କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ

ଖୋର୍ଦ୍ଧା ଅଫିସ,୧୦ା୫: ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଏନ୍‌ଇଇଟିରେ କେତେଜଣ ଛାତ୍ରୀଛାତ୍ର ଡାକ୍ତରୀ ପାଠ ପଢୁଛନ୍ତି। ୨୦୨୦-୨୧ ବ୍ୟାଚରେ ବିନା ଏନ୍‌ଇଇଟିରେ ଦୁଇଜଣ ପାଠ ପଢୁଥିବା ବେଳେ ୨୦୧୬ରେ ଜଣେ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଡିଗ୍ରୀ ହାସଲ କରିଛନ୍ତି। ସେହିପରି ୨୦୧୭ରେ ଦୁଇଜଣ ଛାତ୍ରୀଛାତ୍ର ପାଠପଢ଼ା ପରେ ହାଉସ ସର୍ଜନ ଭାବେ କାର୍ଯ୍ୟରତ ଅଛନ୍ତି। ଏନେଇ ଗତ ୧ ତାରିଖରେ ‘ବିନା ଯୋଗ୍ୟତାରେ ଡାକ୍ତରୀ ଡିଗ୍ରୀ’ ଶୀର୍ଷକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହି ଘଟଣାକୁ ରାଜ୍ୟ ଆୟୁଷ ବିଭାଗ ଗୁରୁତ୍ୱର ସହିତ ନେଇଛନ୍ତି। ଆୟୁଷ ନିର୍ଦ୍ଦେଶକ କଲ୍ୟାଣ ରଥ ନିଜ ଆଡୁ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସଂକ୍ରାନ୍ତରେ କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ଦୁଇଜଣ ଛାତ୍ରୀଛାତ୍ର ବିନା ଏନ୍‌ଇଇଟିରେ ପାଠ ପଢୁଥିବା ନେଇ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରିଛି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ କମ୍ପିଟେଣ୍ଟ ଅଥୋରିଟି ପକ୍ଷରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବକ୍ରମେ ଏହି ଘଟଣାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଲାଗି ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ଡିସେମ୍ବର ୧୪ରେ ନ୍ୟାଶନାଲ କମିଶନ ଫର ଇଣ୍ଡିଆନ ସିଷ୍ଟମ ଅଫ୍‌ ମେଡିସିନ (ଏନ୍‌ସିଆଇଏସ୍‌ଏମ୍‌)କୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ସିଆଇଏସ୍‌ଏମ୍‌ ଏପ୍ରିଲ ୧୩ରେ ଏ ସଂକ୍ରାନ୍ତରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଚିଠି ପାଇବାର ୨ ସପ୍ତାହ ମଧ୍ୟରେ ଏହାର ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଏନ୍‌ସିଆଇଏସ୍‌ଏମ୍‌ ପକ୍ଷରୁ ଚିଠି ପାଇବା ପରେ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଚିଠି ନଂ.୭୦୨୩/୨୬ା୪ା୨୩ ପ୍ରକାରେ ଗୋପବନ୍ଧୁ ଆୟୁର୍ବେଦ କଲେଜକୁ ଚିଠି ପାଇବାର ସପ୍ତାହକ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ୨୦୨୦ ବ୍ୟାଚରେ ଆୟୁଷ ବିଭାଗ ପକ୍ଷରୁ ଆସିଥିବା ଏକ ଚିଠିକୁ ନକଲ କରାଯାଇ ୫ଜଣ ଛାତ୍ରୀଛାତ୍ର ପରିବର୍ତ୍ତେ ୭ଜଣଙ୍କୁ ଟ୍ରାନ୍ସଫର କେସ୍‌ରେ ନାମଲେଖା ସୁଯୋଗ ଦିଆଯାଇଥିବା ଜଣାପଡ଼ିଛି। ତେବେ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଖାଲିଥିବା ସିଟ୍‌(ଟ୍ରାନ୍ସଫର ବେସିସ୍‌) ନାମଲେଖା ପାଇଁ କଲେଜ ଅଧ୍ୟକ୍ଷଙ୍କ ଚିଠି ନଂ .୩୪୧୦/୧୭ା୧୨ା୨୦୨୧ ପ୍ରକାରେ ତତ୍କାଳୀନ ଆୟୁଷ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ନାମଲେଖା କମିଟିରେ ଆୟୁଷ ନିର୍ଦ୍ଦେଶକଙ୍କ ବ୍ୟତୀତ, ଅତିରିକ୍ତ ଆୟୁଷ ନିର୍ଦ୍ଦେଶକ ଏବଂ ପୁରୀ ସମେତ ବଲାଙ୍ଗୀର ଓ ବ୍ରହ୍ମପୁର କଲେଜ ଅଧ୍ୟକ୍ଷମାନେ ଏହାର ସଦସ୍ୟ ରହିଥିଲେ। ସେହି ସମୟରେ ଏହି କମିଟି ଆବେଦନକାରୀଙ୍କ ମଧ୍ୟରୁ ୫ଜଣଙ୍କୁ ମନୋନୀତ କରିଥିବା ଆୟୁଷ ବିଭାଗ ପକ୍ଷରୁ ଉପରୋକ୍ତ ୩କଲେଜ ଅଧ୍ୟକ୍ଷଙ୍କୁ ଜାରି କରିଥିବା ଚିଠି କ୍ରମାଙ୍କ ୬୦୧/୧୯ା୦୧ା୨୨ରେ ଦର୍ଶାଇଛନ୍ତି। ଆୟୁଷ ବିଭାଗ ପକ୍ଷରୁ ଆସିଥିବା ଚିଠିକୁ ଗୋପବନ୍ଧୁ ଆୟୁର୍ବେଦ କଲେଜ ଡାଏରୀ ନଂ.୨୭୨/୩ା୨ା୨୨ ଉଲ୍ଲେଖ କରାଯାଇଛି। ତେବେ କଲେଜ ପକ୍ଷରୁ ଆୟୁଷ ବିଭାଗର ଏକା ଚିଠି ନମ୍ବର(୬୦୧/୧୯ା୧ା୨୨) ଡାଏରୀ ନମ୍ବର ୨୨୧/୨୮ା୧ା୨୨ରେ ମନୋନୀତ ୫ଜଣ ବିଦ୍ୟାର୍ଥୀଙ୍କ ପରିବର୍ତ୍ତେ ୭ଜଣଙ୍କୁ ନାମଲେଖା ସୁଯୋଗ ଦିଆଯାଇଥିବା ଉଲ୍ଲେଖ ରହିଛି। ତେବେ ଆୟୁଷ ବିଭାଗ ପକ୍ଷରୁ ଜାରି ଗୋଟିଏ ଚିଠିରେ ଦୁଇ ପ୍ରକାର ନାମଲେଖା ନୋଟିସକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ଆୟୁର୍ବେଦ କଲେଜ(ସିଏସି) ବଲାଙ୍ଗୀର ଅଧ୍ୟକ୍ଷ ଡା. ଅରୁଣ କୁମାର ଦାଶ ଏବଂ କେଏଟିଏସ୍‌ ଆୟୁର୍ବେଦ କଲେଜ ଆଣ୍ଡ ହସ୍ପିଟାଲ ଆଙ୍କୁଶପୁର, ବ୍ରହ୍ମପୁର ଅଧ୍ୟକ୍ଷ ଡା. ବିପିନ ବିହାରୀ ଖୁଣ୍ଟିଆ ନାମଲେଖା କମିଟିରେ ସଦସ୍ୟ ରହିଥିଲେ। ତେବେ ଏମାନେ ୫ଜଣଙ୍କ ଜାଗାରେ ଆଉ ଦୁଇଜଣ ବାହାର କଲେଜ ବିଦ୍ୟାର୍ଥୀଙ୍କୁ ସୁଯୋଗ ଦିଆଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆୟୁଷ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟଠାରେ ହୋଇଥିବା ବୈଠକରେ ୫ଜଣଙ୍କୁ ମନୋନୀତ କରାଯାଇଥିଲା। ଯଦି ତା’ ପରେ ଆଉ ଦୁଇଜଣଙ୍କୁ ନାମଲେଖାରେ ସୁଯୋଗ ଦିଆଯାଇଛି, ସେଥିରେ ଆମର କୌଣସି ସମ୍ପୃକ୍ତି ନାହିଁଁ। ଆବଶ୍ୟକ ପଡିଲେ କଲେଜକୁ ଆସିଥିବା ନୋଟିସ ଆୟୁଷ ନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରାଯିବ ବୋଲି ଉଭୟ କହିଛନ୍ତି।
ଆୟୁର୍ବେଦ କଲେଜରେ ଖାଲିଥିବା ସିଟ୍‌ରେ ନାମଲେଖା ଲାଗି ୧୨ଜଣ ଆବେଦନ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ନାମଲେଖାର ସୁଯୋଗ ପାଇଥିବା ୨ବିଦ୍ୟାର୍ଥୀ (ବିନା ଏନ୍‌ଇଇଟି ଷ୍ଟୁଡେଣ୍ଟ) ଶ୍ରୀଶ୍ରୀ ନୃସିଂହନାଥ ଆୟୁର୍ବେଦ କଲେଜ ଓ ଗବେଷଣା ପ୍ରତିଷ୍ଠାନ (ଏସ୍‌ଏସ୍‌ଏନ ଏୱାଇ ଆଣ୍ଡ ଆର୍‌ଆଇ) ପାଇକମାଲ, ବରଗଡ ଜିଲା ଛାତ୍ରୀଛାତ୍ର ବୋଲି ଆୟୁଷ ବିଭାଗ ଚିଠିରେ ଉଲ୍ଲେଖ ରହିଛି। ଏହି ଦୁଇଜଣ ୨୦୨୦-୨୧ ବ୍ୟାଚରେ ସମ୍ପୃକ୍ତ କଲେଜର ଛାତ୍ର ନୁହନ୍ତି ବୋଲି କଲେଜ ଅଧ୍ୟକ୍ଷା କ୍ଷୀରାବ୍ଧ ତନୟା ରାଉତରାୟ କହିଛନ୍ତି। ଅନ୍ୟପକ୍ଷରେ ଆୟୁଷ ନିର୍ଦ୍ଦେଶକ କଲ୍ୟାଣ ରଥ କୁହନ୍ତି, ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଦୁଇଜଣ ଛାତ୍ର ବିନା ଏନ୍‌ଇଇଟିରେ ପାଠ ପଢୁଥିବା ନେଇ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନୋଟିସ ଆସିଛି। ୨୦୧୬ ଏବଂ ୨୦୧୭ମଧ୍ୟରେ ସମାନ ଢଙ୍ଗରେ ୩ ଜଣଙ୍କୁ ସୁଯୋଗ ଦିଆଯାଇଥିବା ନେଇ ଅଭିଯୋଗ ହସ୍ତଗତ ହୋଇଛି। ଉଭୟ ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ସହ ସବିଶେଷ ତଥ୍ୟ ଉପସ୍ଥାପନ ଲାଗି ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?