ମାନ୍ୟତା ସତ୍ତ୍ୱେ ଅବହେଳିତ ‘ମଣ୍ଡନଗିରି’

ଖୋର୍ଦ୍ଧା ଅଫିସ,୮ା୫: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ପଞ୍ଚାୟତର ସଂପୁର ଗ୍ରାମ ନିକଟରେ ରହିଛି ମୁଣ୍ଡିଆପଡ଼ା ବା ମଣ୍ଡନଗିରି ପାହାଡ଼। ପ୍ରାକୃତିକ ସବୁଜିମା ଭରା ପରିବେଶ ମଧ୍ୟରେ ଏହି ପାହାଡ଼ ଉପରେ ଶ୍ରୀରଘୁନାଥ ଜୀଉଙ୍କ ପୀଠ ଅବସ୍ଥିତ। ଏହା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଲାଭ କରିଛି। ତଥାପି ଏହି ପୀଠ ଅବହେଳିତ ଅବସ୍ଥାରେ ରହିଛି। ଏହାର ଉନ୍ନତୀକରଣ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଗୋଟିଏ ପଟେ ସରକାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର, ମନ୍ଦିରର ଉନ୍ନତୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ଅନ୍ୟପଟେ ଏଥିପ୍ରତି ଚରମ ଅବହେଳା କରାଯାଉଛି। ରାଜନୈତିକ ଇଚ୍ଛାଶକ୍ତି ଓ ଜିଲା ପ୍ରଶାସନର ଆନ୍ତରିକତା ଅଭାବ କାରଣରୁ ଏହି ପର୍ଯ୍ୟଟନ କ୍ଷେତ୍ର ଗୁରୁତ୍ୱ ହରାଉଛି।
ଖୋର୍ଦ୍ଧା ବନଖଣ୍ଡ ସଂରକ୍ଷିତ ଜଙ୍ଗଲଘେରା ଅଞ୍ଚଳ ମଧ୍ୟରେ ପାହାଡ଼ ଶିଖରରେ ବିଜେ କରିଛନ୍ତି ପ୍ରଭୁ ଶ୍ରୀରଘୁନାଥ। ଏଠାରେ ପ୍ରଭୁ ଶ୍ରୀରାମ, ଦେବୀ ସୀତା, ପ୍ରଭୁ ଲକ୍ଷ୍ମଣ ଏବଂ ହନୁମାନଙ୍କ ପ୍ରତିମୂର୍ତ୍ତି ପୂଜା ପାଉଛି। ବର୍ଷତମାମ ଏଠାରେ ପର୍ଯ୍ୟଟକ ଓ ଭକ୍ତଙ୍କ ଭିଡ଼ ରହିଥାଏ। ବିଶେଷତଃ କାର୍ତ୍ତିିକ ମାସ, ଶ୍ରୀରାମ ନବମୀ, ହନୁମାନ ଜୟନ୍ତୀ ସମୟରେ ପ୍ରବଳ ସମାଗମ ହୁଏ। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାନ ଅର୍ଥରେ ଏହି ମନ୍ଦିରର ନୀତିକାନ୍ତି ହୋଇଥାଏ। ଏହି ସ୍ଥାନର ନୈସର୍ଗିକ ପରିବେଶ ଏଠାକୁ ସମସ୍ତଙ୍କୁ ଟାଣିଆଣେ। ଯିଏ ଥରେ ଏହି ପରିବେଶକୁ ଆସିଛି, ପୁଣି ଥରେ ଏଠାକୁ ଆସିଥାଏ। ତେବେ ପର୍ଯ୍ୟଟକଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେବେ ପାହାଡ଼ ଉପରୁ ସକାଳ ସୂର୍ଯ୍ୟକିରଣ ଏବଂ ସୂର୍ଯ୍ୟାସ୍ତ ଦୃଶ୍ୟ ଅତି ଲୋଭନୀୟ। ଯିଏ ଥରେ ଏହାର ସାନ୍ନିଧ୍ୟ ପାଇଛି, ତାହା ପାଇଁ ସେ ଛବି ଅଭୁଲା ହୋଇ ରହିଯାଇଛି।
ଏଠାକୁ ଯିବା ପାଇଁ କେବଳ ପାଦଚଳା ରାସ୍ତାଟିଏ ରହିଛି। ସଂପୁର ପଟୁ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ପାହାଚ ନିର୍ମାଣ କରାଯାଇଛି। ପାହାଡ଼ ଉପରକୁ ଉଠିବାକୁ ସବୁଦିନିଆ ରାସ୍ତା, ପର୍ଯ୍ୟଟକଙ୍କ ସୁବିଧା ଦୃଷ୍ଟିରୁ ଆବଶ୍ୟକ ଭିତ୍ତିଭୂମି, ଉନ୍ନତୀକରଣ, ଆଲୋକୀକରଣ ଲାଗି ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରୁଛନ୍ତି। ଅନ୍ୟପକ୍ଷରେ ପାହାଡ଼କୁ ଘେରି ରହିଥିବା ମୂଲ୍ୟବାନ ଗଛ ଉପରେ ମାଫିଆଙ୍କ ନଜର ରହିଛି। ଗ୍ରାମବାସୀ ମିଳିତ ଭାବେ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି। ତେବେ ପ୍ରଶାସନ ଅଥବା ପର୍ଯ୍ୟଟନ ବିଭାଗ ପକ୍ଷରୁ ସେଭଳି କୌଣସି ବ୍ୟବସ୍ଥା ନିଆଯାଇନାହିଁ ବୋଲି କେତେଜଣ ଗ୍ରାମବାସୀ ଗଣମାଧ୍ୟମ ଆଗରେ କହିଛନ୍ତି। ଏ ନେଇ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ କହିଛନ୍ତି, ମଣ୍ଡନଗିରି ଓ କୋଶଲାଶୁୁଣି ପୀଠର ଉନ୍ନତୀକରଣ ଲାଗି ପର୍ଯ୍ୟଟନ ଏବଂ ବନ ବିଭାଗକୁ ପୃଥକ ଭାବେ ଅନୁରୋଧ କରାଯାଇଛି। ଏହାର ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇ ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ଖୁବଶୀଘ୍ର ଏହାର ଉନ୍ନତୀକରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?