ଓଜନରେ କମିଲା ପିଡ଼ିଏସ୍‌ ଚାଉଳ: ତଦନ୍ତ କଲେ ଯୋଗାଣ ଅଧିକାରୀ

ଚିତ୍ରଡା,୧୩ା୪(ଡ଼ି.ଏନ୍‌.ଏ.): କରୋନା ଯୋଗୁ ଲକ ଡାଉନ ଚାଲି ଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନକାର୍ଡଧାରୀ ପରିବାରର ସଦସ୍ୟଙ୍କ ମୁଣ୍ଡ ପିଛା ୫ କିଲୋ ଚାଉଳ ଆଗୁଆ ୩ ମାସର ଦେବାର ବ୍ୟବସ୍ଥା କରିଛନ୍ତି। ତେବେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଭାଲିଆଡ଼ିହା ପଞ୍ଚାୟତରେ ଏହି ପିଡ଼ିଏସ ଚାଉଳ ଓଜନରେ କମ୍‌ ଦିଆଯାଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ରବିବାର ପୂର୍ବାହ୍ନ ୧୦ଟା ସମୟରେ ଭାଲିିଆଡିହା ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ ବେଳେ ଓଜନରେ କମୁ ଥିବା ଜଣା ପଡ଼ିଥିଲା। ହିତାଧିକାରୀମାନଙ୍କ ସନ୍ଦେହ ହେବାରୁ ସେମାନେ ଅନ୍ୟ ଏକ ଓଜନ ଯନ୍ତ୍ରରେ ଦ୍ୱିତୀୟ ଥର ଓଜନ କରିବାରୁ ୫୦ କିଲୋ ଚାଉଳରେ ୨ କିଲୋ କମିଥିବା ଜଣା ପଡ଼ିଥିଲା। ଏନେଇ ରାଜେନ୍ଦ୍ର ବିନ୍ଧାଣି, ରାମଚନ୍ଦ୍ର ସୋରେନ, ମାଳତୀ ସୋରେନ ପ୍ରମୁଖ ହିତାଧିକାରୀମାନେ ଫୋନ ଯୋଗେ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଜଣାଇଥିଲେ। ଅଭିଯୋଗ ପାଇ ଯୋଗାଣ ଅଧିକାରୀ ବେଣୁଧର ମହାପାତ୍ର ଉକ୍ତ ପଞ୍ଚାୟତରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏନେଇ ଯୋଗାଣ ଅଧିକାରୀ ମହାପାତ୍ରଙ୍କୁ ପଚାରିବାରୁ ହିତାଧିକାରୀଙ୍କ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି। ସେ ନିଜେ ଦୁଇରୁ ତିନି ଜଣଙ୍କ ଘରକୁ ଯାଇ ଚାଉଳ ବୁରାକୁ ଓଜନ କରିବାରୁ ଗୋଟିଏ ବୁରାରେ ପାଞ୍ଚ ଗ୍ରାମ କମ୍‌ ଏବଂ ଅନ୍ୟ ଜଣଙ୍କ ବୁରାରେ ୧୫୦ ଗ୍ରାମ ଚାଉଳ ଅଧିକ ଥିଲା ବୋଲି କହିଛନ୍ତି। ତେବେ ଚାଉଳ ଓଜନ ହେଉଥିବା ଯନ୍ତ୍ରକୁ ପରୀକ୍ଷା କରିବାକୁ ସେ ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri