୧୨୨ ନମୁନାରୁ ୯୦ ନେଗେଟିଭ୍
ବାରିପଦା ଅଫିସ, ୮ା୪: କରୋନା ଭାଇରସ୍ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଜିଲାର ୧୨୨ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୦ଟି ନମୁନା ନେଗେଟିଭ୍ ଆସିଥିବା ବେଳେ ବାକିଗୁଡ଼ିକର ରିପୋର୍ଟ ଆସି ନ ଥିବା ଜିଲା ପ୍ରଶାସନ ପକ୍ଷରୁ…
ଠାକୁରମୁଣ୍ଡା ବଜାର ହେଲା ବିଶୋଧନ
ଠାକୁରମୁଣ୍ଡା,୮ା୩ (ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବଜାର ଅଞ୍ଚଳକୁ ବିଶୋଧନ କରାଯାଇଛି। କରୋନା ସଂକ୍ରମଣକୁ ରୋକିବାଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ କରାଯାଇଥିବାରୁ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ପ୍ରତ୍ୟେହ କିଛି ଲୋକ ବଜାରକୁ ପନିପରିବା,…
ବାଙ୍କିଶୋଳରେ ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ୍
ବାରିପଦା ଅଫିସ, ୮ା୪- ମୟୂରଭଞ୍ଜ ଜିଲା ବାରିପଦା ସଦର ବ୍ଲକ ଅଧୀନ ବାଙ୍କିଶୋଳଠାରେ ଥିବା କିସ୍ ବିଦ୍ୟାଳୟ ପରିସରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼- ୧୯ ହସ୍ପିଟାଲ୍ ସ୍ଥାପନ ହେବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଓ କିମସ୍ ମଧ୍ୟରେ…
ବାରିପଦାରେ କରୋନା ନିର୍ଦ୍ଦେଶକୁ ଅଣଦେଖା: ଏଟିଏମ୍ କାଉଣ୍ଟରରେ ନାହିଁ ସାନିଟାଇଜର ବ୍ୟବସ୍ଥା, ବାଲ୍ଟିରେ ରଖାଯାଉଛି ପାଣି
ବାରିପଦା ଅଫିସ, ୭ା୪- ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରତି ଏଟିଏମ୍ କାଉଣ୍ଟରକୁ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଜିଲାରେ ଥିବା…
ମାସ୍କ ଓ ସାବୁନ ବଣ୍ଟନ
କୁଆମରା,୭ା୪(ଡି.ଏନ୍.ଏ.)- କରୋନା ମୁକାବିଲା ପାଇଁ ଗୋପବନ୍ଧୁ ନଗର ବ୍ଲକ ପଶୁଦା ପଞ୍ଚାୟତର ଅଛଡା ନବଜ୍ୟୋତି କିଶୋର କ୍ଲବ ପକ୍ଷରୁ ବିଭିନ୍ନ ଗ୍ରାମର ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି। କ୍ଲବର ସଭାପତି ପାର୍ଥ ସାରଥୀ ସାହୁ,…
ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିକୁ ୨୫ ହଜାର ସହାୟତା
ବାରିପଦା ଅଫିସ, ୭ା୪- ମହାମାରୀ କରୋନା ମୁକାବିଲା ପାଇଁ ବାରିପଦାର ବାସିନ୍ଦା ତଥା ଓଡ଼ିଶା ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ବୈଦ୍ୟନାଥ କର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଡିକୁ ନିଜ ପେନଶନ ରାଶିରୁ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ମୟୂରଭଞ୍ଜ ଜିଲାପାଳଙ୍କ…
୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଯୁବକଙ୍କ ଜୀବନ ଗଲା
ବିଶୋଇ,୭ା୪(ଡି.ଏନ୍.ଏ.)- ବର୍ତ୍ତମାନ ଲକଡାଉନ ପରିସ୍ଥିତିରେ ଯାନବାହନ ଚଳାଚଳ ଉପରେ ସରକାର କଟକଣା କରିଥିବାବେଳେ ଆମ୍ବୁଲାନ୍ସ ଓ ଅନ୍ୟ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଯାନବାହନକୁ ୨୪ ଘଣ୍ଟା ସେବା ଯୋଗାଇବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେବେ ମୟୂରଭଞ୍ଜ ଜିଲାର ବିଶୋଇ ଥାନା…
ସାମାଜିକ ଦୁରତ୍ୱ ପାଳନ ନ କଲେ ଦୋକାନ ହେବ ସିଲ୍
ବାରିପଦା ଅଫିସ,୬ା୪: ମୟୂରଭଞ୍ଜ ଜିଲାରେ ଥିବା ସମସ୍ତ ମାର୍କେଟ ଓ ଦୋକାନଗୁଡ଼ିକ ସାମଜିକ ଦୂରତ୍ୱ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦି କେହି ଏହାକୁ ପାଳନ ନ କରନ୍ତି ତାହେଲେ ପୋଲିସ ଦୋକାନୀଙ୍କ ନାମରେ…
ଲକ୍ ଡାଉନ୍ ନିୟମ ଭାଙ୍ଗି ୪ ଗିରଫ
କୁଆମରା, ୫।୪(ଡି.ଏନ.ଏ.): କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍ ଡାଉନ୍ କରାଯାଇଛି। ଏହି ସମୟରେ ଏଣେ ତେଣେ ନ ବୁଲି ଘରେ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଔଷଧ ସମେତ କେତେକ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି।…
କୁକୁଡ଼ା ଦୋକାନ ଭାଙ୍ଗିଲା ପୌର ପରିଷଦ
ବାରିପଦା ଅଫିସ,୪।୪: କରୋନା ମୁକାବିଲା ପାଇଁ ପରିଷ୍କାର ପରିଛନ୍ନତା ପ୍ରତି ଗୁରୁତ୍ୱ ଦିଆ ଯାଉଥିବା ବେଳେ ମୟୂରଭଞ୍ଜ ପୌର ପରିଷଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଶନିବାର ସହରର ସତ୍ୟସାଇ ପେଟ୍ରୋଲ ପମ୍ପ ଛକରେ ଥିବା ଏକ ବ୍ରଏଲର କୁକୁଡ଼ା ଦୋକାନ…
ନିଜାମୁଦ୍ଦିନ ଫେରନ୍ତାଙ୍କ ଉପରେ ନଜର
ବାରିପଦା ଅଫିସ,୪।୪: ନିଜାମୁଦ୍ଦିନରୁ ଫେରିଥିବା ମୟୂରଭଞ୍ଜ ଜିଲା ବାରିପଦା ଅଞ୍ଚଳର ୫ ପରିବାରର ରକ୍ତ ନମୂନା ପରୀକ୍ଷା ପାଇଁ ପଠା ଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ଅନ୍ୟପକ୍ଷେ ବାରିପଦାସ୍ଥିତ ପିଆରଏମ ମେଡିକାଲରେ ଜଣେ ବ୍ୟକ୍ତି…
ବିଶୋଧନ ହେଲା ବାରିପଦା ସହର
ବାରିପଦା ଅଫିସ, ୩ା୪- କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ସକାଳୁ ବାରିପଦା ସହରରେ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ଅଗ୍ନିଶମ ବିଭାଗ ପକ୍ଷରୁ ଷ୍ଟିଲ ଗୋଲେଇଠାରୁ ବାଲେଶ୍ୱର ଗୋଲେଇ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ…

