ବିଲୁପ୍ତି ପଥେ ଐତିହ୍ୟ କୀର୍ତ୍ତିରାଜି

ଖୋର୍ଦ୍ଧା ଅଫିସ,୧୧ା୫:ଐତିହ୍ୟ ସହର ତଥା ପାଇକ ମାଟିଭାବେ ଖୋର୍ଦ୍ଧା ପରିଚିତ। ଇତିହାସରେ ଏହାର ସ୍ଥାନ ସ୍ବତନ୍ତ୍ର। ତେବେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କିମ୍ବା ଜିଲା ପ୍ରଶାସନର ଅବହେଳା ଯୋଗୁ ଏଠାରେ ରହିଥିବା ଐତିହ୍ୟ କୀର୍ତ୍ତିରାଜି, ପର୍ଯ୍ୟଟନସ୍ଥଳ ବିଲୁପ୍ତ ହେବାକୁ ବସିଛି। ପ୍ରଶାସନ ତୁରନ୍ତ ଐତିହ୍ୟ କୀର୍ତ୍ତିରାଜିଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ସହ ଏହାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି।
ପାଇକ ବିଦ୍ରୋହର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ରହିଛି ବରୁଣେଇ ପାହାଡ଼। ଏଠାରେ ମା’ ବରୁଣେଇ ଓ କରୁଣେଇଙ୍କ ମନ୍ଦିର ରହିଛି। ପର୍ଯ୍ୟଟନର ମାନ୍ୟତା ମିଳିଛି, ହେଲେ ଆବଶ୍ୟକ ଭିତ୍ତିଭୂମି ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ଅଳିଆ, ଆବର୍ଜନା ପଡ଼ିରହିଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ନାହିଁ। ପାଣି ଟ୍ୟାପ ଭାଙ୍ଗି ଯାଇଥିବା ବେଳେ ପାଦଦେଶରୁ ମା’ଙ୍କ ପୀଠକୁ ଯାଇଥିବା ପାହାଚ ମଧ୍ୟ ଭାଙ୍ଗିଗଲାଣି। ପର୍ଯ୍ୟଟକ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି। ସେହିପରି ବରୁଣେଇ ପାହାଡ଼ ଉପରେ ସୀତାକୁଣ୍ଡ, ପାଣ୍ଡବ ଗୁମ୍ଫା ରହିଛି। ଏହାର ଅନ୍ୟପଟେ ରହିଛି ଦିଗବାରେଣୀ ପାହାଡ଼। ଗବେଷକଙ୍କ ମତରେ ଏଠାରେ ଦୁଇ ହଜାର ବର୍ଷ ତଳର ବୌଦ୍ଧ କୀର୍ତ୍ତିରାଜି ଶିଳାଲେଖ ରହିଛି। ପାଇକ ବୀରମାନେ ପାହାଡ଼ ଉପରେ ରହି ବିଟ୍ରିଶ ସୈନ୍ୟ ବାହିନୀକୁ ନିରୀକ୍ଷଣ କରୁଥିଲେ। ତେବେ ବରୁଣେଇ ପାଦଦେଶରୁ ଉପରକୁ ସଂଯୋଗ ଲାଗି ପ୍ରସ୍ତାବିତ ରୋପ୍‌-ଓ୍ବେ ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଯାଇଛି। ପାଇକ ବିଦ୍ରୋହର ଅନ୍ତୁଡ଼ିଶାଳ ତଥା ଶେଷ ସ୍ବାଧୀନ ଦୁର୍ଗ ଭାବେ ପରିଚିତ ଖୋର୍ଦ୍ଧାଗଡ଼ ବିଲୁପ୍ତ ଅବସ୍ଥାରେ ରହିଛି। ଗଡ଼ ଭିତରେ ଥିବା ଐତିହ୍ୟ କୀର୍ତ୍ତିରାଜି ମଧ୍ୟ ନଷ୍ଟ ହେବାକୁ ବସିଛି। ଗଡ଼ର ପୁନରୁଦ୍ଧାର ଲାଗି କୌଣସି ବ୍ୟବସ୍ଥା କରାଯାଉ ନାହିଁ। ଗଡ଼ଖୋର୍ଦ୍ଧାସ୍ଥିତ ରଘୁନାଥ ମନ୍ଦିର ସମ୍ମୁଖରୁ ଦୀର୍ଘ ବର୍ଷ ତଳେ ବାହାରିଥିବା ବହୁ ଐତିହ୍ୟ କୀର୍ତ୍ତିରାଜିର ପଦଚିହ୍ନ ସ୍ବରୂପ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଶିଳା, ପଥର ଉଦ୍ଧାର କରାଯାଇଥିଲା। ତେବେ ଏହା ଏବେ କେଉଁଠି ଅଛି ତାହାର କୌଣସି ଖବର ପ୍ରଶାସନ ନିକଟରେ ନାହିଁ । କେବଳ ସଂସ୍କୃତି ଭବନ ପରିସରରେ ଗୋଟିଏ ଦୁଇଟି ଭଗ୍ନଶିଳା ଅବ୍ୟବହୃତ ଭାବେ ପଡିଛି।  ପାଇକ ବିଦ୍ରୋହର ସ୍ମୃତିଚିହ୍ନ ସ୍ବରୂପ ଗଡ଼ଖୋର୍ଦ୍ଧା ଛକରେ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ସମେତ ପଲ୍ଲା ଛକରେ ବକ୍ସିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ଏବେ ରାଜପଥ ସମ୍ପ୍ରସାରଣ ଲାଗି ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ତେବେ ପ୍ରତିମୂର୍ତ୍ତି ସ୍ଥଳର ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ କରାଯାଇନାହିଁ। ଫଳରେ ଅନ୍ଧାରରେ ପ୍ରତିମୂର୍ତ୍ତିଗୁଡିକ ରହିଛି। ଶହୀଦଙ୍କ ସ୍ମୃତିରେ ସଂସ୍କୃତି ଭବନ ପରିସରରେ ମୁଖ୍ୟମନ୍ତ୍ରୀ ଶହୀଦ ସ୍ତମ୍ଭ ଉଦ୍‌ଘାଟନ କରିଥିଲେ। ଏଥିସହିତ ସେହି ସମୟରେ ସେଠାରେ ପାଇକମାନଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର, ସରଞ୍ଜାମ ସାଇତି ରଖିବା ଲାଗି ଏକ ସଂଗ୍ରହାଳୟ ପରିକଳ୍ପନା କରାଯାଇଥିଲା। ତେବେ ନିର୍ମାଣ ହେବା ପରଠାରୁ ତାଲା ଝୁଲୁଛି। ଶହୀଦ ସ୍ତମ୍ଭରେ ବରଗଛ ଉଠିଲାଣି। ୨୦୧୮ ନଭେମ୍ବର ୮ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ।  ଏହି ସ୍ମାରକୀ ପାଇକ ବୀରଙ୍କ ସ୍ବାଭିମାନର ଗୌରବ ପ୍ରତୀକ ହେବ। ତେବେ ଏହାର ନିର୍ମାଣ କାର୍ଯ୍ୟକୁ ନେଇ ଅନିଶ୍ଚିତତା ଲାଗି ରହିଛି।
  ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ ଗଡ଼ଖୋର୍ଦ୍ଧାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଏବଂ କୁଞ୍ଜବନ ମଠ ଅବହେଳିତ ଅବସ୍ଥାରେ ରହିଛି। ଏହି ସ୍ଥାନର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ସେହିପରି ଗୁରୁଜଙ୍ଗଠାରେ ରହିଛି ଧବଳେଶ୍ୱରଙ୍କ ପୀଠ। ଏହି ପୀଠ ପର୍ଯ୍ୟଟନର ମାନ୍ୟତା ପାଇଥିଲେ ମଧ୍ୟ ଭିତ୍ତିଭୂମି ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଏନେଇ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କୁହନ୍ତି, ଖୋର୍ଦ୍ଧାର ଦ୍ରୁତ ବିକାଶ ଚାଲିଛି। ବରୁଣେଇର ସୌନ୍ଦର୍ଯ୍ୟକରଣ ପ୍ରତି ଗୁରୁତ୍ୱ ଦିଆଯାଉଛି। ଭିତ୍ତିଭୂମି ସଜାଡ଼ିବା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଉପାଧ୍ୟକ୍ଷ ଶୌର୍ଯ୍ୟରଞ୍ଜନ ମହାନ୍ତି କୁହନ୍ତି, ବରୁଣେଇଠାରେ ସ୍ମାର୍ଟ ପାର୍କ ନିର୍ମାଣ ଚାଲିଛି। ସ୍ଥାନାନ୍ତରିତ ହୋଇଥିବା ପଞ୍ଚପାଇକ ସ୍ଥଳ ଏବଂ ସହର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯିବ।

Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?