୨ ଅଫିସରଙ୍କୁ ପିଟିଲେ କେନ୍ଦ୍ରମନ୍ତ୍ରୀ
ବାରିପଦା ଅଫିସ, ୨୧ା୧-ମୟୂରଭଞ୍ଜ ଭାଜପା ଏମ୍ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଶୁକ୍ରବାର ବାରିପଦା ସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ଡାକି ୨ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଜଣଙ୍କର ହାତ ଭାଙ୍ଗିଯାଇଥିବା…
ବାଟବଣା ବନ୍ୟପ୍ରାଣୀଙ୍କ ବନ୍ଧୁ
ବାରିପଦା ଅଫିସ,୨୧।୧ ବିଷଧର ସାପ ହେଉ କି ଜଙ୍ଗଲର ହିଂସ୍ର ଜନ୍ତୁ। ବାଟବଣା ତଥା ଆଘାତପ୍ରାପ୍ତ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ସୁରକ୍ଷା ଯୋଗାଇ ଦେବା କିଛି କମ୍ କଥା ନୁହେଁ। ନିଜ ଛୋଟ ପୁଅ ସହ ବିପଦପୂର୍ଣ୍ଣ ପାହାଡ଼, ଜଙ୍ଗଲ ଘୂରି…
ସମସ୍ୟା ସମାଧାନ ନ ହେଲେ ଭୋଟ ବର୍ଜନ
ସାରସକଣା,୧୯ା୧(ଡି.ଏନ.ଏ.) – ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଭୂରୁଷାଣି ପଞ୍ଚାୟତ ଅନ୍ତର୍ଗତ ମାଗ୍ତାଡିହି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନିକ ଅବହେଳା କାରଣରୁ ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ବିକାଶ ଅପହଞ୍ଚ ହୋଇପଡ଼ିଛି। ଏଠାରେ ବସବାସ କରୁଥିବା ପ୍ରାୟ ୨୫ଟି…
ପାଣି ପାଇଁ ୧ କି.ମି.
ବାରିପଦା ଅଫିସ,୧୮।୧ ମୟୂରଭଞ୍ଜ ଜିଲା କୁଳିଅଣା ପଞ୍ଚାୟତ ପାଣିଜିଆ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି। ୧ କି.ମି ଦୂର ବିଲ ମଧ୍ୟରେ ଥିବା ପରିତ୍ୟକ୍ତ କୂଅରୁ ମହିଳାମାନେ ପିଇବା ପାଣି ସଂଗ୍ରହ କରୁଛନ୍ତି। ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ଲାଗି ସରକାର…
ଖୋଲିଲା ବାଙ୍କିଶୋଳ କୋଭିଡ୍ ହସ୍ପିିଟାଲ
ବାରିପଦା ଅଫିସ,୧୮।୧ ମୟୂରଭଞ୍ଜ ଜିଲାରେ କରୋନା ସଂକ୍ରମିତଙ୍କ ସ୍ବାସ୍ଥ୍ୟସେବା ନିମନ୍ତେ ବାରିପଦା ଉପକଣ୍ଠ ବାଙ୍କିଶୋଳସ୍ଥିତ ଘରୋଇ କୋଭିଡ୍ ହସ୍ପିିଟାଲ ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଜିଲାପାଳ ବିନୀତ ଭରଦ୍ୱାଜ ଏହାକୁ ଉଦ୍ଘାଟନ କରିବା ସହ ରୋଗୀଙ୍କ ନିମନ୍ତେ ପ୍ରସ୍ତୁତ ହୋଇଥିବା ୱାର୍ଡ, ଆଇସିୟୁ…
ସାମୂହିକ ଅସ୍ଥି ବିସର୍ଜନ କଲେ ଲୋକେ
ବାରିପଦା ଅଫିସ,୧୭।୧: ମୟୂରଭଞ୍ଜ ଜିଲାର ଗଣପର୍ବ ମକର ଅବସରରେ ସୁନାମୁହିଁ(ବାରୁଣୀ) ଘାଟରେ ରବିବାର ଦାମୋଦର ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ତିନିଦିନ ଧରି ଚାଲିବାକୁ ଥିବା ବେଳେ କୋଭିଡ କଟକଣାକୁ ନ ମାନି ବହୁ ଲୋକଙ୍କ ଭିଡ଼ରେ ଏହି ପରମ୍ପରା…
