ଆଧାର କାର୍ଡ ପାଇଁ ହୀନସ୍ତା

ବୈଶିଙ୍ଗା, ୨୩ା୧ (ଡି.ଏନ.ଏ.)  ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଞ୍ଚଳର ଲୋକଙ୍କୁ ଆଧାରକାର୍ଡ ପାଇଁ ହୀନସ୍ତା ହେବାକୁ ପଡୁଛି। ନୂଆ ଆଧାର କାର୍ଡ ବନାଇବା କିମ୍ବା ପୁରୁଣା କାର୍ଡରେ ଆବଶ୍ୟକ ସଂଶୋଧନ କରିବା, ବ୍ଲକର ୨୪ ପଞ୍ଚାୟତର ବାସିନ୍ଦାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ବ୍ଲକର ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଲାଗି ଏକମାତ୍ର ଆଧାର କେନ୍ଦ୍ର ବ୍ଲକ ପରିସରରେ ରହିଛି। ଯଥେଷ୍ଟ ମାନବ ସମ୍ବଳ ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ ନ ଥିବା ଏକ ବେସରକାରୀ ସଂସ୍ଥାକୁ ଏହି ଗୁରୁଦାୟିତ୍ୱ ଦେଇ ପ୍ରଶାସନ ଚୁପ୍‌ ବସିଥିବା ସାଧାରଣରେ ଅଭିଯୋଗ ହେଉଛି।
ସଂକ୍ରମଣ କାଳରେ ସକାଳ ୭ଟାରୁ ଆରମ୍ଭ ହୋଇଯାଉଛି ଲମ୍ବା ଲାଇନ। ଅଧିକାଂଶଙ୍କଠାରେ ମାସ୍କ ନାହିଁ କି ସାମାଜିକ ଦୂରତା ବି ଦେଖିବାକୁ ମିଳୁନି। ଭିଡ଼ ମଧ୍ୟରେ ଅନେକ ମହିଳା ସେମାନଙ୍କ ହାତରେ କଅଁଳା ଛୁଆ ଧରି ଠିଆ ହୋଇଥିବା ଦେଖାଯାଉଛି। ଜିଲାରେ ଏବେ ପ୍ରବଳ ଜାଡ଼ ସାଙ୍ଗକୁ ଘନ କୁହୁଡ଼ି ଲାଗି ରହିଥିଲେ ହେଁ ଦୈନିକ ପ୍ରାୟ ଦୁଇଶହ ଲୋକ ଆଧାର କାର୍ଡ ପାଇଁ ଆସୁଛନ୍ତି। ସାରେ କିଛି ନିରାଶ ହୋଇ ଫେରି ଯାଉଛନ୍ତି। କେବେ କେବେ ରାତି ପର୍ଯ୍ୟନ୍ତ କାମ ଚାଲୁଥିବା ଦେଖିବାକୁ ମିଳୁଛି। ତେବେ ଭୌଗୋଳିକ ଦୃଷ୍ଟିକୋଣରୁ ବ୍ଲକର ଠିକ୍‌ କେନ୍ଦ୍ରସ୍ଥଳରେ ଏବଂ ବେତନଟୀ ବ୍ଲକଠାରୁ ୧୨ କି.ମି. ଦୂର ବୈଶିଙ୍ଗାଠାରେ ଅନ୍ୟ ଏକ ଆଧାର କେନ୍ଦ୍ର ସ୍ଥାପନ କରାଗଲେ ସୁଦୂର ଅଁଳା, ସଇତପୁର, ଚାଞ୍ଛିପଦା, ରଘୁପୁର, ଆମ୍ବଗଡ଼ିଆ, ପୁରୁଣିଆ, ମଇଁଶାସୋଳ, ଟିକାୟତପୁର, ପଣସିଆ, ଗଡଦେଉଳିଆ ଆଦି ପଞ୍ଚାୟତର ଲକ୍ଷାଧିକ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଛି।
ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଗ୍ରାମ କେଶରୀ ପରିଡ଼ାଙ୍କୁ ପଚାରିବାରୁ ସେ ସମସ୍ୟା ବାବଦରେ ସଚେତନ ଅଛନ୍ତି ଏବଂ ଖୁବ୍‌ଶୀଘ୍ର ଜିଲାପାଳଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri