ ସଂଗ୍ରହ କରାଯିବ । ଯେଉଁମାନେ ଘର ଛାଡି ସହର ବାହାରକୁ ଯାଉଛନ୍ତିି, ସେମାନେ ପୋଲିସକୁ ସୂଚନା ଦେବା ଦରକାର। ଏହାଦ୍ୱାରା ପୋଲିସ ପାଟ୍ରୋଲିଂ କରି ସେହି ଅଞ୍ଚଳ ଉପରେ ନଜର ରଖିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri