କାର୍ଯ୍ୟାଦେଶ ସତ୍ତ୍ୱେ କିସ୍ତି ମିଳୁନି

ଖୋର୍ଦ୍ଧା,୧୫ା୯(ପ୍ରଭାତ ପାଣିଗ୍ରାହୀ): ଆବାସ ଯୋଜନାରେ ଘର ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ହିତାଧିକାରୀ ହଇରାଣ ହେଉଛନ୍ତି। ଟାଙ୍ଗୀ ବ୍ଲକରେ ଆବାସ ଯୋଜନା ବାଟବଣା ହୋଇପଡିଥିବା ଦେଖିବାକୁ ମିଳିଛି। କାର୍ଯ୍ୟାଦେଶ ସତ୍ତ୍ୱେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଉନାହିଁ। ଏନେଇ ଅଧିକାରୀମାନଙ୍କୁ ପଚାରିଲେ ସହଯୋଗ କରୁନାହାନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ହିତାଧିକାରୀ।
ବ୍ଲକ ଛଣଗିରି ପଞ୍ଚାୟତ ଦେଉଳି ପାଟଣା ଗ୍ରାମର ଭୋଇ ପ୍ରଧାନଙ୍କ ସ୍ତ୍ରୀ ଉର୍ମିଳା ଗତ ଜୁନ ୧୯ରେ ଆବାସ ଯୋଜନାରେ ଘର କରିବା ପାଇଁ ବ୍ଲକ ପକ୍ଷରୁ କାର୍ଯ୍ୟାଦେଶ ପାଇଛନ୍ତି। ଏହାର କାର୍ଯ୍ୟାଦେଶ ନମ୍ବର ହେଉଛି ଓଡି/୨୩/୦୦୯/୯୩୦୫/୨୧-୨୨/ ରେଜିଷ୍ଟ୍ରେସନ ନଂ.ଓଆର ୧୫୩୨୭୭୧୬୭। ବର୍ତ୍ତମାନ ସୁଦ୍ଧା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଆସିନାହିଁ। ଏନେଇ ସେ ପଞ୍ଚାୟତ ଅଫିସଠାରୁ ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡ଼ି ନୟାନ୍ତ ହେଲେଣି। କେବଳ ପ୍ରତିଶ୍ରୁତି ଦିଆଯାଉଛି, କୌଣସି ସହଯୋଗ ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଏନେଇ ଅଧିକାରୀମାନଙ୍କୁ ପଚାରିଲେ ସହଯୋଗ କରୁନାହାନ୍ତି। ଏନେଇ ଗୁରୁବାର ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ (ସିଡିଓ ଆଣ୍ଡ ଇଓ) ବାଦଲ ମହାନ୍ତିଙ୍କ ନିକଟରେ ଭୋଇ ପ୍ରଧାନ ଲିଖିତ ଅଭିଯୋଗ କରିଛନ୍ତି। ଉର୍ମିଳାଙ୍କ ନାମରେ କାର୍ଯ୍ୟାଦେଶ ସତ୍ତ୍ୱେ ବ୍ୟାଙ୍କ ଆକାଉଣ୍ଟକୁ କୌଣସି ଟଙ୍କା ଆସିନାହିଁ। ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗାଯୋଗ କରିବାରୁ ସେ ବ୍ଲକରେ ଆବାସ ଦାୟିତ୍ୱରେ ଥିବା ଅଫିସରଙ୍କୁ ଦେଖାକରିବାକୁ କହିଥିଲେ। ତେବେ ସମ୍ପୃକ୍ତ ଅଫିସରଙ୍କୁ ଦେଖା କରିବା ସତ୍ତ୍ୱେ କୌଣସି ସହଯୋଗ କରିନଥିଲେ। ଏନେଇ ଗତ ଅଗଷ୍ଟ ୧୬ରେ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲି। ପରେ କୌଣସି ସହଯୋଗ ନ ମିଳିବାରୁ ପୁଣି ଥରେ ସେହି ମାସ ୨୩ ତାରିଖରେ ଅଭିଯୋଗ ପରେ ବିଡିଓଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ପ୍ରଥମ କିସ୍ତି ମିଳିଲା ନାହିଁ। କାର୍ଯ୍ୟାଦେଶ ପାଇବାର ୩ ମାସ ବିତିବାକୁ ଆସିଲାଣି। ପ୍ରଥମ କିସ୍ତି ପ୍ରଦାନ କରାଗଲେ ଘର ନିର୍ମାଣ କରିବାରେ ସହାୟକ ହୋଇପାରିବ ବୋଲି ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀଙ୍କ ନିକଟରେ ଏଭଳି ଅଭିଯୋଗ କରିଛନ୍ତି ଭୋଇ ପ୍ରଧାନ। ଏ ସମ୍ପର୍କରେ ଜିଲା ପରିଷଦ ସିଡିଓ ଆଣ୍ଡ ଇଓ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?