ହିତାଧିକାରୀଙ୍କୁ ମିଳିନି ହଜାରେ ଟଙ୍କା ସହାୟତା

ବାରିପଦା ଅଫିସ, ୧୨ା୪- ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ରାଶନ କାର୍ଡ଼ଧାରୀମାନଙ୍କୁ ୧ ହଜାର ଟଙ୍କା ଲେଖାଏ କରୋନା ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲାର ବିିଭନ୍ନ ପଞ୍ଚାୟତରେ ଟଙ୍କା ବଣ୍ଟନ କରାଯାଉଛି। ମାତ୍ର ଶୁଳିଆପଦା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ଟଙ୍କା ପ୍ରଦାନ କରାଯାଇ ନ ଥିବାରୁ ହିତାଧିକାରୀମାନେ ସରପଞ୍ଚ ଏବଂ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ମାନଙ୍କ ଉପରେ ଅସନ୍ତୋଷ ପ୍ରକଟ କରୁଛନ୍ତି। ବ୍ଲକକୁ ଟଙ୍କା ଯାଇଥିଲେ ମଧ୍ୟ ଉକ୍ତ ଟଙ୍କା କାହିଁକି ବଣ୍ଟନ କରାଯାଉ ନାହିଁ ସେ ନେଇ ସରପଞ୍ଚ ଏବଂ ପିଇଓମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପିଇଓମାନେ ଅଭିଯୋଗ କରିଛନ୍ତି ଯେ, ଉକ୍ତ ୧ ହଜାର ଟଙ୍କା କିଏ ଦେବ ଓ କେଉଁଠୁ ଆସିବ ତାହା ସେମାନେ ଜାଣି ପାରୁ ନାହାନ୍ତି। ଏ ନେଇ ସେମାନେ ବିଡ଼ିଓଙ୍କୁ କହିବାରୁ ବିଡ଼ିଓ ବାର୍ଦ୍ଧକ୍ୟଭତ୍ତାରୁ ବଳକା ଥିବା ଟଙ୍କା ବଣ୍ଟନ କରିବାକୁ କହିଥିଲେ। ଏହି ଅନୁସାରେ ପିଇଓମାନେ ବାର୍ଦ୍ଧକ୍ୟ ଭତ୍ତାରୁ ବଳକା ଥିବା ଟଙ୍କାକୁ କିଛି ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ। ଏହା ପରେ ଅନ୍ୟ ହିତାଧିକାରୀମାନେ ତାଙ୍କ ଟଙ୍କା କେବେ ପ୍ରଦାନ କରାଯିବ ବୋଲି କହି ପିିଇଓ ଏବଂ ସରପଞ୍ଚମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତିି। ଅନ୍ୟପକ୍ଷେ ଶୁଳିଆପଦା ବିଡିଓ ପରୀକ୍ଷିତ ଜେନା ନିର୍ବାହୀ ଅଧିକାରୀଙ୍କ ନାମରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହିତ କାହିଁକି ଟଙ୍କା ବଣ୍ଟନ କରାଗଲା ସେ ନେଇ ଥାନାରେ ଅଭିଯୋଗ କରିବେ ବୋଲି ଚିଠି ମାଧ୍ୟମରେ ପିଇଓମାନଙ୍କୁ ଜଣାଇଛନ୍ତି। ଯାହାକୁ ନେଇ ପିଇଓମାନେ ବର୍ତ୍ତମାନ ଚିନ୍ତାରେ ପଡ଼ିଛନ୍ତି। ଉକ୍ତ ଟଙ୍କା କାହିଁକି ବଣ୍ଟନ ହୋଇପାରୁ ନାହିଁ ସେ ଦିଗରେ ଜିଲାପାଳ ତଦନ୍ତ କରିବାକୁ ଶୁଳିଆପଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ପିଇଓ ଏବଂ ସରପଞ୍ଚମାନେ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ସରପଞ୍ଚ ସୁକାନ୍ତୀ ନାଏକ, ଚନ୍ଦ୍ର ମୋହନ ନାଏକ, ପିଇଓ ରାମଚନ୍ଦ୍ର ବେହରା, ରଞ୍ଜିତ କୁମାର ବେହେରା ପ୍ରମୁଖ ଜିଲାପାଳଙ୍କ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋସୁମୀ ସକ୍ରିୟ, ଆସୁଛି ବଡ଼ ବର୍ଷା, ଏସବୁ ରାଜ୍ୟରେ ଏହି ଦିନ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ,୯।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେ ଧୀରେ ଆଗକୁ ବଢ଼ୁଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ମୌସୁମୀ ବାୟୁ ଆରବ ସାଗରର ଅନେକ ଅତିରିକ୍ତ ଅଂଶ,…

ହଠାତ୍‌ ଭାରତୀୟ ଦଳରୁ ୭ ଖେଳାଳି ପଡ଼ିଲେ ବାଦ୍‌: BCCI ବଦଳାଇଦେଲା ସ୍କ୍ବାଡ୍‌

ନୂଆଦିଲ୍ଲୀ,୯।୬:ସାଧାରଣତଃ ଏକ ଟେଷ୍ଟ ମ୍ୟାଚ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିଥାଏ, କିନ୍ତୁ ମୁଲାନପୁର ଟେଷ୍ଟରେ ଭାରତ ତୃତୀୟ ଦିନରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଟିମ ଇଣ୍ଡିଆ ଇନିଂସ…

୪୫୦୦ ଗଛ କଟାଗଲା, କିନ୍ତୁ ଚଉଡ଼ା ହେଲାନି ରାସ୍ତା ! ଭଦ୍ରକ-ଆରଡ଼ି ସଡ଼କ ସମ୍ପ୍ରସାରଣକୁ ନେଇ ଉଠିଲା ପ୍ରଶ୍ନ

ତିହିଡ଼ି,୯।୬( କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡ଼ି ଛକରୁ ଆରଡ଼ି ପୀଠ ପର୍ଯ୍ୟନ୍ତ ପ୍ରାୟ ୩୬ କିଲୋମିଟର ଦୀର୍ଘ ରାସ୍ତା ଓଡ଼ିଶାର ଅନ୍ୟତମ ପ୍ରମୁଖ ଶୈବପୀଠ ବାବା…

ଇରାନ-ଇସ୍ରାଏଲ ଯୁଦ୍ଧ ବିରତି ମଧ୍ୟରେ ବଡ଼ ଘୋଷଣା କଲେ ଟ୍ରମ୍ପ, ବିଜୟୀ ଘୋଷଣା ପରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ…

ଓ୍ବାଶିଂଟନ,୯।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ସଂଘର୍ଷ ଯୋଗୁ ଆମେରିକା-ତେହରାନ ଶାନ୍ତି ଚୁକ୍ତି ବିପଦରେ ପଡ଼ିପାରେ ବୋଲି କଳ୍ପନାଜଳ୍ପନା ଉଠିଥିଲା। ଏହି ମଧ୍ୟରେ, ଆମେରିକା ରାଷ୍ଟ୍ରପତି…

କକ୍ରୋଚ ପରେ ପୁଣି ଏକ ପାର୍ଟି ଏବେ ଚର୍ଚ୍ଚାରେ: ସୁପ୍ରିମକୋର୍ଟର ପୂର୍ବତନ ଜଜ୍‌ କରିଛନ୍ତି ଗଠନ

ନୂଆଦିଲ୍ଲୀ,୯।୬: ଦେଶରେ ‘କକ୍ରୋଚ ଜନତା ପାର୍ଟି’ (CJP) ଚର୍ଚ୍ଚିତ ହେବାପରେ ଏବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ମାର୍କଣ୍ଡେୟ କାଟଜୁ ଏକ ନୂତନ ଦଳ ଗଠନ କରିଛନ୍ତି।…

ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନ କଲେ ରାଜ୍ୟପାଳ, ବୁଦ୍ଧଙ୍କ ନିକଟରେ କଲେ….

ମୋହନା,୯।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଗସ୍ତରେ ମହାମହିମ ରାଜ୍ୟପାଳ । ରାଜ୍ୟପାଳ ମହେନ୍ଦ୍ରଗିରିରେ ଆୟୋଜିତ ମହେନ୍ଦ୍ରମେଳାରେ ଯୋଗ ଦେବା ପରେ ସେଠାରୁ ଜିରାଙ୍ଗ ସ୍ଥିତ…

ମେଷ ସମେତ ୩ ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ମିଳିପାରେ ବଡ଼ ସଫଳତା

ଆଜିଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ନବମୀ ତିଥି । ନବମୀ ତିଥି ଆଜି ବିଳମ୍ବିତ ରାତି ୨:୩୫ ପର୍ଯ୍ୟନ୍ତ ଜାରି ରହିବ। ‘ପ୍ରୀତି ଯୋଗ’ ୮:୧୯ ପର୍ଯ୍ୟନ୍ତ…

ଶେଷ ହେଲା ଯୁଦ୍ଧ, ଏବେ ଇରାନରେ ପାଠ ପଢିବେ ପିଲା ଖୋଲିବ ସ୍କୁଲ!

ତେହରାନ,୯।୬: ଇରାନର ଚାରୋଟି ସହର ଉପରେ କ୍ଷେପଣାସ୍ତ୍ର ବର୍ଷା କରିବା ପରେ, ଇସ୍ରାଏଲ ଏହାର ଆକ୍ରମଣ ବନ୍ଦ କରିବାକୁ ଘୋଷଣା କରିଛି। ସେହି ସମୟରେ, ଏହା ତେହରାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri