୧୦ ସେକେଣ୍ଡରେ ସାନିଟାଇଜ୍‌: ଚର୍ଚ୍ଚାରେ ଦୁଇ ଭାଇ

ବାରିପଦା ଅଫିସ, ୧୫ା୪-ଏବେ କରୋନାକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ। ଏହି ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ବିିିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ମୟୂରଭଞ୍ଜ ଜିଲା ବାରିପଦା ସହରର ୨୮ନଂ. ୱାର୍ଡ଼ ବାଗଡିହା ଅଞ୍ଚଳର ଦୁଇ ଭାଇ ସାନିଟାଇଜର ରୁମ୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି। ସେମାନେ କହିଛନ୍ତି ଯେ, ଏହି ରୁମ୍‌ରେ ଜଣେ ବ୍ୟକ୍ତି ୧୦ସେକେଣ୍ଡ ରହିବା ପରେ ସମୂର୍ଣ୍ଣ ସାନିଟାଇଜ (ବିଶୋଧନ) ହୋଇପାରିବ। ଏହି ଦୁଇ ଭାଇ ହେଲେ ବିଜେନ୍ଦ୍ର କୁମାର ଗିରି ଓ ତାଙ୍କ ସମ୍ପର୍କୀୟ ଭାଇ ସୁରଜ କୁମାର କଅଁର। ଏହି ସାନିଟାଇଜ ରୁମ୍‌ ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୮୬୦୦ ଟଙ୍କା। ଏହି ରୁମ୍‌ ଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ ବୋଲି ସେମାନେ ଦାବି କରିଛନ୍ତି।
ବିଜେନ୍ଦ୍ର ନେସ୍କୋର ଜଣେ ଲାଇନ୍‌ମ୍ୟାନ୍‌ ହୋଇଥିବା ବେଳେ ସୁରୁଜ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି। ମଧ୍ୟପ୍ରଦେଶରେ ଜଣେ ଯୁବକ ଏପରିି ସାନିଟାଇଜର ସ୍ପ୍ରେ ରୁମ୍‌ ତିଆରି କରିଥିବା ବିଜେନ୍ଦ୍ର ୩ଦିନ ତଳେ ୟୁଟ୍ୟୁବ୍‌ରେ ଦେଖି ସୁରଜଙ୍କୁ କହିଥିଲେ। ଓଡ଼ିଶାରେ ଏଭଳି ରୁମ୍‌ ହେବା ଦରକାର ବୋଲି ଉଭୟେ ଚିନ୍ତା କରିଥିଲେ। ପରେ ଦୁଇ ଭାଇ ମିଶିି ଦୁଇ ଦିନ ମଧ୍ୟରେ ପ୍ରସ୍ତୁତ କରିଥିଲେ ସାନିଟାଇଜର ରୁମ୍‌। ଏହାର ନାମ ଦିଆଯାଇଛି ‘ଦିଲ୍‌ ସେ ମୟୂରଭଞ୍ଜିଆ’। ବିଜେନ୍ଦ୍ର କହିଛନ୍ତି ଯେ, ଏଭଳିି ରୁମ୍‌କୁ କୋଭିଡ଼ ହସ୍ପିଟାଲ କେନ୍ଦ୍ର ନିକଟରେ ରଖାଗଲେ ସେଠାକୁ ଯାଉଥିବା ବ୍ୟକ୍ତିବିଶେଷ ଆସିବା ପରେ ଏହି ରୁମ୍‌ରେ ପଶି ନିଜକୁ ବିଶୋଧନ କରିପାରିବେ। ବୁଧବାର ଜିଲାର ବାଙ୍କିଶୋଳଠାରେ କୋଭିଡ଼ ହସ୍ପିଟାଲ ଉଦ୍‌ଘାଟନ ହେବ। ଜିଲା ପ୍ରଶାସନକୁ ଅନୁରୋଧ କରି ପ୍ରାଥମିକ ପର୍ଯ୍ୟାୟରେ ଏହି ରୁମ୍‌କୁ ସେଠାରେ ରଖିବେ ବୋଲି ବିଜେନ୍ଦ୍ର ପ୍ରକାଶ କରିଛନ୍ତି। ଏହି ସାନିଟାଇଜ ରୁମ୍‌ ପ୍ରସ୍ତୁତ କରିବା ପାଇଁ ୧୨ଭୋଲଟର ପାଣିମୋଟର, ୟୁପିଏସ୍‌, ପାଇପ୍‌, ରୁମ୍‌ ତିଆରି କରିବା ପାଇଁ ବିଭିନ୍ନ ସରଞ୍ଜାମ ଆବଶ୍ୟକ ପଡ଼ୁଛି। ଦୁଇ ଭାଇ ମିଶି ଏହି ସାନିଟାଇଜର ରୁମ୍‌ ପ୍ରସ୍ତୁତ କରିଥିବା ଜାଣିବା ପରେ ଜିଲାର ବିଭିନ୍ନ ସ୍ଥାନରୁ ଉଭୟଙ୍କ ନିକଟକୁ ପ୍ରଂଶସାରୁ ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri