ଖୋର୍ଦ୍ଧା

ଖାଲି ପଦବୀରେ ବିଶ୍ୱବିଦ୍ୟାଳୟ ସ୍ବପ୍ନ

ଖୋର୍ଦ୍ଧା,୨୪ା୮ (ପ୍ରଭାତ ପାଣିଗ୍ରାହୀ)ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକ ଖୋର୍ଦ୍ଧାରେ ଶିକ୍ଷାର ପ୍ରଗତି ପାଇଁ ଏକ ମହାବିଦ୍ୟାଳୟ ଗଢିଥିଲେ। ତାଙ୍କ ନାମ ଅନୁସାରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ନାମକରଣ କରାଯାଇଛି। ୧୯୫୮ରେ ସ୍ଥାପିତ ଏହି ମହାବିଦ୍ୟାଳୟ ୨୦୦୬ରେ ସ୍ବୟଂଶାସିତ ମାନ୍ୟତା ପାଇଛି।…

୫-ଟି ସଚିବଙ୍କ ଗସ୍ତର ଦ୍ୱିତୀୟ ଦିନ

ଖୋର୍ଦ୍ଧା,୨୩ା୮(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଜିଲା ଗସ୍ତ କରୁଛନ୍ତି। ଏହି କ୍ରମରେ ବୁଧବାର ଖୋର୍ଦ୍ଧା ଜିଲାରେ ଥିଲା ୫-ଟି ସଚିବଙ୍କ ଦ୍ବିତୀୟ ଦିନ। ବିଭିନ୍ନ ଉନ୍ନୟନମୂଳକ ଯୋଜନା, ବିକାଶ କାମର ସମୀକ୍ଷା କରିଥିଲେ। ଲୋକଙ୍କ…

୨୦୨୪ରୁ ମେଗା ପାଇପଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ

ଖୋର୍ଦ୍ଧା,୨୩।୮(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କ ବ୍ୟକ୍ତିଗତ (୫-ଟି) ସଚିବ ଭି.କେ. ପାଣ୍ଡିଆନ୍‌ ରାଜ୍ୟର ବିଭିନ୍ନ ଜିଲା ଗସ୍ତକରି ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଏହିକ୍ରମରେ ମଙ୍ଗଳବାର ୫-ଟି ସଚିବ ଖୋର୍ଦ୍ଧା ଗସ୍ତରେ…

ବୃଦ୍ଧଙ୍କ ଆକାଉଣ୍ଟରେ ଥିଲା ମହିଳାଙ୍କ ନାଁ , ପେନସନ୍‌ରୁ ବଞ୍ଚିତ ବୃଦ୍ଧ

ନିରାକାରପୁର,୨୨।୮(ମାନସ ଚନ୍ଦ୍ର ପଟ୍ଟନାୟକ)ଏବେ ଗାଁ ଗହଳିରେ ବିନା ତାଲିମ ପ୍ରାପ୍ତ ଏବଂ କମ୍ପୁଟରରେ କିଛି ଧାରଣା ନ ଥିବା କିଛି ବ୍ୟକ୍ତି ଗୋଟେ ଗୋଟେ କମ୍ପୁଟର ରଖି ସେଠାରେ ଅନ୍‌ଲାଇନ୍‌ ସେବା ଗୁଡିକ ଯୋଗାଇ ଦେବା ପାଇଁ ପ୍ରୟାସ କରି ଗାଁ…

୫ଟି ସଚିବଙ୍କ ଖୋର୍ଦ୍ଧା ଗସ୍ତ: ପାଇକଙ୍କ ଉନ୍ନତି ପାଇଁ ଗବେଷଣା ପ୍ରତିଷ୍ଠାନ, ଖୋର୍ଦ୍ଧାଗଡର ହେବ ପୁନରୁଦ୍ଧାର

ଖୋର୍ଦ୍ଧା,ବେଗୁନିଆ୨୨।୮(ପ୍ରଭାତପାଣିଗ୍ରାହୀ, ହରପ୍ରସନ୍ନ ପଣ୍ଡା) : ୫ଟି ସଚିବ ଭି କେ ପାଣ୍ଡିଆନ ଦୁଇ ଦିନିଆ ଖୋର୍ଦ୍ଧା ଜିଲା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ବେଗୁନିଆ ବ୍ଲକ ଅନ୍ତର୍ଗତ ବେଗୁନିଆ ମିନି ଷ୍ଟାଡିୟମରେ ଆୟୋଜିତ ସମାବେଶରେ ଲୋକମାନଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଲୋକଙ୍କ…

ଘରକୁ ଫେରିବାକୁ ଭିକ ମାଗୁଛନ୍ତି ବାହାନଗା ପୀଡ଼ିତ

ବାରଙ୍ଗ,୨୧।୮(ଲିଙ୍ଗରାଜ ରାଉତ):ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତ ବାଲେଶ୍ୱର ଅଞ୍ଚଳର ଗଣେଶ ସାହାଣୀ ଏବେ ନନ୍ଦନକାନନ ଛକରେ ଭିକ ମାଗୁଛନ୍ତି। ନିଜ ଦୁଃଖକୁ ସେ ଅନ୍ୟପାଖରେ ବଖାଣି ନିଜର ଖାଇବା ସହ ଚିକିତ୍ସା ଓ ଘରକୁ ଯିବାକୁ ଅର୍ଥ ଯୋଗାଡ଼ କରୁଛନ୍ତି। ଗଣେଶ…

ସାହିତି୍ୟକା ତଥା ସାମାଜିକ କର୍ମୀ ଉଷାରାଣୀ ମହାନ୍ତି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ଖୋର୍ଦ୍ଧା ଜିଲାର ମହତପଲା ଗାଁରେ ମୋ ଜନ୍ମ। ଦଶମ ପଢିବାବେଳେ ମୋ ବାହାଘର ହୋଇଗଲା। ଶାଶୁଘର କାକଟପୁରରେ ହୋଇଥିଲେ ହେଁ ସ୍ବାମୀ ଯେହେତୁ ବ୍ରହ୍ମପୁରରେ ଚାକିରି କରୁଥିଲେ, ତେଣୁ ମୁଁ ଯାଇ ବ୍ରହ୍ମପୁରରେ ରହିଲି। ପାଠପଢା ପ୍ରତି ମୋର ଆଗ୍ରହ ଥିବା…

ଅସ୍ତିତ୍ୱ ଖୋଜୁଛି ଖୋର୍ଦ୍ଧାଗଡ଼

ଖୋର୍ଦ୍ଧା,୧୮ା୮(ପ୍ରଭାତ ପାଣିଗ୍ରାହୀ): ଐତିହ୍ୟ, ସଂସ୍କୃତି ହେଉଛି ଗୋଟିଏ ଜାତିର ପରିଚୟ। ଏହା ଲୁପ୍ତ ହୋଇଗଲେ, ସେହି ଜାତିର ଅସ୍ତିତ୍ୱ ହଜିଯାଏ। ଏହିକ୍ରମରେ ଗରିମାମୟ ଐତିହ୍ୟକୁ ନିଜ ବକ୍ଷରେ ଜାବୁଡି ଧରି ଦଣ୍ଡାୟମାନ ରହିଛି ଖୋର୍ଦ୍ଧାଗଡ଼। ଅତୀତର ସ୍ମୃତିକୁ ସାଉଁଟି ରଖିଥିବା ଏହି…

କୋର୍ଟଙ୍କ ନିର୍ଦ୍ଦେଶରେ ମାଟିରେ ମିଶିଲା ଜବରଦଖଲକାରୀଙ୍କ ଘର

ନିରାକାରପୁର,୧୬ା୮(ମାନସ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଜମି ଅବରୋଧ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ତହସିଲ ପକ୍ଷରୁ ବୁଧବାର ଜବରଦଖଲ ଉଚ୍ଛେଦ କରାଯାଇଛି। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଓଳସିଂହ ପଞ୍ଚାୟତ ଗୟାବନ୍ଧ ଗ୍ରାମର ମହେନ୍ଦ୍ର ଭୁଜବଳ ଗୟାବନ୍ଧ,…

ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ, ଦେଶର ବିକାଶରେ ସହଭାଗୀ ହୁଅନ୍ତୁ

ଖୋର୍ଦ୍ଧା,୧୫।୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ବିଜେବି ହାଇସ୍କୁଲ ପଡିଆଠାରେ ୭୭ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ପାଇକ…

ମହିଳାଙ୍କୁ ଦଳିଦେଲା ହାତୀ

ବାଣପୁର,୧୪ା୮(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ପୁଞ୍ଜିଆମା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସୋମବାର ସକାଳୁ ପାଣ୍ଡବ ପ୍ରଧାନଙ୍କ ସ୍ତ୍ରୀ ରଞ୍ଜନା ଘର ପଛପଟ ବିଲକୁ ଯାଇଥିବା ବେଳେ ହଠାତ୍‌ ଏକ ଦନ୍ତା…

ଅଟ୍ରୀ ଉଷ୍ଣ ପ୍ରସ୍ରବଣ ବିକାଶ ପାଇଁ ନକ୍ସା ପ୍ରସ୍ତୁତ

ବାଘମାରୀ,୧୪।୮(ଶୁଭକାନ୍ତ ମହାପାତ୍ର): ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ଅନତୀ ଦୂରରେ ରହିଛି ବାବା ହଟକେଶ୍ୱରଙ୍କ ପୀଠ। ଏଠାରେ ଥିବା ଅଟ୍ରୀ ଉଷ୍ଣ ପ୍ରସ୍ରବଣ ଅବହେଳିତ ଅବସ୍ଥାରେ ରହିଛି। ତେବେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ପ୍ରତିଶ୍ରୁତି ମୁତାବକ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?