ତ୍ୱରାନ୍ବିତ ହେଉନି ସହରର ବିକାଶ
ଖୋର୍ଦ୍ଧା ଅଫିସ,୩ା୪: ଖୋର୍ଦ୍ଧା ଜିଲାକୁ ଇତିମଧ୍ୟରେ ୩୦ ବର୍ଷ ପୂରିଛି। ୧୯୯୩ ମସିହାରେ ଏହି ଜିଲା ଗଠନ ହୋଇଥିବାବେଳେ ୧୯୯୫ରେ ଖୋର୍ଦ୍ଧା ସ୩ରେ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା। ପାଇକ ବୀରଙ୍କ ମାଟି ଭାବେ ଖୋର୍ଦ୍ଧା ପରିଚିତ। ଭାରତୀୟ ସ୍ବାଧିନତା ସଂଗ୍ରାମରେ…
ମୁଗ ଅମଳ କରୁଥିଲେ: ବଜ୍ରପାତରେ ଜଳିଲେ ଯୁବତୀ
ବାଲିପାଟଣା ୩୧।୩(ଡି.ଏନ୍.ଏ.): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ରଘୁଆଗରଡ଼ା ଗ୍ରାମରେ ଶୁକ୍ରବାର ବଜ୍ରପାତ ଘଟି ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ରଶ୍ମୀତା ବେହେରା । ସୂଚନାଯୋଗ୍ୟ, ରଶ୍ମୀତା ବିଲରେ ମୁଗ ଅମଳ କରୁଥିବା ବେଳେ ହଠାତ ପ୍ରବଳ ବର୍ଷା…
ସମ୍ପର୍କ ଯୋଡ଼ିଛି, ନିବିଡ଼ତା ବଢ଼ାଇଛି
ଖୋର୍ଦ୍ଧା ଅଫିସ,୩୧ା୩: ଖୋର୍ଦ୍ଧା ଗୁରୁଜଙ୍ଗ ନନ୍ଦସାହିର ତ୍ରିଲୋଚନ ସାହୁ(୪୪)। ଗତ ୨୦ବର୍ଷ ହେବ ଖବରକାଗଜ ବିତରକଭାବେ କାମ କରୁଛନ୍ତି। ଦୁଇ ପୁଅ, ସ୍ତ୍ରୀ, ବାପା, ମା’ଙ୍କୁ ନେଇ ତାଙ୍କ ପରିବାର। ପ୍ରଥମେ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେହି ସମୟରେ ବରିଷ୍ଠ…
ନନ୍ଦନକାନନରୁ ମିଜୋରାମ ଗଲା ୨ ବାଘ
ବାରଙ୍ଗ,୨୮।୩(ଡି.ଏନ୍.ଏ.):ଦୀର୍ଘଦିନର ବ୍ୟବଧାନ ପରେ ନନ୍ଦନକାନନରେ ଆରମ୍ଭ ହୋଇଛି ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ନନ୍ଦନକାନନରୁ ସୋମବାର ଅପରାହ୍ନରେ ଦୁଇ ସାଧାରଣ (ନାଲି) ବାଘ ମିଜୋରାମର ଆଇଜଲ ଚିଡିଆଖାନାକୁ ପଠାଯାଇଛି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ନନ୍ଦନକାନନ କର୍ତ୍ତୃପକ୍ଷ ଜନ୍ତୁ ଅଦଳବଦଳ…
ସ୍କନ୍ଦମାତା ବେଶରେ ଦର୍ଶନ ଦେଲେ ମା’ ବନଦୁର୍ଗା
ନିରାକାରପୁର,୨୬।୩(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ବନଦୁର୍ଗାଙ୍କ ପୀଠରେ ଆୟୋଜିତ ନବଦିନାତ୍ମକ ବାସନ୍ତିକ ଦୁର୍ଗାପୂଜାର ପଞ୍ଚମ ଦିନରେ ମା’ ବନଗୁର୍ଗା ସ୍କନ୍ଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଉପଲକ୍ଷେ ସକାଳୁ ମଙ୍ଗଳ ଆଳତି, ବାଳ ଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ…
ନନ୍ଦନକାନନରେ ଧଳା ମୟୂରର ମୃତ୍ୟୁ
ବାରଙ୍ଗ,୨୪।୩(ଡି.ଏନ୍.ଏ.)- ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଗୁରୁବାର ଏକ କୋକିଶିଆଳିର ମୃତ୍ୟୁ ଘଟିଥିବାବେଳେ ଶୁକ୍ରବାର ଏକ ଧଳାମୟୂର ମୃତ୍ୟୁ କରିଛି। ପ୍ରାୟ ୫ ବର୍ଷର ଏହି ଧଳାମୟୂରଟି ଗତଦୁଇଦିନ ହେବ ଅସୁସ୍ଥ ହେବା ସହ ଛୋଟେଇ ଛୋଟେଇ ଚାଲୁଥିଲା। ସେ ରହୁଥିବା ପକ୍ଷୀଶାଳାର…
ରେଳ ଫାଟକରେ ଅଟକିରହିଲା ଅଟୋ
ନିରାକାରପୁର,୧୪।୩(ଡି.ଏନ୍.ଏ.):ବିଭିନ୍ନ ସମୟରେ ଦାୟିତ୍ୱରେ ଥିବା ରେଳ ଫାଟକ ଜଗୁଆଳିଙ୍କ ତ୍ରୁଟି ଯୋଗୁ କେତେବେଳେ ଅଟୋ ତ କେତେବେଳେ କାର୍ ଫାଟକ ମଝିରେ ଫସି ରହୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ଘଟଣା ସମ୍ପର୍କରେ ରେଳ ଅଧିକାରୀ ଜାଣି ସୁଦ୍ଧା କୌଣସି ପଦକ୍ଷେପ…
ବିଜେଡିର ନୂଆ ସଭାପତି, କର୍ମକର୍ତ୍ତାଙ୍କ ନାମ ଘୋଷଣା
ଖୋର୍ଦ୍ଧା ଅଫିସ,୨୩ା୩: ଖୋର୍ଦ୍ଧା ଜିଲା ବିଜେଡିର ନୂତନ ସଭାପତି ଏବଂ କର୍ମକର୍ତ୍ତାଙ୍କ ନାମ ଗୁରୁବାର ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନେତା ବିଭୂତି ବଳବନ୍ତରାୟଙ୍କୁ ଦଳର ସଭାପତି ଭାବେ ନିଯୁକ୍ତି ଦେଇଥିବା ବେଳେ ରାମଚନ୍ଦ୍ର…
ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ
ଖୋର୍ଦ୍ଧା ଅଫିସ,୨୦ା୩: ଖୋର୍ଦ୍ଧା ଜିଲାରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଚାଲିଛି। ମାଫିଆମାନେ ଦୈନିକ ଶହ ଶହ ଟ୍ରକରେ ମାଙ୍କଡ଼ା, ମୋରମ, ବାଲି, କଳାମୁଗୁନି ପଥର, ବଉଳମାଳା (ମନ୍ଦିର ନିର୍ମାଣରେ ବ୍ୟବହୃତ ମୂଲ୍ୟବାନ ପଥର) ଚାଲାଣ କରୁଛନ୍ତି। ବେଆଇନ ଭାବେ…
ବିପଦରେ କଲେଜ ମୁଖ୍ୟ ଫାଟକ
ନିରାକାରପୁର,୧୮ା୩(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ୧୯୫୯ରୁ ସ୍ଥାପିତ ହୋଇଥିବା କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ମୁଖ୍ୟ ଫାଟକଟି ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଦୀର୍ଘଦିନ ହେଲା ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ରୁଗ୍ଣ ଅବସ୍ଥାରେ ପଡ଼ିରହିଛି। ଏପରିକି ରଙ୍ଗ…
ଧିମେଇଛି ଜଟଣୀ ଓଭରବ୍ରିଜ୍ କାମ
ଖୋର୍ଦ୍ଧା ଅଫିସ/ଜଟଣୀ, ୧୮ା୩(ଡି.ଏନ୍.ଏ.): ଜଟଣୀ ଓଭରବ୍ରିଜ୍୍ ନିର୍ମାଣ ହେଲେ ବହୁ ଲୋକ ଉପକୃତ ହେବେ। ୨୦୨୨ ଏପ୍ରିଲ ପହିଲାରେ ଏହି ଓଭରବ୍ରିଜ୍ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସେ ସମୟର ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ମାତ୍ର ସରିଲା…
ସମ୍ପର୍କ ସୃଷ୍ଟି କରୁଛି ଖବରକାଗଜ
ଖୋର୍ଦ୍ଧା ଅଫିସ,୧୬ା୩: ଖୋର୍ଦ୍ଧା ଗୁରୁଜଙ୍ଗର ଗଣେଶ ପାଟଶାଣୀ। ବୟସ ୬୫ ଟପିଲାଣି। ତେବେ ଏ ବୟସରେ ବି ସେ ବେଶ ଚଳଚଞ୍ଚଳ। ଦୀର୍ଘ ୨୮ବର୍ଷ ଧରି ଖୋର୍ଦ୍ଧା ସହରରେ ଖବରକାଗଜ ବିତରଣ କରୁଛନ୍ତି। ସକାଳ ପାଇଲେ ପେପର ପଏଣ୍ଟରେ ପହଞ୍ଚି ସମସ୍ତଙ୍କଠାରୁ…
Archives