ଖୋଲିଲା ଶିମିଳିପାଳ
ବାରିପଦା ଅଫିସ,୧୭ା୧: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ସୋମବାରଠାରୁ ପୁଣି ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ। ପ୍ରବଳ କୁହୁଡ଼ି ଯୋଗୁ ଗତ ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିଥିଲା। କେବଳ ରାତ୍ରି ରହଣି ପାଇଁ ପୂର୍ବରୁ ବୁକିଂ କରିଥିବା…
ଗଡ଼ିଲା ବାରିପଦା-ପୁରୀ ସାପ୍ତାହିକ ଟ୍ରେନ
ବାରିପଦା ଅଫିସ,୧୫ା୧: ମୟୂରଭଞ୍ଜ ଜିଲା ବାରିପଦାର ଭଞ୍ଜପୁରରୁ ପୁରୀକୁ ସାପ୍ତାହିକ ଟ୍ରେନ ଚଳାଚଳ କରିଛି। କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପତାକା ଦେଖାଇ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗୁରୁବାର ରାତି ୧୧ଟା୫୦ ମିନିଟରେ…
ମକର ପର୍ବ ପାଳନରେ କଟକଣା
ବାରିପଦା ଅଫିସ,୧୩।୧: ମକର ଉତ୍ସବ ମୟୂରଭଞ୍ଜର ଗଣପର୍ବ। ଏହି ଦିନକୁ ସରକାରୀ ଭାବେ ଛୁଟି ଘୋଷଣା ମଧ୍ୟ କରାଯାଇଛି। ତେବେ କରୋନା ତୃତୀୟ ଲହର କଟକଣା ଭିତରେ ଏହି ପର୍ବ ପାଳନ ନେଇ ଅନିଶ୍ଚିତତା ଦେଖାଦେଇଛି। ଜିଲା ପ୍ରଶାସନ ପକ୍ଷରୁ ଜନ ସମାଗମ…
ତଦନ୍ତ ବେଳେ ଛାତରୁ ଡେଇଁ କନ୍ଷ୍ଟେବଳ ଫେରାର
ବାରିପଦା ଅଫିସ,୧୨।୧: ମୟୂରଭଞ୍ଜ ଜିଲାରେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ନୀହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି। ତେବେ ତଦନ୍ତ ଚାଲିଥିବା ସମୟରେ ସେ ଛାତରୁ ଡେଇଁ ଫେରାର ହୋଇଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ବାରିପଦା ଟାଉନ…
୫ଦିନ ବନ୍ଦ ରହିବ ଶିମିଳିପାଳ
ବାରିପଦା ଅଫିସ, ୧୧।୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବୁଧବାରଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବନବିଭାଗର ଯଶିପୁର କାଳିଆଣି ଓ ପିଠାବଟାର ଲୁଲୁଙ୍ଗ ପ୍ରବେଶ ଫାଟକ ଦେଇ କୌଣସି ପର୍ଯ୍ୟଟକ ଭିତରକୁ ପ୍ରବେଶ କରିପାରିବେ ନାହିଁ। ବର୍ଷା…
ଭିଜିଲାନ୍ସ ଜାଲରେ କନଷ୍ଟେବଳ: ଦୀର୍ଘ ଦିନରୁ ଥିଲେ ସ୍କାନରରେ
ବାରିପଦା ଅଫିସ,୧୧।୧: ମୟୂରଭଞ୍ଜ ଜିଲାରେ କାର୍ଯ୍ୟରତ ପୋଲିସ କନଷ୍ଟେବଳଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। କନଷ୍ଟେବଳ ଜଣକ ହେଲେ ନୀହାର ରଞ୍ଜନ ଦଣ୍ଡପାଟ । ଆୟବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। କଟକ ଭିଜିଲାନ୍ସ…
Archives


