ମାସ୍କ ତିଆରି କରି ବାଣ୍ଟୁୁଛନ୍ତି ଭାଜପା ନେତ୍ରୀ

ବାରିପଦା ଅଫିସ, ୧୫ା୪- କରୋନା ମହାମାରୀକୁ ଦୂରେଇବା ପାଇଁ ସାରା ରାଜ୍ୟରେ ମାସ୍କ ପିନ୍ଧିବା ନିୟମ କରାଯାଇଛି। ମାସ୍କ ବଦଳରେ ରୁମାଲ ଆଦି ମଧ୍ୟ ମୁହଁରେ ପିନ୍ଧା ଯାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ମୟୂରଭଞ୍ଜ (ପୂର୍ବ) ଜିଲା ଭାଜପା ଯୁବମୋର୍ଚ୍ଚାର ଉପସଭାନେତ୍ରୀ ପାୟେଲ ରାୟଙ୍କ ନେତୃତ୍ୱରେ ଗତ ଏକ ସପ୍ତାହ ହେଲା ମାସ୍କ ତିଆରି କରାଯାଇ ଲୋକଙ୍କୁ ବଣ୍ଟନ କରାଯାଉଛି। ପାୟେଲ ଓ ତାଙ୍କର କିଛି ସହଯୋଗୀ ମାନସ ତ୍ରିପାଠୀ, ସୁସ୍ମିତା ପୃଷ୍ଟି, ସୁମି ଦାସ, ଲିଲିମା ସାହୁ, ମହମଦ ଇସଲାମ, ସାମସୁଦ୍ଦିନ ପ୍ରମୁଖ ଘରେ ମାସ୍କ ପ୍ରସ୍ତୁତ କରୁଥିବା ବେଳେ ପରେ ଏହାକୁ ବିଭିନ୍ନ ସ୍ଥାନରେ ବଣ୍ଟନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ ଶତାଧିକ ମାସ୍କ ବଣ୍ଟନ କରି ସାରିଥିବା ବେଳେ ଆଗାମୀ ଦିନରେ ଏହା ଜାରି ରହିବ ବୋଲି ପାୟେଲ ପ୍ରକାଶ କରିଛନ୍ତି। ଭାଜପାର ପୂର୍ବତନ ଜିଲା ସଭାପତି ଡ.କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲା ସଭାପତି କାନ୍ଦ୍ରା ସୋରେନ, ଏମ୍‌ପି ବିଶେଶ୍ୱର ଟୁଡ଼ୁ, ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ ପ୍ରମୁଖ ପାୟେଲଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ: ମରାମତି ଦାବି କଲେ ଅଞ୍ଚଳବାସୀ

କର୍ଲାମୁଣ୍ଡା, ୨୫।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରୁ ରିଞ୍ଜାକୁ ଯାଇଥିବା ଆର୍ଡି ରାସ୍ତାର ସରବାହାଲ ଜୋର ବ୍ରିଜ ନିକଟରେ ରାସ୍ତାର ଅବସ୍ଥା ଏବେ…

ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବେ ଅଧିକାରୀ: ନୂଆପଡ଼ା ଜିଲାପାଳଙ୍କ ଅଭିନବ ପଦକ୍ଷେପ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଛାତ୍ରୀଛାତ୍ରଙ୍କ ଶିକ୍ଷଣରେ ଉନ୍ନତି ଆଣିବା ସହ ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ଏକ ଅଭିନବ ପଦକ୍ଷେପ…

ରାୟଗଡ଼ା-କୋରାପୁଟ ରେଲଓ୍ୱେ ଟ୍ରାକ୍‌ରେ ଉପରେ ଖସିଲା ପଥର, ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

​କଲ୍ୟାଣସିଂହପୁର,୨୫।୯(ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ଶିଖରପାଇ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଟନେଲ…

ଲଗାଣ ବର୍ଷାରେ ବେହାଲ ଝରିଗାଁ: ହଷ୍ଟେଲ ଭିତରେ ୨ ଫୁଟ୍ ପାଣି, ଭୟରେ ରାତି ବିତାଇଲେ ଛାତ୍ର

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ…

ଅଭାବନୀୟ ଘଟଣା, ଖୋଲା ପାଇଖାନା ଟାଙ୍କିରେ ପଡ଼ି ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

ବୈଶିଙ୍ଗା,୨୫।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ନଡପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଲଗାଣ ବର୍ଷାରେ ଭରି…

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?